ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ?

0

ବାଙ୍ଗାଲୁର: ଯାହା କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା, ତାହା ହିଁ ହେଲା। ସରକାର ଗଠନର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଟାଣୁଆ ନେତା ବିଏସ୍ ୟେଦୁରପ୍ପା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପ୍ରଦାନ କରିଥିଲେ।: ତେବେ ତାଙ୍କ ସ୍ଥାନରେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ ତାହା ସ୍ଥିର ହୋଇନାହିଁ। ଏବେ ଏ ପ୍ରସଙ୍ଗରେ ସମଗ୍ର ଦେଶର ନଜର ନୂଆଦିଲ୍ଲୀ ଉପରେ କେନ୍ଦ୍ରୀଭୂତ ହୋଇଛି। ୭୮ ବର୍ଷୀୟ ୟେଦୁରପ୍ପାଙ୍କୁ ନେଇ ଦଳ ଭିତରୁ ବିଦ୍ରୋହ ଆରମ୍ଭ ହୋଇଥିଲା।

୨୦୧୯ରେ କର୍ଣ୍ଣାଟକ କ୍ଷମତା ଚୌକି ଧରିଥିବା ୟେଦୁରପ୍ପାଙ୍କ ଆଜି ଅତ୍ୟନ୍ତ ଭାବବିହ୍ବଳ ହୋଇ କହିଛନ୍ତି, ଯେବେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ, ସେବେ ତାଙ୍କୁ କେନ୍ଦ୍ରରେ ମନ୍ତ୍ରୀ ପଦ ଯାଚିଥିଲେ। ମାତ୍ର ସେ କର୍ଣ୍ଣାଟକ ରାଜଦନୀତିରେ ରହିବେ ବୋଲି କହିଥିଲେ। ଏବେ କିନ୍ତୁ ବେଶ୍ ଅଗ୍ନୀ ପରୀକ୍ଷା ମଧ୍ୟରେ ତାଙ୍କର ସମୟ ଅତିବାହିତ ହୋଇଛି।

ନିକଟରେ ୟେଦୁରପ୍ପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ,ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖଙ୍କୁ ନୂଆଦିଲ୍ଲୀରେ ଭେଟିବା ପରେ ସେ ପଦ ଛାଡୁଥିବା ସଙ୍କେତ ମିଳିଥିଲା। ତେବେ ୟେଦୁରପ୍ପା ବିଜେପିକୁ ରାଜ୍ୟରେ ଏକ ସଶକ୍ତ ସ୍ଥାନରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି। ଏକଥା ଖୋଲାଖୋଲି ଦଳର ରାଷ୍ଟ୍ରୀୟ ସଭାପତି ମତ ରଖିବା ସହିତ ସେ ବହୁତ ଭଲ କାମ କରିଛନ୍ତି ବୋଲି ସାବାସୀ ଦେଇଛନ୍ତି।

ରାଜ୍ୟର ୮ଜଣ ନେତାଙ୍କ ସଂପର୍କରେ ଏବେ ହାଇକମାଣ୍ଡ ଗଭୀର ଭାବେ ଅନୁଶୀଳନ କରୁଛନ୍ତି। ଏ ମଧ୍ୟରେ ଅରବିନ୍ଦ ବେଲାଡ, ବି ଜି ପାଟିଲ୍ ୟାଟନଲ, ମୁଗେଶ ଆର୍ ନିରାନି, ବାସବରାଜ ବୋମାଇ, ପ୍ରହଲ୍ଲାଦ ଯୋଶୀ ପ୍ରମୁଖଙ୍କ ନାମ ରହିଛି। ତେବେ ୟାଟନଲଙ୍କୁ ନେଇ ଚର୍ଚ୍ଚା ଜୋର ରହିଛି। ସେ ଆଜି ସକାଳେ ୟେଦୁରପ୍ପାଙ୍କ ଘରକୁ ଯାଇ ଆଲୋଚନା କରିଥିଲେ। ଜଣେ କଟ୍ଟର ଆରଏସଏସ୍ ନେତାଭାବେ ସେ ଜଣାଶୁଣା

Leave A Reply

Your email address will not be published.