ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ବିଜେପିର ଚାଷୀ ପ୍ରସଙ୍ଗର କଡ଼ା ପ୍ରତିଜବାବ ଦେଲା ବିଜେଡି

0
  • ଧାନ କିଣା ପରେ ସାର ପ୍ରସଙ୍ଗରେ ଚାପ କୌଶଳ ପ୍ରୟୋଗ କଲା ଦଳ
  • ମୁଖ୍ୟମନ୍ତ୍ରୀ ଚିଠି ଲେଖିବାର ଅଳ୍ପ କିଛି କ୍ଷଣ ପରେ ବିଜେଡି ସାଂସଦ ଭେଟିଲେ
  • ପୂର୍ବରୁ ଧାନ କିଣା ପ୍ରସଙ୍ଗରେ ଏଫସିଆଇ ଗୋଦାମ ଆଗରେ ବିକ୍ଷୋଭ ହୋଇଥିଲା

ଭୁବନେଶ୍ବର: ଚାଷୀ ପ୍ରସଙ୍ଗରେ ଆଜି ବିଜୁ ଜନତା ଦଳ ଦ୍ବିତୀୟ କାର୍ଡ ଖେଳିଛି। ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭିୟାଙ୍କୁ ବ୍ୟକ୍ତିଗତ ଭାବେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ ଲାଗି ଚିଠି ଲେଖିବାର କିଛି କ୍ଷଣ ପରେ ବିଜେଡି ସାଂସଦମାନେ ମନ୍ତ୍ରୀଙ୍କୁ ଭେଟିଛନ୍ତି। ବିଜେଡିର ଉଭୟ ରାଜ୍ୟସଭା ଓ ଲୋକସଭା ସାଂସଦମାନେ ଆଜି ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ମାତ୍ର ଦୁଇ ଘଣ୍ଟା ଅନ୍ତରରେ ଏଭଳି ପଦକ୍ଷେପକୁ ରାଜନୈତିକ ମହଲ ଗମ୍ଭୀରତାର ସହିତ ନେଉଛନ୍ତି। ଏହା ଚାଷୀ ପ୍ରସଙ୍ଗରେ ବିଜେଡିର ଚାପ କୌଶଳ ବୋଲି ମଧ୍ୟ କୁହାଯାଉଛି।

ପୂର୍ବରୁ ଯେବେ ଧାନ କିଣା ପ୍ରସଙ୍ଗରେ ବିଜେଡିକୁ ବିଜେପି ଘେରିଥିଲା, ସେବେ ଶାସକ ଦଳର ଏହାର ମୁହଁତୋଡ ଜବାବ ଦେଇଥିଲା। ଏଫସିଆଇ ବିରୋଧରେ ଅଭିଯୋଗ ପାହାଡ ଛିଡ କରି ନେତାମାନେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଥିଲେ। ଏବେ ସାର ପ୍ରସଙ୍ଗରେ ବିଜେଡିର ଭୂମିକା ସୂଚାଇ ଦେଉଛି ଯେ ବିଜେଡି ଲୋକଙ୍କ ପ୍ରସଙ୍ଗ ସହିତ ରହି ବିଜେପିକୁ ଘେରିବା ଉଦ୍ୟମ ଜାରି ରଖିଛି।

ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ବେଲେ ସାଂସଦମାନେ ଦୋହରାଇଛନ୍ତି କି ଓଡ଼ିଶାରେ ଖରିଫ୍ ଋତୁରେ ସାର ଅଭାବ ଉତ୍କଟ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ର ସରକାର ସାର ଯୋଗାଣକୁ ସୁନିଶ୍ଚିତ କରିବାକୁ ହେବ। ଲକ୍ଷ ଲକ୍ଷ କୃଷକ ସାରକୁ ଅପେକ୍ଷା କରିଛନ୍ତି। ଏବେ ମୌସୁମୀ ସକ୍ରିୟ ହେବା ଫଳରେ ଚାଷ କାର୍ଯ୍ୟ ଜୋର ଧରିଛି।ଏହି ସମୟରେ ସାର ଚାଷୀ ପାଇଁ ସର୍ବାଦୌ ଆବଶ୍ୟକ। ଅନ୍ୟଥା ଚାଷ କାର୍ଯ୍ୟ ପ୍ରଭାବିତ ହେବ।

କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଯେ ରାଜ୍ୟ ସରକାରଙ୍କ ସହିତ କେନ୍ଦ୍ର ସରକାର ଅଛନ୍ତି। କୃଷି ଓ କୃଷକର ବିକାଶ ପାଇଁ ସାର ଯୋଗାଣ କରାଯିବା ସଂପର୍କରେ କେନ୍ଦ୍ର ସରକାର ପଦକ୍ଷେପ ନେବେ। ଏ ପ୍ରସଙ୍ଗକୁ ସେ ନିଜେ ଅନୁଧ୍ୟାନ କରିବେ।

Leave A Reply

Your email address will not be published.