ପ୍ରମୁଖ ଖବର

ବନ୍ଧୁକ ଦେଖାଇ ଜୁଏଲାରୀ ମାଲିକଙ୍କଠୁ ଝାମ୍ପିନେଲେ ୪ କୋଟି ଟଙ୍କାର ଅଳଙ୍କାର
ବିଲ୍ ମଞ୍ଜୁରୀ ନେଇ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଲାଗି ରହିବ ନାହିଁ ସମୟ ସୀମା : ସୁପ୍ରିମକୋର୍ଟ
ଅନିଲ୍ ଅମ୍ବାନୀଙ୍କୁ ଇଡି ଝଟକା: ଭୁବନେଶ୍ବରର ସମେତ ଏକାଧିକ ସ୍ଥାନରେ ସମ୍ପତ୍ତି ଆଟାଚ୍
ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢ଼ୋଲକିଆ
ପୋଲିସ ସୁରକ୍ଷା ହଟାଇବାକୁ ପୀତବାସ ପଣ୍ଡାଙ୍କ ପତ୍ନୀଙ୍କ ଅନୁରୋଧ
ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ନୀତୀଶ କୁମାର

ମାରିକମ୍ ଦେଲେ ଖୁସି

0

ଭାରତ ପାଇଁ ଆଉ ଏକ ଖୁସିଖବର। ଟୋକିଓ ଅଲିମ୍ପିକ୍ସରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି ମାରିକମ। ବକ୍ସିଂ ଫ୍ଲାଇୱେଟ ପ୍ରଥମ ରାଉଣ୍ଡ ଜିତିଲେ ମାରିକମ। ଫ୍ଲାଇୱେଟର ୪୮ରୁ ୫୧ କିଗ୍ରା ବର୍ଗରେ ମାରିକମ ବାଜିମାତ କରିଛନ୍ତି। ଡୋମନିକା ରିପବ୍ଲିକର ମିଗୁଲି ହର୍ଣ୍ଣାଡେଜ ଗ୍ରାସିଆଙ୍କୁ ମେରିକମ ପରାସ୍ତ କରିଛନ୍ତି । ୪-୧ରେ ହରାଇ ରାଉଣ୍ଡ-୧୬କୁ ସେ ଉନ୍ନୀତ ହୋଇଛନ୍ତି।

ସେହିପରି ଟେବୁଲ ଟେନିସ ଦ୍ୱିତୀୟ ରାଉଣ୍ଡ ସିଙ୍ଗଲ୍ସ ଜିତିଲେ ମନିକା ବାତ୍ରା । ୫୭ ମିନିଟର ସଂଘର୍ଷମୟ ମୁକାବିଲାରେ ୟୁକ୍ରେନର ପେସୋସ୍କାଙ୍କୁ ପରାସ୍ତ କରିଛନ୍ତି । ପ୍ରଥମ ୨ ସେଟ ହାରି ବି ମ୍ୟାଚକୁ ୪-୩ ସେଟରେ ଜିତିଲେ ମୋନିକା।

ଆଜି ବ୍ୟାଡମିଂଟନରେ ବିଜୟରୁ ନିଜ ଅଭିଯାନ ଆରମ୍ଭ କରିଛନ୍ତି ପି.ଭି ସିନ୍ଧୁ । ସକାଳ ୭ଟା ୧୦ରେ ଖେଳାଯାଇଥିବା ମ୍ୟାଚରେ ପି.ଭି ସିନ୍ଧୁ ଇସ୍ରାଏଲର କେସେନିଆ ପୋଲିକାରପୋବାଙ୍କୁ ପରାସ୍ତ କରିଛନ୍ତି । ୨୧-୭, ୨୧-୧୦ ଗେମରେ ମାତ୍ର ୨୯ ମିନିଟରେ କେସେନିଆଙ୍କୁ ସିନ୍ଧୁ ପରାସ୍ତ କରିଛନ୍ତି । ହେଲେ ନିରାଶ ହେବାକୁ ପଡିଛି ସାନିଆ ମିର୍ଜା ଓ ଅଙ୍କିତା ରାଇନା ଯୋଡିକୁ । ସାନିଆ ମିର୍ଜା ଓ ଅଙ୍କିତା ରାଇନା ଡବଲ୍ସ ଯୋଡି ପ୍ରଥମ ରାଉଣ୍ଡରୁ ବାହାରି ଯାଇଛନ୍ତି ।

Leave A Reply

Your email address will not be published.