ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ଯୁବତୀଙ୍କୁ ଜୀଅନ୍ତା ଜାଳିଦେଲେ..

0

ଭୁବନେଶ୍ବର: ଏସିଏଫ୍ ସୌମ୍ୟରଂଜନ ମହାପାତ୍ର ପୋଡି ହୋଇ ମୃତ୍ୟୁବରଣ କରିଥିବା ମାମଲା ଏଯାଏ ଥମିନଥିବା ବେଳେ ଗଂଜାମରୁ ଆସିଛି ଏକ ଛାତି ଥରାଇଦେବା ଭଳି ଖବର। ଯୁବତୀଙ୍କୁ ଜୀଅନ୍ତା ଜାଳିଦେଲା ଜଣେ ଯୁବକ। ପେଟ୍ରୋଲ ଢାଳି ଯୁବତୀଙ୍କ ଦେହରେ ନିଆଁ ଲଗାଇଦେଲା ପ୍ରେମିକ । ତେବେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ସେଠାରେ ସେ ଆଖି ବୁଜିଛନ୍ତି।

ଗଂଜାମ ପ୍ରତାପୁର ଗାଁର କୃଷ୍ଣଚନ୍ଦ୍ର ସାହୁ। ପୋଲସରା ଅଂଚଳର ଏକ ଯୁବତୀଙ୍କୁ ଭଲ ପାଉଥିଲେ । କୃଷ୍ଣଚନ୍ଦ୍ର କଥା ହେବା ବାହାନାରେ ଯୁବତୀଙ୍କୁ ଏକ ପରିତ୍ୟକ୍ତ ଘର ପାଖକୁ ଡାକିଥିଲେ । ଆଉ ସେଠାରେ ହିଁ ଯୁବତୀଙ୍କ ଦେହରେ ପେଟ୍ରୋଲ ଢାଳି ଜୀଅନ୍ତା ଜାଳିଦେଇଥିଲେ । ଯୁବତୀଙ୍କୁ ସେଠାରୁ ଉଦ୍ଧାର କରାଯାଇ ପ୍ରଥମେ ପୁରୁଷୋତ୍ତମପୁର ମେଡିକାଲକୁ ନିଆଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ପରେ ବ୍ରହ୍ମପୁର ମେଡିକାଲକୁ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

ପୁଲିସ ମେଡିକାଲରେ ଯୁବତୀଙ୍କ ଶେଷ ବୟାନ ରେକର୍ଡ କରିଛି । ଏହା ପରେ ମେ।।ବାଇଲ ନମ୍ବର ଟ୍ରାକ କରି ଅଭିଯୁକ୍ତ କୃଷ୍ଣଚନ୍ଦ୍ରକୁ ଗିରଫ କରିଛି । ତେବେ
ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା । ହେଲେ ଯୁବକ ଜଣ ଅନ୍ୟତ୍ର ବାହାଘର ପାଇଁ ଯୋଜନା କରିଥିଲେ। ଏକଥା ଯୁବତୀ ଜଣକ ଜାଣିବା ପରେ ବିରୋଧ କରିଥିଲେ। ଫଳରେ ପ୍ରେମିକ ଜଣକ ଉତକ୍ଷିପ୍ତ ହୋଇ ଯୁବତୀଙ୍କୁ ଜାଳିଦେଇଥିବା ଜଣାପଡିଛି।

Leave A Reply

Your email address will not be published.