ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ । ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଛି । ବିଜ୍ଞାନରେ ପାସ ହାର ରହିଛି ୯୫.୧୫% । ୯୪ ହଜାର୫୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ କରିଛନ୍ତି ୮୯ ହଜାର୯୫୧ ଜଣ । ୫୦ ହଜାର ୧୯୮ ଜଣ ଛାତ୍ର ପାସ କରିଥିବା ବେଳେ ୩୯ ହଜାର୭୫୩ ଜଣ ଛାତ୍ରୀ ପାସ କରିଛନ୍ତି । ରେଗୁଲାର ପାସ ହାର ରହିଛି ୯୯.୮୮% ।ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି ୫୫ ହଜାର ୪୬୮ ଜଣ । ଦ୍ୱିତୀୟ ଶ୍ରେଣୀରେପାସ କରିଛନ୍ତି ୧୬ ହଜାର ୯୪୩ । ସେହିପରି ତୃତୀୟ ଶ୍ରେଣୀରେ ୧୪ ହଜାର୬୩୧ ଜଣ ପାସ କରିଛନ୍ତି ।ସେହିପରି ବାଣିଜ୍ୟରେ ପାସ ହାର ରହିଛି ୯୪.୯୬% । ରେଗୁଲାର ପାସ ହାରରହିଛି ୯୯. ୫୯% । ୨୪ ହଜାର ୫୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।୨୩ ହଜାର ୨୯୨ ଜଣ ପାସ କରିଛନ୍ତି । ୧୪ ହଜାର ୭୫୭ ଜଣ ଛାତ୍ର ପାସକରିଥିବା ବେଳେ ୮ ହଜାର ୫୩୫ଜଣ ଛାତ୍ରୀ ପାସ କରିଛନ୍ତି । ବାଣିଜ୍ୟରେପ୍ରଥମ ଶ୍ରେଣୀରେ ୮ ହଜାର ୩୫୫ ପିଲା ପାସ କରିଥିବା ବେଳେ ଦ୍ୱିତୀୟଶ୍ରେଣୀରେ ୫ ହଜାର ୬୯୨ ପାସ କରିଛନ୍ତି । ସେହିପରି ତୃତୀୟ ଶ୍ରେଣୀରେ ୯ହଜାର ୬୬ପାସ କରିଛନ୍ତି ।ଚଳିତ ବର୍ଷ କରୋନା ପାଇଁ ପରୀକ୍ଷା ବାତିଲ କରାଯାଇଥିଲା । ବିନା ପରୀକ୍ଷାରେଚଳିତ ବର୍ଷ ରେକର୍ଡ ପାସହାର ହୋଇଛି । ପୂର୍ବ ପରୀକ୍ଷା ଆଧାରରେ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଫଳ ପ୍ରକାଶ ପାଇଛି ।
ପ୍ରମୁଖ ଖବର
ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି