ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ନିଜ ସଂପର୍କରେ ସ୍ପଷ୍ଟୀକରଣ ଦେଇନାହାନ୍ତି ଅଶ୍ବିନୀ

0

ନୂଆଦିଲ୍ଲୀ: ପେଗାସସ୍ ସ୍ପାଏଓ୍ବେର ମାଧ୍ୟମରେ ଦେଶରେ ସରକାର ଗୁଇନ୍ଦା କାର୍ଯ୍ୟ ଚଳାଇଥିବା ନେଇ ଆସିଥିବା ଅଭିଯୋଗ ଏବେ ସମଗ୍ର ଭାରତରେ କମ୍ପନ ସୃଷ୍ଟି ହେଲାଣି। ଇସ୍ରାଏଲର ଏହି ସଫ୍ଟଓ୍ବେର ଜରିଆରେ ବିରୋଧୀ ନେତାଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକ, ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଓ କେନ୍ଦ୍ର ସରକାରଙ୍କ କିଛି ମନ୍ତ୍ରୀଙ୍କ ଫୋନ୍ ହ୍ୟାକ୍ କରାଯିବା ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ ପାଇଁ ଅକଳ ପରିସ୍ଥିିତି ସୃଷ୍ଟି କରିଛି। ଏହି ଫୋନ ତାଲିକାରେ ନିଜେ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମେତ ଜଳଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ୍, କଂଗ୍ରେସ ବିଧାୟକ ରାହୁଲ ଗାନ୍ଧୀ, ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର, ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀ ପ୍ରମୁଖ ରହିଥିବା ରିପୋର୍ଟ ପ୍ରକାଶ ପାଇଛି।

ଯଦିଓ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ସରକାରଙ୍କୁ ବଦନାମ କରିବା ଲାଗି ଏଭଳି ଏକ ହୀନ ଉଦ୍ୟମ ହୋଇଛି, କିନ୍ତୁ ତାଙ୍କ ଟେଲିଫୋନ୍ ଥିବା ସଂପର୍କରେ ସ୍ପଷ୍ଟୀକରଣ ଦେଇନାହାନ୍ତି। ଏକଥା ବି ଏଯାଏ ଜଣାପଡିନାହିଁ ଯେ ଇସ୍ରାଏଲ ସଂସ୍ଥାକୁ କିଏ ନିୟୋଜିତ କରିଥିଲେ। କାରଣ ଏନଏସଓ କହିସାରିଲେଣି ଯେ କେବଳ ସରକାରୀ ସଂସ୍ଥାର ଅନୁରୋଧ ଆଧାରରେ ଏଭଳି କରାଯାଇଛି।

ଦି ଓ୍ବେୟାର ରବିବାର ଦିନ ରିପୋର୍ଟ କରିଥିଲା ଯେ ଭାରତର କିଛି ଜଣାଶୁଣା ବ୍ୟକ୍ତିତ୍ବଙ୍କ ସଂପର୍କରେ ଗୁପ୍ତଚର ଗିରି କରାଯାଇଛି। ସେମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥିଲା। ରିପୋର୍ଟ କହିଛି ଯେ ପାଖାପାଖି ଏକ ହଜାର ନମ୍ବର ଉପରେ ଗୁଇନ୍ଦାଗିରି ଚାଲିଥିଲା। ସେ ମଧ୍ୟରୁ ଏ ପର୍ଯ୍ୟନ୍ତ ୩୦୦ ନମ୍ବରକୁ ବିଶ୍ଳେଷଣ କରାଯାଇଛି। ସେ ମଧ୍ୟରେ ଦେଖାଯାଉଛି, ରାହୁଲ ଗାନ୍ଧୀ ଧରୁଥିବା ଦୁଇଟି ଫୋନ୍ ଏବଂ ତାଙ୍କ ସହଯୋଗୀମାନଙ୍କ ମାନଙ୍କ ଦ୍ବାରା ବ୍ୟବହୃତ ନମ୍ବର ସବୁ ରହିଛି। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ରାହୁଲ ବ୍ୟବହାର କରୁଥିବା ଗୋଟିଏ ନମ୍ବରକୁ ହ୍ୟାକ୍ କରିବା ଲାଗି ମଧ୍ୟ ବଛାଯାଇଥିଲା। ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ୍ ଓ ତାଙ୍କ ସଂପର୍କୀୟଙ୍କ ୧୫ଟି ନମ୍ବର ଉପରେ ଏହା ନଜର ରଖିଥିଲା। ସେହିଭଳି ଅଶ୍ବିନୀଙ୍କ ଫୋନ୍ ମଧ୍ୟ ଏ ମଧ୍ୟରେ ରହିଥିଲା। ୨୦୧୮ ମଧ୍ୟଭାଗରୁ ୨୦୧୯ ମଧ୍ୟଭାଗ ଯାଏ ଏସବୁ ନମ୍ବର ଉପରେ ଗୁଇନ୍ଦାଗିିରି ଚାଲିଥିଲା।

କେବଳ ସେତିକି ନୁହେଁ, ପୂର୍ବତନ ମୁଖ୍ୟ ବିଚାରପତି ରଂଜନ ଗୋଗଇଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋାଗ ଆଣିଥିବା ମହିଳାଙ୍କର ତିନିଟି ଫୋନ୍ ନମ୍ବର ମଧ୍ୟ ରହିଛି। ସଂପୃକ୍ତ ମହିଳାଙ୍କ ନମ୍ବର, ତାଙ୍କ ସ୍ବାମୀ ଏବଂ ତାଙ୍କ ଦୁଇ ଭାଇଙ୍କ ଦ୍ବାରା ବ୍ୟବହୃତ ନମ୍ବର ଉପରେ କାହିଁକି ନଜର ରହିଥିଲା, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କଲାଣି।

ସୂଚନାଯୋଗ୍ୟ, ଏହି ତାଲିକାରେ ହିନ୍ଦୁସ୍ଥାନ ଟାଇମ୍ସର ସଂପାଦକ ଶିଶିର ଗୁପ୍ତାଙ୍କ ଠାରୁ ଆରମ୍ଭ କରି ଇଣ୍ଡିଆ ଟୁଡେ, ନେଟଓ୍ବର୍କ ୧୮, ଦି ହିନ୍ଦୁ, ଇଣ୍ଡିଆନ୍ ଏକ୍ସପ୍ରେସ୍, ଦି ଓ୍ବେରର ଦୁଇ ଜଣ ପ୍ରତିଷ୍ଠାତା ସଂପାଦକଙ୍କୁ ପେଗାସସ୍ ଟାର୍ଗେଟ କରିଥିଲା। କେବଳ ସେତିକି ନୁହେଁ, ସାମ୍ବାଦିକା ରୋହିଣୀ ସିଂ, ଇଣ୍ଡିଆନ୍ ଏକ୍ସପ୍ରେସ ଡେପୁଟି ଏଡିଟର ସୁଶାନ୍ତ ସିଂଙ୍କ ନାମ ଏଥିରେ ରହିଛି।

Leave A Reply

Your email address will not be published.