ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ସଫଳତା ଆଡକୁ ସିନ୍ଧୁ, ତରୁଣଙ୍କ ଅଭିଯାନ ଶେଷ

0

ଟୋକିଓ ଅଲିମ୍ପିକ୍ସରେ ବିଜୟ ଆଡକୁ ଅଗ୍ରସର ହୋଇଛନ୍ତି ପି.ଭି ସିନ୍ଧୁ। ଦମଦାର ପ୍ରଦଶର୍ନ କରିଛନ୍ତି ବ୍ୟାଡମିଣ୍ଟନ ଖେଳାଳି ସିନ୍ଧୁ। ଗ୍ରୁପ ଷ୍ଟେଜର ଦ୍ୱିତୀୟ ମ୍ୟାଚ ଜିତି ସହଜ ବିଜୟ ସହ ପ୍ରି କ୍ୱାର୍ଟରରେ ପହଞ୍ଚିଛନ୍ତି। ହଂକଂ ପ୍ରତିଦ୍ୱନ୍ଦ୍ବୀଙ୍କ ବିପକ୍ଷରେ ୨୧-୯, ୨୧-୧୬ରେ ବିଜୟୀ ହୋଇଛନ୍ତି। ପ୍ରି କ୍ୱାର୍ଟର ଫାଇନାଲରେ ଡେନମାର୍କକୁ ସେ ଭେଟିବେ।

ସେପଟେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳକୁ ନିରାଶ ହେବାକୁ ପଡିଛି। ବ୍ରିଟେନଠାରୁ ୪-୧ ଗୋଲରେ ଭାରତୀୟ ମହିଳା ହକି ଦଳ ପରାସ୍ତ
ହୋଇଛି । ଚଳିତ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳର ଏହା ଲଗାତର ତୃତୀୟ ପରାଜୟ।

ସେହିପରି ତୀରନ୍ଦାଜରେ ତରୁଣଦୀପଙ୍କ ଅଲିମ୍ପିକ୍ସ ଅଭିଯାନ ଶେଷ ହୋଇଛି। ବ୍ୟକ୍ତିଗତ ଇଭେଣ୍ଟରେ ପରାସ୍ତ ହୋଇଛନ୍ତି ତରୁଣଦୀପ ରାୟ । ଇଟାଲୀ
ପ୍ରତିଦ୍ୱନ୍ଦ୍ବୀଙ୍କ ଠାରୁ ୬-୫ରେ ପରାସ୍ତ ହୋଇଛନ୍ତି ତରୁଣଦୀପ । ଅନ୍ତିମ ୧୬ରେ ହାରି ଅଭିଯାନ ଶେଷ କରିଛନ୍ତି ତରୁଣଦୀପ।

Leave A Reply

Your email address will not be published.