ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଲାଲ ବଳୟରେ ଖୋର୍ଧା, ମୃତ୍ୟୁ ସଂଖ୍ୟା ରେକର୍ଡ (୪୨)

0

ଭୁବନେଶ୍ବର: ଖୋର୍ଦ୍ଧାକୁ ଛାଡି ପୁରା ଓଡିଶା ଏବେ ଲାଲ ବଳୟ ବାହାରେ। ବାଲେଶ୍ୱର, ଯାଜପୁର,କଟକ ୟେଲୋ ଜୋନରେ ଥିବା ବେଳେ ବାକି ୨୬ଟି ଜିଲ୍ଲା ଗ୍ରିନ ଜୋନରେ। ଖୋର୍ଦ୍ଧାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଅଢେଇ ହଜାର ଉପରେ ରହିଛି। ସଂକ୍ରମଣ ହାର ୫ ପ୍ରତିଶତ ଉପରେ କେବଳ ପୁରୀ ଓ ବାଲେଶ୍ୱରରେ ରହିଛି। ୩ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ରହିଛି।

ଗତ ୨୪ ଘଣ୍ଟାରେ ୭୪ ହଜାର ୫୫୩ କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ୧୬ ଶହ ୩୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୨.୧୯% । ଖୋର୍ଦ୍ଧାରୁ ସର୍ବାଧିକ ୩୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୨୫୦, ଅନୁଗୁଳରୁ ୧୦୦, ବାଲେଶ୍ୱରରୁ ୫୭,ଭଦ୍ରକରୁ ୭୧,ଜଗତସିଂହପୁରରୁ ୮୫,ଯାଜପୁରରୁ ୮୦, ମୟୂରଭଂଜରୁ ୭୫, ପୁରୀରୁ ୭୮, କେନ୍ଦ୍ରାପଡାରୁ ୭୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଆଉ ୬୨ ଜଣଙ୍କ ମୃତ୍ୟୁର ତାଲିକା ଦେଇଛନ୍ତି ସରକାର। ଏଥିରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨ ଜଣ କରୋନାରେ ଆଖିବୁଜିଥିବା ହିସାବ ଦିଆଯାଇଛି । ସେହିପରି ସୁନ୍ଦରଗଡ ଜିଲ୍ଲାରୁ ୧୦ ଜଣ,କେନ୍ଦୁଝରରୁ ୪ ଜଣ, ଯାଜପୁରରୁ ୨ ଜଣ, ଗଂଜାମ, ଜଗତସିଂହପୁର, କନ୍ଧମାଳ, ପୁରୀରୁ ଜଣେ ଲେଖାଁଏ କରୋନାରେ ପ୍ରାଣ ହରାଇଛନ୍ତି । ମୋଟ ମୃତ୍ୟୁସଂଖ୍ୟା ୫ ହଜାର ୫୭୪କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.