ପ୍ରମୁଖ ଖବର

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ

ହାଇଦରକୁ ଏନକାଉଣ୍ଟର

0

ଭୁବନେଶ୍ବର: ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦରକୁ ଆଜି ପୁଲିସ ଏନକାଉଣ୍ଟର କରିଛି। ବାଲେଶ୍ବର ନିକଟସ୍ଥ ସିମୁଳିଆ ଠାରେ ସେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ତାକୁ ଏନକାଉଣ୍ଟର କରିବାକୁ ବାଧ୍ୟ ହୋଇଥିଲା। ତାର ପେଟରେ ଗୁଳି ବାଜିଛି। ସେ ଅତି ଗୁରୁତର ଅବସ୍ଥାରେ ବାଲେଶ୍ବର ମେଡିକାଲୁ ସ୍ଥାନାନ୍ତର ହେଉଥିବା କଟକ ଡିସିପି ପ୍ରତୀକ ପ୍ରାଥମିକ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ହାଇଦର ଆଜି ଚୌଦ୍ବାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା। ପ୍ରାୟ ୩ଟା ୨୦ ମିନିଟ୍ ସମୟରେ ସେ ବାଲେଶ୍ବର ସିମୁଳିଆ ନିକଟବର୍ତ୍ତୀ ସ୍ଥାନରେ ପରିସ୍ରା ଯିବ ବୋଲି କହିଥିଲା। ଫଳରେ ପୁଲିସ ଗାଡି ରଖି ଥିଲେ। ହେଲେ ସେ ସୁରକ୍ଷା କର୍ମୀଙ୍କ ଠାରୁ ବନ୍ଧୁକ ଛଡାଇ ଖସିଯିବାକୁ ଉଦ୍ୟମ କରିଥିଲା। ଏହାକୁ ନେଇ ଉଭୟ ସୁରକ୍ଷା କର୍ମୀ ଓ ତା ମଧ୍ୟରେ ପ୍ରଥମେ ଧସ୍ତାଧସ୍ତି ହୋଇଥିଲା। ପୁଲିସ ତାକୁ ବାରମ୍ବାର ଚେତାବନୀ ଦେଇଥିଲା। ସେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ବାଟ ନପାଇ ପୁଲିସ ସୁରକ୍ଷା କର୍ମୀ ତା ଉପରକୁ ଗୁଳି ଚଳାଇଥିଲେ। ଫଳରେ ସେ ସେଇଠି ପଡିଯାଇଥିଲା। ତାର ପେଟରେ ଗୁଳି ବାଜିଥିଲା। ଆହତ ହାଇଦରକୁ ଗୁରୁତର ଅବସ୍ଥାରେ ତୁରନ୍ତ ବାଲେଶ୍ବର ମେଡିକାଲକୁ ନିଆଯାଇଥିବା ସୂଚନା ମିଳିଛି।

ପୂର୍ବରୁ ସେ କଟକ ଏସସିବି ମେଡିକାଲରୁ ଖସିଯିବାକୁ ଉଦ୍ୟମ କରିଥିଲା। ଏହି ଘଟଣା କମିସନରେଟ୍ ପୁଲିସର ନିଦ ହଜାଇ ଦେଇଥିଲା। ଶେଷରେ ତାକୁ ତେଲେଙ୍ଗାନା ସାଙ୍ଗାରେଡ୍ଡିରୁ ଗିରଫ କରାଯାଇଥିଲା।

Leave A Reply

Your email address will not be published.