ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

କାହିଁକି ମାରିଲା, ପୁଲିସକୁ କହୁଛି ଜଗା

0

ଭୁବନେଶ୍ବର: ଭୀମଟାଙ୍ଗି ପ୍ରିୟଙ୍କା ସାହୁ ମୃତ୍ୟୁ ଉପରୁ ପରଦା ହଟିବାକୁ ଯାଉଛି। କଣ ପାଇ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ପ୍ରିିୟଙ୍କାକୁ ବୀଭତ୍ସ ଭାବେ ହତ୍ୟା କରିଥିଲା ପ୍ରକୃତ ସତ ପଦାକୁ ଆସିବା ସମ୍ଭାବନା ବଢିଯାଇଛି। ପ୍ରିୟଙ୍କାକୁ ହତ୍ୟା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଗନ୍ନାଥ ପ୍ରଧାନ ଏବେ ମେଡିକାଲରୁ ଡିସଚାର୍ଜ ହୋଇଛି । ମେଡିକାଲରୁ ବାହାରିବା ପରେ ପୁଲିସ ଥାନାକୁ ନେଇ ଆରମ୍ଭ କରିଛି ଜେରା ।

ହତ୍ୟାକାରୀ ଜଗନ୍ନାଥ ପ୍ରଧାନ ଏବେ ମେଡିକାଲରୁ ବାହାରିବା ପରେ ତାକୁ ଏୟାରଫିଲ୍ଡ ଥାନା ନିଆଯାଇଛି । ସେଠାରେ ପୁଲିସ ତାକୁ ପ୍ରିୟଙ୍କାକୁ ସେ କାହିଁକି ହତ୍ୟା କଲା? ଏହା ପଛର ପ୍ରକୃତ କାରଣ କଣ? ସେ ନେଇ ଗୁଡେଇତୁଡେଇ ପଚରାଉଚରା କରୁଛି । ଜେରା ଶେଷ ପରେ ଜଗନ୍ନାଥକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

ଗତ ୫ ତାରିଖରେ ଭୀମଟାଙ୍ଗୀ ଘରେ ପ୍ରିୟଙ୍କା ସାହୁକୁ ହତ୍ୟା କରିବା ପରେ ନିଜେ ଜଗନ୍ନାଥ ପ୍ରଧାନ ବିଷ ପିଇ, ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା । ପ୍ରିୟଙ୍କା ମୃତଦେହ ନିକଟରେ ଅଚେତ ହୋଇ ପଡିରହିଥିବା ବେଳେ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା। ହାତର ଶିରା କାଟିଯିବାରୁ ତାକୁ ଆଇସିୟୁରେ ଭର୍ତି କରଯାଇଥିଲା । ଏହା ପରେ ଅପରେସନ ପାଇଁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା ।ଜଗନ୍ନାଥର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ତାକୁ ନିଜ ହେପାଜତକୁ ନେଇ ପାରିନଥିଲା ପୁଲିସ। ଆଜି ଏମସରୁ ଡିସଚାର୍ଜ ପରେ ପୁଲିସ ଥାନାକୁ ନେଇ ଜେରା କରୁଛି ।

Leave A Reply

Your email address will not be published.