ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ବିନା ଟିମ୍‌ରେ ଆଉ କେତେଦିନ କ୍ୟାପଟେନ୍ ରହିବେ ନିରଞ୍ଜନ?

0

ଭୁବନେଶ୍ବର: ଯୁବ ଓ ଛାତ୍ର ସଂଗଠନ ଅଛି। ମହିଳା ସଭାନେତ୍ରୀ ଓ ସେବାଦଳ ମୁଖ୍ୟଙ୍କୁ ବି ନିଯୁକ୍ତି ଦିଆଗଲା। ଇତିମଧ୍ୟରେ ଗଣମାଧ୍ୟମ ବ୍ୟାପାର ବୁଝିବା ପାଇଁ ଗୋଟିଏ ଟିମ୍ ବି ଗଠନ ହେଲା। ହେଲେ ଅସଲ ଯେଉଁଟା ମାନେ କଂଗ୍ରେସର ମୂଳ ସଂଗଠନ କେଉଁମାନଙ୍କୁ ନେଇ ଚାଲିଛି?

ରାଜ୍ୟ କଂଗ୍ରେସ ମୁଖିଆଙ୍କର ଏଭଳି ମତିଗତି ଏବଂ ଅଖିଳ ଭାରତ କଂଗ୍ରେସ କମିଟିର ବିଚିତ୍ର ଆଭିମୁଖ୍ୟ ରାଜ୍ୟର କଂଗ୍ରେସ ନେତାଙ୍କୁ ତାଜୁବ୍ କରୁଛି। ଏଇଥିପାଇଁ ଯେ ସଂପ୍ରତି ରାଜ୍ୟ କଂଗ୍ରେସର ମୂଳ ସଂଗଠନ କହିଲେ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ବାଳ ଏବଂ ପ୍ରଦୀପ ମାଝୀଙ୍କୁ ବୁଝାଉଛି। ନା ରାଜ୍ୟ କମିଟି ଅଛି ନା ଜିଲ୍ଲା କିମ୍ବା ବ୍ଲକ କଂଗ୍ରେସ କମିଟି। ଯେତେବେଳେ ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ଓ ବିଜେପି କମର କସିଲେଣି, ସେତେବେଳେ ରାଜ୍ୟ କଂଗ୍ରେସର ଏଭଳି ସ୍ବରୂପ ଯେ କୌଣସି ରାଜନୈତିକ ରଣନୀତିକାରମାନଙ୍କୁ ଆଶ୍ଚର୍ଯ୍ୟ କରିବନି କି?

ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରେ ପ୍ରଦେଶ କଂଗ୍ରେସ ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେବା ଚର୍ଚ୍ଚା ହେଲା। ସେବେ କୁହାଗଲା, ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ହାଇକମାଣ୍ଡ ନିରଞ୍ଜନଙ୍କୁ ପଦରେ ରହିବା ପାଇଁ ବାଧ୍ୟ କରିଛନ୍ତି। ତା ପରଠାରୁ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ବ ଚୁପ୍। ନିରଞ୍ଜନ ବି ଆଉ ପଦ ଛାଡିବା କଥା କହୁନାହାନ୍ତି। ଯଦି ନିରଞ୍ଜନ ଏହି ପଦରେ ଅନିର୍ଦିଷ୍ଟ କାଳ ପାଇଁ ରହିବେ, ତେବେ ତାର ବି ଗୋଟିଏ ପ୍ରକ୍ରିୟା ହେବା କଥା। ସେମିତି କିଛି ବି ହେଲାନି। ସେବେଠୁ ନିରଞ୍ଜନ କେବଳ ଦାୟିତ୍ବ ସମ୍ଭାଳିକି ଅଛନ୍ତି ନା ସେ ଏହି ପଦରେ ପୁଣି ପୂର୍ବବତ୍ କାର୍ଯ୍ୟ କରିବେ। ଏକଥା କେହି କହିବେନି? ଇଏ କେମିତିକା କଥା?

ଆହୁରି ବିସ୍ମୟକର କଥା ହେଲା, ପ୍ରଦେଶ କଂଗ୍ରେସ କାହିଁକି ନିର୍ବାଚନରେ ପରାଜୟ ବରଣ କଲା, ସେ ନେଇ ନା ନିଜେ ସଭାପତି ଶ୍ରୀ ପଟ୍ଟନାୟକ କାରଣ ଖୋଜିଲେ କିମ୍ବା ଦଳର ଶୀର୍ଷ ଅଥବା ଅନ୍ୟ ନେତାମାନେ ଏହି କଥାଟିକୁ ଜୋର ଦେଲେ। ନିଜର ଭୁଲ ତ୍ରୁଟି ବାଛିବା ପାଇଁ ଗୋଟିଏ ସାହସ ଦରକାର। ସମ୍ଭବତଃ କଂଗ୍ରେସ ନେତୃତ୍ବ ଏହାକୁ ହରାଇ ବସିଛନ୍ତି। ବିଜେଡି ଅର୍ଥ ବଳ ପ୍ରୟୋଗ କଲା, ବାହୁ ବଳ ପ୍ରୟୋଗ କଲା, ନବୀନ ପଟ୍ଟନାୟକ ସରକାରୀ କଳକୁ ବ୍ୟବହାର କଲେ, ମୋଦୀଙ୍କ ଲୋକପ୍ରିୟତା ବଢିଯାଉଛି ଏଭଳି ଚିରାଚରିତ ସ୍ଲୋଗାନ୍ ଦେଇ କଂଗ୍ରେସ ନେତୃତ୍ବ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ଯେଭଳି ନାହିରେ ତେଲ ଦେଇ ଶୋଇଯାଉଛନ୍ତି, ତାହା ଦଳର ବିପର୍ଯ୍ୟୟ କ୍ଷେତ୍ରରେ ଏକ ବଡ କାରଣ ବୋଲି ରାଜନୈତିକ ପଣ୍ଡିତମାନେ ମତ ରଖୁଛନ୍ତି।

ଅନ୍ୟମାନେ କେହି କିଛି କରିବେନି, (କ୍ଲାସରେ କେହି ପିଲା ରହିବେନି, ମୁଁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ସହିତ ସମାନ) ଆମେ ଜିତିବୁ, ଏହା କେବଳ ଗୋଟିଏ ସ୍ବପ୍ନ ହୋଇପାରେ। ସତ କଥା ହେଲା, ରାଜ୍ୟ କଂଗ୍ରେସ ନିର୍ବାଚନ ପରାଜୟ ପରଠାରୁ କୌଣସି ଗୋଟିଏ ପ୍ରସଙ୍ଗ ରାଜ୍ୟ ସରକାରଙ୍କ ବିରୋଧରେ ଏପର୍ଯ୍ୟନ୍ତ ଠିଆ କରିପାରିନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୀତିକୁ ଆଉ କେଇ ମାସ ପରେ ୨୫ବର୍ଷ ଛୁଇଁବ। ଏହି ବର୍ଷମାନଙ୍କରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କୌଣସି ଗୋଟିଏ ନିର୍ଦିଷ୍ଟ ଅଭିଯୋଗ ରଖି ତାହାକୁ ସାବ୍ୟସ୍ତ କରିପାରିନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କର କୌଣସି ଗୋଟିଏ ଶଦ୍ଦକୁ ନେଇ ବିବାଦ ସୃଷ୍ଟି କରିପାରିନାହାନ୍ତି। ରାଜ୍ୟ ସରକାରଙ୍କ ବିରୋଧରେ ଗୋଟିଏ ପ୍ରସଙ୍ଗ ଛିଡା କରିପାରୁନାହାନ୍ତି। ଏହାକୁ ରାଜ୍ୟ କଂଗ୍ରେସ ନେତାମାନେ କଣ ନିଜ ବିଫଳତା ବୋଲି ମାନିବେନି?

କେବଳ ସେତିକି ନୁହେଁ, ଯିଏ ଯେବେ ସଭାପତି ହେଲା, ସେବେ ତାଙ୍କୁ ପରାଜିତ କରିବା ଲାଗି ଆଉ ଗୋଟିଏ ଗୋଷ୍ଠୀ ଅତି ସକ୍ରିୟ ହୋଇଉଠିବେ। ଏହାର ପରିଣାମ ଆଉ କଣ ହୋଇଥାନ୍ତା?ସଂପ୍ରତି ବିଜେଡି ଯେବେ ଯୁବ ନେତାଙ୍କୁ ନେଇ ଆଗକୁ ବଢୁଛି, ବିଜେପି ଯେବେ ବରିଷ୍ଠଙ୍କୁ ଆଡେଇ ଯୁବ ନେତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଆଗ ଧାଡିରେ ରଖିଲେଣି, ଓଡ଼ିଶାରେ କଂଗ୍ରେସର ବରିଷ୍ଠମାନେ କଣ ଅବସର ନେବେ ନାହିଁ? ବୟସ୍କ, କ୍ରମାଗତ ଭାବେ ପରାଜିତ ନେତାମାନଙ୍କୁ ନେଇ ଦଳ କେତେ ଆଗକୁ ଯିବ?

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କହିବା କଥା ହେଉଛି, ବରିଷ୍ଠ ଯଦି ସୁଯୋଗ ନ ଦେଉଛନ୍ତି, ତେବେ ରାଜ୍ୟ କଂଗ୍ରେସର ସମସ୍ତ ଯୁବ ନେତା ଏକାଠି ହେବାର ବେଳ ଆସିଛି। ସେମାନେ ଏକାଠି ହୋଇ ନିଜକୁ ଏଭଳି ସଂଗଠିତ କରିବା ଦରକାର ଯେ ବୟସ୍କମାନେ ଆପେ ବାଟ ଛାଡିବେ। ଅନ୍ୟଥା ରାଜ୍ୟ କଂଗ୍ରେସକୁ ନୂଆ ନେତା ତ ଆସିବେନି, ଦଳରେ ଥିବା କର୍ମୀ ବି ଦିନେ ରହିବେନି। ନେତାମାନେ ଆଉ କେତେ କଣ ଘଟିଲେ ହେଜିବେ?

Leave A Reply

Your email address will not be published.