ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ । ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଛି । ବିଜ୍ଞାନରେ ପାସ ହାର ରହିଛି ୯୫.୧୫% । ୯୪ ହଜାର୫୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ କରିଛନ୍ତି ୮୯ ହଜାର୯୫୧ ଜଣ । ୫୦ ହଜାର ୧୯୮ ଜଣ ଛାତ୍ର ପାସ କରିଥିବା ବେଳେ ୩୯ ହଜାର୭୫୩ ଜଣ ଛାତ୍ରୀ ପାସ କରିଛନ୍ତି । ରେଗୁଲାର ପାସ ହାର ରହିଛି ୯୯.୮୮% ।ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି ୫୫ ହଜାର ୪୬୮ ଜଣ । ଦ୍ୱିତୀୟ ଶ୍ରେଣୀରେପାସ କରିଛନ୍ତି ୧୬ ହଜାର ୯୪୩ । ସେହିପରି ତୃତୀୟ ଶ୍ରେଣୀରେ ୧୪ ହଜାର୬୩୧ ଜଣ ପାସ କରିଛନ୍ତି ।ସେହିପରି ବାଣିଜ୍ୟରେ ପାସ ହାର ରହିଛି ୯୪.୯୬% । ରେଗୁଲାର ପାସ ହାରରହିଛି ୯୯. ୫୯% । ୨୪ ହଜାର ୫୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।୨୩ ହଜାର ୨୯୨ ଜଣ ପାସ କରିଛନ୍ତି । ୧୪ ହଜାର ୭୫୭ ଜଣ ଛାତ୍ର ପାସକରିଥିବା ବେଳେ ୮ ହଜାର ୫୩୫ଜଣ ଛାତ୍ରୀ ପାସ କରିଛନ୍ତି । ବାଣିଜ୍ୟରେପ୍ରଥମ ଶ୍ରେଣୀରେ ୮ ହଜାର ୩୫୫ ପିଲା ପାସ କରିଥିବା ବେଳେ ଦ୍ୱିତୀୟଶ୍ରେଣୀରେ ୫ ହଜାର ୬୯୨ ପାସ କରିଛନ୍ତି । ସେହିପରି ତୃତୀୟ ଶ୍ରେଣୀରେ ୯ହଜାର ୬୬ପାସ କରିଛନ୍ତି ।ଚଳିତ ବର୍ଷ କରୋନା ପାଇଁ ପରୀକ୍ଷା ବାତିଲ କରାଯାଇଥିଲା । ବିନା ପରୀକ୍ଷାରେଚଳିତ ବର୍ଷ ରେକର୍ଡ ପାସହାର ହୋଇଛି । ପୂର୍ବ ପରୀକ୍ଷା ଆଧାରରେ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଫଳ ପ୍ରକାଶ ପାଇଛି ।
ପ୍ରମୁଖ ଖବର
ବନ୍ଧୁକ ଦେଖାଇ ଜୁଏଲାରୀ ମାଲିକଙ୍କଠୁ ଝାମ୍ପିନେଲେ ୪ କୋଟି ଟଙ୍କାର ଅଳଙ୍କାର
ବିଲ୍ ମଞ୍ଜୁରୀ ନେଇ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଲାଗି ରହିବ ନାହିଁ ସମୟ ସୀମା : ସୁପ୍ରିମକୋର୍ଟ
ଅନିଲ୍ ଅମ୍ବାନୀଙ୍କୁ ଇଡି ଝଟକା: ଭୁବନେଶ୍ବରର ସମେତ ଏକାଧିକ ସ୍ଥାନରେ ସମ୍ପତ୍ତି ଆଟାଚ୍
ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢ଼ୋଲକିଆ
ପୋଲିସ ସୁରକ୍ଷା ହଟାଇବାକୁ ପୀତବାସ ପଣ୍ଡାଙ୍କ ପତ୍ନୀଙ୍କ ଅନୁରୋଧ
ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ନୀତୀଶ କୁମାର