ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଓଡିଶା:କ’ଣ କହୁଛି ସେରୋ ସର୍ଭେ?

0

ଭୁବନେଶ୍ବର: ଦେଶରେ ଏବେ କରୋନାର ଦ୍ୱିତୀୟ ଲହରର ପ୍ରବାହ କମୁଥିବା ବେଳେ କେତେକ ରାଜ୍ୟରେ ଏବେ ବି ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି> ଆଗକୁ ତୃତୀୟ ଲହର ଆସିବା ନେଇ ମଧ୍ୟ ବିଶେଷଜ୍ଞ ମାନେ ଆକଳନ କରିଛନ୍ତି। ଏହାରି ଭିତରେ ଆସିଛି ଭଲ ଖବର।ଆରଏମଆରସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ରିପୋର୍ଟରୁ ଜଣାପଡିଛି ଓଡିଶାରେ ସ୍ୱାସ୍ଥ୍ୟକର୍ମୀଙ୍କ ଠାରେ ୮୫ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି।

ଚତୃର୍ଥ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ ହସ୍ତଗତ ହୋଇଛି। ଓଡିଶାର ୩ଟି ଜିଲ୍ଲାରେ ସେରୋ ସର୍ଭେ କରାଯାଇଥିବା ବେଳେ ଏହାର ରିପୋର୍ଟ ଆସିଛି। ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ୮୫ ପ୍ରତିଶତ ଆଣ୍ଟିବଡି ଓ ଗୋଷ୍ଠୀ ଆଣ୍ଟିବଡି ୬୫.୧୨ ପ୍ରତିଶତ ରହିଥିବା ଜଣାପଡ଼ିଛି। ଗଂଜାମ ଜିଲ୍ଲାରେ ୭୦.୯ ପ୍ରତିଶତ , କୋରାପୁଟ ଜିଲ୍ଲାରେ ୬୩ ଓ ରାୟଗଡା ଜିଲ୍ଲାରେ ୬୩ ପ୍ରତିଶତ ଆଣ୍ଟିବଡି ଚିହ୍ନଟ ହୋଇଛି। ସେହିଭଳି ଶିଶୁମାନଙ୍କ ଦେହରେ ୬୫.୧୨ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି।

ଜୁନ ୧୬ରୁ ଜୁନ ୨୦ ମଧ୍ୟରେ ସାମ୍ପଲ ସଂଗ୍ରହ କରାଯାଇଥିଲା। ଏଥିରୁ ସର୍ବସାଧାରଣରୁ ୧୨ ଶହ ୩୦ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ୩୧୧ଟି ସାମ୍ପଲ ସଂଗ୍ରହ କରାଯାଇଥିଲା । ଦେଶରେ ଯେତେବେଳେ ୬୭ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି, ଓଡିଶାରେ ୮୫ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହେବା ଆଶ୍ୱସ୍ତିକର ଖବର। ଏହି ସୂଚନା ରାଜ୍ୟରେ ଆଗାମୀ ଦିନରେ ତୃତୀୟ ଲହରକୁ ପ୍ରତିହତ କରିପାରିବ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ।

Leave A Reply

Your email address will not be published.