ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଜାଣନ୍ତୁ କେଉଁ ୧୦ଟି କାରଣ ପାଇଁ ହୋଇଥାଏ ହୃଦଘାତ?

0

ଆଜକାଲି ହୃଦଘାତରେ ଅଧିକାଂଶ ଲୋକଙ୍କ ଜୀବନ ଯାଉଛି। ଯୁବପିଢିଙ୍କଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଅନେକ ଲୋକ ହୃଦଘାତରେ ମୃତ୍ୟୁବରଣ କରୁଛନ୍ତି। ତେବେ ଚିନ୍ତାର ବିଷୟ ହେଉଛି ବୟସ୍କଙ୍କ ଅପେକ୍ଷା ଯୁବକ ମାନଙ୍କୁ ଅଧିକ ହୃଦଘାତ ହେବାର ଦେଖାଦେଉଛି। ଯେତେବେଳେ ହୃଦୟ ମାଂସପେଶୀରେ ରକ୍ତ ଯୋଗାଣ ବାଧାପ୍ରାପ୍ତ ହୁଏ, ସେତେବେେ ଜଣେ ବ୍ୟକ୍ତି ହୃଦଘାତର ଶିକାର ହୋଇଥାନ୍ତି।

କିନ୍ତୁ ଅନେକ କାରଣ ଅଛି ଯାହା ହୃଦଘାତର କାରଣ ହୋଇଥାଏ । ବିଶ୍ୱ ହୃଦୟ ଦିବସରେ ଆସନ୍ତୁ ଜାଣିବା କେଉଁ ୧୦ ଟି କାରଣ ପାଇଁ ମୁଖ୍ୟତଃ ହୃଦଘାତ ହୋଇଥାଏ ।

କମ ଶୋଇବା : ଯଦି ଆପଣ ଥକାପଣ ଅନୁଭବ କରୁଛନ୍ତି । ଆଉ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣରେ ଶୋଇପାରୁନାହାନ୍ତି । ତେବେ ହୃଦଘାତ ହେବାର ଆଶଙ୍କା ବଢିଯାଇଥାଏ। ଏକ ଅଧ୍ୟୟନ ଅନୁଯାୟୀ, ଯେଉଁମାନେ ରାତିରେ ୬ ଘଣ୍ଟାରୁ କମ ଶୋଇଥାନ୍ତି; ସେମାନଙ୍କର ହୃଦଘାତ ହେବାରୁ ଆଶଙ୍କା ୬ରୁ ୮ ଘଣ୍ଟା ଶୋଉଥିବା ଲୋକଙ୍କ ତୁଳନାରେ ଦୁଇ ଗୁଣ ହୋଇଥାଏ।

ମାଇଗ୍ରେନ; ମାଇଗ୍ରେନ ସମସ୍ୟା ହେବା ଦ୍ୱାରା ମଧ୍ୟ ଷ୍ଟ୍ରୋକ, ଛାତି ଯନ୍ତ୍ରଣା, ଓ ହୃଦଘାତ ହେବାର ସମ୍ଭାବନା ଅଧିକ ଥାଏ। ଯଦି କାହାର ଉଭୟ ହୃଦ ରୋଗ ଓ
ମାଇଗ୍ରେନ ସମସ୍ୟା ଉଭୟ ଥାଏ, ତେବେ ଟାଇପ୍ରାଟାନ ଗ୍ରହଣ କରିବା ଉଚିତ ନୁହେଁ।

ଥଣ୍ଡା ପାଗ: ଥଣ୍ଡା ତାପମାତ୍ରାରେ ଆମର ଧମନୀ ଗୁଡିକ ହ୍ରାସ ପାଇଥାଏ, ଏବଂ ଏହି କାରଣରୁ ହୃଦୟ ପର୍ଯ୍ୟନ୍ତ ରକ୍ତ ଯୋଗାଣରେ ଏକ ଅବରୋଧ ରହିଥାଏ । ଫଳରେ ହୃଦଘାତ ହେବା ଆଶଙ୍କା ଅଧିକ ଦେଖାଦିଏ।

ଅତ୍ୟଧିକ ଖାଇବା: ସେହିପରି ଗୋଟିଏ ଥର ବହୁ ପରିମାଣରେ ଖାଇବା ଶରୀରରେ ଥିବା ଚାପ ହରମୋନ ନୋରପାଇନଫ୍ରିନ୍ ମୁକ୍ତ କରିଥାଏ। ଅତ୍ୟଧିକ
ଚର୍ବି ଖାଦ୍ୟ ଖାଇବା ଦ୍ୱାରା ରକ୍ତରେ ଚର୍ବିର ହଠାତ ବୃଦ୍ଧି ହୋଇଥାଏ । ଯାହା ସାମୟିକ ଭାବେ ରକ୍ତବାହୀକୁ ନଷ୍ଟ କରିପାରେ।

ଅଧିକ ଭାବପ୍ରବଣ: କ୍ରୋଧ, ଦୁଃଖ, ଏବଂ ଅତ୍ୟଧିକ ଚାପରେ ରହିବା ମଧ୍ୟ ବିପଜ୍ଜନକ। ଏହା ମଧ୍ୟ ହୃଦୟ ସଂପର୍କିତ ସମସ୍ୟା ସୃଷ୍ଟି କରେ। ଏପରିକି ଅଧିକ ଖୁସି ହେବା ମଧ୍ୟ ବେଳେ ବେଳେ ହୃଦଘାତର କାରଣ ହୋଇଥାଏ।

ବ୍ୟାୟମ: କାମ କରିବା ଆମ ହୃଦୟ ପାଇଁ ଦେହ ପାଇଁ ହିତକର ବୋଲି କୁହାଯାଏ। କିନ୍ତୁ ଅତ୍ୟଧିକ ବ୍ୟାୟାମ କରିବା ଦ୍ୱାରା ମଧ୍ୟ ହୃଦଘାତ ଆଶଙ୍କା ଥାଏ ।
ବିଶେଷଜ୍ଞ ମାନେ କହନ୍ତି, ପାଖାପାଖି ୬ ପ୍ରତିଶତ ହୃଦଘାତ ଅତ୍ୟଧିକ ଶାରୀରିକ ପରିଶ୍ରମ ଯୋଗୁଁ ହୋଇଥାଏ।

ଯୌନ ସମ୍ପର୍କ: ଯେ କୌଣସି ବ୍ୟାୟାମ ପରି ସେକ୍ସୁଆଲ କାର୍ଯ୍ୟକଳାପ ମଧ୍ୟ ହୃଦଘାତ ଆଶଙ୍କା ବଢାଇଥାଏ। ଅଧିକାଂଶ ଲୋକଙ୍କ ପାଇଁ ଯୌନ ସଂପର୍କ ରଖିବା ଗୁରୁତ୍ୱପୂର୍ଣ । କାରଣ ଜୀବନର ଏକ ଅଂଶ । କିନ୍ତୁ ଯଦି ହୃଦରୋଗ ସମସ୍ୟା ଥାଏ ତେବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।

କୋଲ୍ଡ ଫ୍ଲୁ: ୨୦୧୮ ଅଧ୍ୟୟନ ଅନୁଯାୟୀ, ସ୍ୱାଇନ ଫ୍ଲୁ ହେବାର ଗୋଟିଏ ସପ୍ତାହ ପରେ ହୃଦଘାତ ହେବାର ଆଶଙ୍କା ୬ ଗୁଣ ଅଧିକ ଥାଏ। ଏହାର ପ୍ରକୃତ କାରଣ ଏଯାଏ ଜଣାପଡିନି। କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁସାରେ, ସଂକ୍ରମଣ ସହ ଲଢିବା ସମୟରେ ରକ୍ତ ଜମାଟ ବାନ୍ଧିବା ଆରମ୍ଭ ହୋଇଥାଏ । ଫଳରେ ହୃଦଘାତ ହେବା ଆଶଙ୍କାକୁ ଏହା ବୃଦ୍ଧି କରିଥାଏ ।

କଫି: ମଦ୍ୟପାନ ପରି କଫିର ମଧ୍ୟ ସୁବିଧା ଓ ଅସୁବିଧା ଅଛି। ଏଥିରେ ଥିବା କ୍ୟାଫେନ ରକ୍ତଚାପକୁ ଅଳ୍ପସମୟ ପାଇଁ ବୃଦ୍ଧି କରିଥାଏ ଏବଂ ହୃଦଘାତର କାରଣ
ହୋଇପାରେ।

ସକାଳୁ ବିଛଣାରୁ ଉଠିବା : ଜଣେ ବ୍ୟକ୍ତିଙ୍କ ପାଇଁ ସକାଳେ ହୃଦଘାତ ହେବା ଅତ୍ୟନ୍ତ ସ୍ୱାଭାବିକ। ।ବାସ୍ତବରେ ଆମର ମସ୍ତିଷ୍କ ଶରୀରକୁ ହରମୋନ ଦିଏ, ଯାହା ଆମକୁ ଜାଗ୍ରତ କରିବାରେ ସହାୟକ ହୁଏ। ଏହି କାରଣରୁ ହୃଦୟରେ ଅତିରିକ୍ତ ଚାପ ବଢିଥାଏ। ଦୀର୍ଘ ସମୟ ଶୋଇବା ପରେ ଆପଣ ମଧ୍ୟ ଡିହାଇଡ୍ରେଟ ହୋଇପାରନ୍ତି। ଯାହା ହୃଦୟକୁ ଅଧିକ ପରିଶ୍ରମ କରାଇଥାଏ ।

Leave A Reply

Your email address will not be published.