ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ୟେଦୁରପ୍ପା କହିଲେ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ କର, ସେୟା ହେଲା

0

ନୂଆଦିଲ୍ଲୀ: ଶେଷରେ ବିଦାୟୀ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପାଙ୍କ ପଲ୍ଲା ଭାରି ରହିଲା। ଲିଙ୍ଗାୟତ ଭୋଟ ହାତଛଡା ଭୟରେ ବିଜେପି ନିଷ୍ପତ୍ତି ନେଲା ଯେ ୟେଦୁରପ୍ପାଙ୍କୁ ସନ୍ତୁଷ୍ଟ କରିବାକୁ ହେବ। ଏଣୁ ତାଙ୍କ ସୁପାରିସ ଅନୁସାରେ, ଆଜି ବାସବରାଜ ବୋମାଇଙ୍କୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କରାଯିବାକୁ ନିଷ୍ପତ୍ତି ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପର୍ଯ୍ୟବେକ୍ଷକ ଭାବେ ବାଙ୍ଗାଲୁର ଯାଇ ସେଠାରେ ବିଧାୟକମାନଙ୍କ ସହିତ ଆଲୋଚନା କରିଥିଲେ। ପରେ ଶ୍ରୀ ପ୍ରଧାନ ଏ ସଂକ୍ରାନ୍ତରେ ବିଧିବଦ୍ଧ ଘୋଷଣା କରିିଥିଲେ।

ଶ୍ରୀ ବୋମାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ ଆର୍ ବୋମାଇଙ୍କ ପୁଅ। ୬୧ ବର୍ଷୀୟ ଏହି ନେତା ୟେଦୁରପ୍ପାଙ୍କ ସରକାରରେ ଗୃହ ମନ୍ତ୍ରୀ ଥିଲେ। ସେ ତାଙ୍କର ଅତି ଖାସ୍ ଭାବେ ଜଣାଶୁଣା। ଶ୍ରୀ ବୋମାଇଙ୍କୁ ବିଧାୟକ ଦଳ ନେତା ବାଛିବା ପରେ କର୍ଣ୍ଣାଟକରେ ଦୁଇ ଦିନ ଧରି ଯେଉଁ ରାଜନୈତିକ ହଟଚମଟ ଜାରି ରହିଥିଲା ତାର ଅନ୍ତଃ ଘଟିଛି ଓ ୟେଦୁରପ୍ପାଙ୍କ ବିରୋଧୀ ଶକ୍ତିକୁ ଶକ୍ତ ଧକକା ଲାଗିଛି। ଆସନ୍ତାକାଲି ଅପରାହ୍ନ ୩ଟା ୨୦ରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ଗତକାଲି ସରକାର ଦୁଇବର୍ଷ ପୂର୍ତି ଅବସରରେ ବି ଏସ୍ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

Leave A Reply

Your email address will not be published.