ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ବର୍ଷକୁ ୧୧ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି, ତଥାପି କେହି…

0

ଭୁବନେଶ୍ୱର: ହେପାଟାଇଟିସ୍‌-ବି ଏଚ୍‌ଆଇଭି ଠାରୁ ଶତ ପ୍ରତିଶତ ସଂକ୍ରାମକ ଏବଂ ବିଶ୍ୱର ସବୁଠାରୁ ବଡ ଘାତକ ରୋଗ ଭାବେ ପରିଗଣିତ ହୋଇଛି। ଏହି ରୋଗ ଦ୍ୱାରା ପ୍ରତ୍ୟେକ ବର୍ଷ ପୃଥିବୀରେ ୧୧ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି।

ତେବେ ଏହି ରୋଗର ଏକ ଭୟଙ୍କର ଦିଗ ହେଉଛି ବିଶ୍ୱରେ ୪୦ କୋଟି ଲୋକ ଏଥିରେ ସଂକ୍ରମିତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୯୫ ପ୍ରତିଶତ ନିଜ ରୋଗ ସମ୍ପର୍କରେ ଜାଣନ୍ତି ନାହିଁ ବୋଲି କହିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ମନୋଜ କୁମାର ସାହୁ।

ଔଷଧ ବିଜ୍ଞାନରେ ଅଗ୍ରଗତି ଦ୍ୱାରା ଏଚ୍‌ଆଇଭି/ଏଡ୍‌ସ, ଯକ୍ଷ୍ମା ଏବଂ ମ୍ୟାଲେରିଆ ଭଳି ରୋଗରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଉଛି। ତେବେ ୨୦୨୦ ସୁଦ୍ଧା ହେପାଟାଇଟିସ୍‌-ବି ଆକ୍ରାନ୍ତଙ୍କ ମୃତ୍ୟୁ ହାର ୨୨ ପ୍ରତିଶତ ବୃଦ୍ଧି ପାଇଛି ବୋଲି ପ୍ରଫେସର ସାହୁ କହିଛନ୍ତି । ସେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ବିଶ୍ୱ ହେପାଟାଇଟିସ୍‌ ଦିବସ ଅବସରରେ ଆୟୋଜିତ ୱେବିନାର୍‌ରେ ବକ୍ତୃତା ଦେବା ବେଳେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ପ୍ରଫେସର ସାହୁ କହିଛନ୍ତି ଯେ ଯେଉଁମାନେ ଏହି ରୋଗରେ ଶିକାର ହୋଇଛନ୍ତି କିନ୍ତୁ ସେମାନଙ୍କ ଅବସ୍ଥାକୁ ନେଇ ଅଜ୍ଞ ଅଟନ୍ତି ସେମାନଙ୍କ ଠାରେ ଜଟିଳ ଯକୃତ ରୋଗ ଏବଂ ଗୁରୁତର ସମସ୍ୟା ସୃଷ୍ଟି ହେବାର ଦେଖିବାକୁ ମିଳୁଛି । ଏହାଛଡା ସେମାନେ ସୁସ୍ଥ ଲୋକଙ୍କୁ ମଧ୍ୟ ସଂକ୍ରମିତ କରାଉଛନ୍ତି ବୋଲି ସେ କହିଛନ୍ତି। ପ୍ରଫେସର ସାହୁ କହିଛନ୍ତି ହେପାଟାଇଟିସ୍‌ର ୫ଟି ଷ୍ଟ୍ରେନ୍ ରହିଛି – ହେପାଟାଇଟିସ୍ ଏ, ବି, ସି, ଡି ଏବଂ ଇ। ଏହା ମଧ୍ୟରୁ ହେପାଟାଇଟିସ୍ ବି ଏବଂ ସି ଯୋଗୁଁ ଭାରତରେ ଅଧିକ ମାତ୍ରାରେ ଲିଭର ସିରୋସିସ୍ ଏବଂ ଲିଭର କ୍ୟାନ୍ସର ଭଳି ସମସ୍ୟା ଦେଖିବାକୁ ମିଳୁଛି। ହେପାଟାଇଟିସ୍‌-ଏ ଏବଂ ବି ଖାଦ୍ୟ ଏବଂ ପାଣି ଦ୍ୱାରା ଶରୀରକୁ ଆସିଥାଏ । ମାତ୍ର ଏହି ସଂକ୍ରମଣ ଦୁଇ ମାସ ମଧ୍ୟରେ ଭଲ ହୋଇଥାଏ । ତେବେ ହେପାଟାଇଟିସ୍ ବି, ସି ଏବଂ ଡି ଶରୀରକୁ ଆସୁଥିବା ରକ୍ତ ଦ୍ୱାରା ସଂକ୍ରମିତ ହୋଇଥାଏ । ଏଚ୍‌ଆଇଭି ଭଳି ଏହି ସଂକ୍ରମଣ ଶରୀରକୁ ପ୍ରବେଶ କରିଥାଏ ବୋଲି ସେ କହିଛନ୍ତି।

ଚଳିତବର୍ଷର ବିଶ୍ୱ ହେପାଇଟାଇଟିସ୍ ଦିବସର ଥିମ୍ ରହିଛି “ହେପାଟାଇଟିସ୍ କାଂଟ ୱେଟ୍‌” ଅର୍ଥାତ୍ ଏହି ରୋଗକୁ ୨୦୩୦ ସୁଦ୍ଧା ଦୂର କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଆବଶ୍ୟକ । କରୋନା ମହାମାରୀ ସମୟରେ ମଧ୍ୟ ହେପାଟାଇଟିସ୍ ସହିତ ଯୁଦ୍ଧ କରିବାକୁ ହେଳା କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି । ତେବେ ଭଲ କଥା ହେଉଛି ୧୯୮୨ରୁ ହେପାଟାଇଟିସ୍‌-ବି ନିରାକରଣ ପାଇଁ ଭ୍ୟାକ୍ସିନ୍ ଉପଲ୨ ଅଛି । ଏହା ଯେକୌଣସି ବୟସରେ ଏପରିକି ଗର୍ଭଧାରଣ ସମୟରେ ମଧ୍ୟ ନିଆ ଯାଇପାରିବ। ଜୀବନରେ ଥରେ ଏହି ଭ୍ୟାକ୍ସିନ୍ ନେବା ଦ୍ୱାରା ସାରା ଜୀବନ ଆମେ ଏହି ମାରାତ୍ମକ ହେପାଟାଇଟିସ୍ ରୋଗରୁ ମୁକ୍ତ ରହିପାରିବା । ଯଦିଓ ହେପାଟାଇଟିସ୍‌-ସି ନିରାକରଣ ପାଇଁ ଏପର୍ଯ୍ୟନ୍ତ କୌଣସି ଭ୍ୟାକ୍ସିନ୍ ବାହାରି ପାରି ନାହିଁ ତଥାପି ଏହାର ଚିକିତ୍ସା ଉପଲବ୍ଧ ଅଛି । ମାତ୍ର ଗୋଟିଏ ଟାବ୍‌ଲେଟ୍ ୩ ମାସ ପର୍ଯ୍ୟନ୍ତ ସେବନ କଲେ ସଂକ୍ରମଣ ସଂପୂର୍ଣ୍ଣ ଦୂର ହୋଇଯିବ ବୋଲି ସେ କହିଛନ୍ତି।

ସୋଆ ଏନ୍‌ଏସ୍‌ଏସ୍ ଶାଖା ଏବଂ ସୋଆ ୱେଲ୍‌ନେସ୍ ସେଂଟର ଆନୁକୂଲ୍ୟରେ ଆୟୋଜିତ ୱେବିନାର୍‌ରେ ଉପସ୍ଥିତ ଥିବା ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର କହିଥିଲେ ଯେ ବର୍ଷକୁ ଅଧିକ ସଂଖ୍ୟକ ମୃତ୍ୟୁ ହେପାଟାଇଟିସ୍ ଯୋଗୁଁ ହେଉଛି । ସୁସ୍ଥ ଜୀବନଶୈଳୀ ଦ୍ୱାରା ହିଁ ଯକୃତ ସୁସ୍ଥ ରହିବ ଯାହାକି ମଣିଷ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଗ।

ପ୍ରଫେସର ସାହୁ କହିଥିଲେ ଯେ ଯକୃତ ହେଉଛି ମଣିଷ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଗ ଯାହାକି ୫୦୦ଟି ବିଭିନ୍ନ କାର୍ଯ୍ୟ ପରିଚାଳନା କରିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହେପାଟାଇଟିସ୍‌କୁ ଜନସାଧାରଣଙ୍କ ପାଇଁ ଏକ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ବିବେଚନା କରିବା ସହ ୨୦୩୦ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବାର କାର୍ଯ୍ୟ ହାତକୁ ନେଇଛି । ଏଥିପାଇଁ ଅଧିକ ସଚେତନତା, ତ୍ୱରାନ୍ୱିତ ଚିହ୍ନଟ ପ୍ରକ୍ରିୟା, ଟୀକାକରଣ ଏବଂ ଅଧିକ ଚିକିତ୍ସାର ଆବଶ୍ୟକତା ରହିଛି । ତେଣୁ ଆମର ପ୍ରଚେଷ୍ଟା ବଳରେ ଆମେ ହେପାଟାଇଟିସ୍‌କୁ ସମ୍ପୂର୍ଣ୍ଣ ରୂପେ ଦୂର କରିପାରିବା ବୋଲି ସେ କହିଛନ୍ତି।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ରାଜ୍ୟର ପ୍ରଥମ ଯକୃତ ପ୍ରତ୍ୟାରୋପଣ କରିପାରିଛି ଏବଂ ପରବର୍ତୀ ସମୟରେ ଏହି ପ୍ରକ୍ରିୟାକୁ ଜାରୀ ରଖିବା ଦ୍ୱାରା ଓଡ଼ିଶାରେ ଇତିହାସ ସୃଷ୍ଟି କରିଛି । ଏଭଳି ସର୍ଜରୀ ଆଗକୁ ମଧ୍ୟ ଜାରି ରହିବ ବୋଲି ସେ କହିଛନ୍ତି। ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗ ହେଉଛି ଏକମାତ୍ର ସ୍ଥାନ ଯେଉଁଠାରେ କି ହେପାଟାଇଟିସ୍‌-ବି ର ସ୍କ୍ରିନିଂ ଏବଂ ଟୀକାକରଣ ମାଗଣାରେ ବର୍ଷ ତମାମ କରାଯାଇଥାଏ । ଗତ ୯ ବର୍ଷ ଧରି ଏଭଳି କାର୍ଯ୍ୟ ଜାରୀ ରହିଛି । ସୋଆ ପକ୍ଷରୁ ଏହି ରୋଗର ସଚେତନତା ନେଇ ମଧ୍ୟ ଅନେକ କାର୍ଯ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ବିଶ୍ୱ ହେପାଟାଇଟିସ୍ ଆଲିଆନ୍ସ ସହଭାଗିତାରେ ଜାରି ରହିଛି।

ଚଳିତବର୍ଷ ବିଶ୍ୱ ହେପାଟାଇଟିସ ଦିବସ ଅବସରରେ ଏହି ରୋଗ ଓ ଏହାର ସମସ୍ୟାକୁ ନେଇ ପୁରୀ ସମୁଦ୍ରକୂଳରେ ଏକ ବାଲୁକା କଳା ପ୍ରଦର୍ଶନ କରାଯାଇଥିଲା। ବିଶିଷ୍ଟ ବାଲୁକାଶିଳ୍ପୀ ଶ୍ରୀ ମାନସ କୁମାର ସାହୁଙ୍କ ଦ୍ୱାରା ଏହି କଳା ପ୍ରସ୍ତୁତ କରାଯାଇଥିଲା । ଆୟୋଜିତ ୱେବିନାରରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଏନ୍‌ଏସ୍‌ଏସ୍‌ର ଆଂଚଳିକ ନିର୍ଦ୍ଦେଶକ ଶ୍ରୀମତି ସରିତା ପଟେଲ୍ ଏବଂ ସଂଯୋଜକ ପ୍ରଫେସର ନଚିକେତା କେ. ଶର୍ମା ବକ୍ତବ୍ୟ ରଖିଥିଲେ। ସୋଆର ଅନେକ ଛାତ୍ରଛାତ୍ରୀ , ଗବେଷକ, ଅଧ୍ୟାପକ, ଅଧ୍ୟାପିକା ପ୍ରମୁଖ ଏହି ୱେବିନାରରେ ସାମିଲ୍ ଥିଲେ ।

Leave A Reply

Your email address will not be published.