ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ରେଡ ଜୋନରୁ ବାହାରିଲା ଓଡିଶା

0

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦ ଆକ୍ରାନ୍ତଙ୍କ ମୃତ୍ୟୁ ଘୋଷଣା

ଭୁବନେଶ୍ବର: ରାଜ୍ୟରେ ଦୈନିକ ସଂକ୍ରମଣ ୨ ହଜାର ତଳେ ରହିଛି। ରେଡ ଜୋନରୁ ବାହାରିଛି ଓଡିଶା। କେବଳ କଟକଜୁ ଛାଡି ରାଜ୍ୟର ସମସ୍ତ ଜିଲ୍ଲାର ଦୈନିକ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଖସିଆସିଛି। କଟଜ ଜିଲ୍ଲା ୟେଲୋ ଜୋନରେ ରହିଛି। ୨୯ ଜିଲ୍ଳାରେ ସଂକ୍ରମଣ ୫ ପ୍ରତିଶତ ତଳକୁ ରହିଛି।

ଖୋର୍ଦ୍ଧାରୁ ସର୍ବାଧିକ ୪୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ପଛକୁ ରହିଛି କଟକ। କଟକରୁ ୨୨୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୬୯ ,ବାଲେଶ୍ୱରରୁ ୧୧୪,ଜଗତସିଂହପୁରରୁ ୮୯,ଯାଜପୁରରୁ ୧୦୭,ମୟୂରଭଂଜରୁ ୫୭, ନୟାଗଡରୁ ୬୬,ପୁରୀରୁ ୫୯ ,କେନ୍ଦ୍ରାପଡା ୫୯,ଡେଙ୍କାନାଳରୁ ୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୫ ହଜାର ୭୧୫ରେ ପହଞ୍ଚିଛି।

ରାଜ୍ୟରେ ଆଜି ୬୮ ମୃତ୍ୟୁର ହିସାବ ଦେଇଛନ୍ତି ସରକାର । ମୋଟ ମୃତ୍ୟୁସଂଖ୍ୟା ୫ହଜାର ୪୪୫ରେ ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୁରୀରୁ ୧୧, ଅନୁଗୁଳରୁ ୮,ମୟୂରଭଂଜରୁ ୭,କେନ୍ଦୁଝରରୁ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଂଜାମ,ଜଗତସିଂହପୁର ଓ କନ୍ଧମାଳ,ମାଲକାନଗିରି, ନୂଆପଡ଼ା, ସୁନ୍ଦରଗଡରୁ ଜଣେ ଲେଖାଁଏ କରୋନାରେ ଆଖି ବୁଜିଛନ୍ତି ।

Leave A Reply

Your email address will not be published.