ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ତୁରନ୍ତ ଷ୍ଟାଫ୍ ସିଲେକ୍ସନ କମିସନଙ୍କୁ ହଟାଅ, ସମସ୍ତଙ୍କୁ ବିଦା କର

0

ସରକାରଙ୍କ ଦେହରେ କଳଙ୍କ ବୋଳିଦେଲା ସରକାରଙ୍କ ଚୟନ ଆୟୋଗ

ସମୁଦାୟ ନିଯୁକ୍ତି ପ୍ରକ୍ରିୟା ଏବେ ସନ୍ଦେହ ଭିତରକୁ ଟାଣିହୋଇ ଆସିଲା

ତୁରନ୍ତ ସରକାର କମିସନ କରୁଥିବା ସବୁ ନିଯୁକ୍ତି ପ୍ରକ୍ରିୟା ବନ୍ଦ କରନ୍ତୁ

କମିସନରେ ଥିବା ସମସ୍ତେ ହଟିବା ଦରକାର, ଅଧ୍ୟକ୍ଷ, ସଦସ୍ୟ ମଧ୍ୟ

କାହା ବଳରେ ବଳୀୟାନ୍ ବିରଞ୍ଚି ସାହୁଙ୍କ ଭଳି ଜଣେ ସାଧାରଣ କର୍ମଚାରୀ

ପୂର୍ବରୁ ପୁଲିସ କହିଥିଲା, କମିସନ ଠିକ୍ ଠାକ୍ ପରୀକ୍ଷା କରିପାରୁନାହାନ୍ତି

ଏବେ ଭିଜିଲାନ୍ସ ଜଣାଇଦେଲା ଯେ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ବଚ୍ଛ ଆଦୌ ନୁହେଁ

କେଉଁ ପରିସ୍ଥିତିରେ ବିରଞ୍ଚିଙ୍କ ଘରୁ ମିଳିଲା ଆବେଦନକାରୀଙ୍କ ଆଡମିଟ୍ କାର୍ଡ?

ତାଙ୍କର ଦୁଇଟି ସଂସ୍ଥାର ପ୍ରମାଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଯଥେଷ୍ଟ

ବିଗିଡିଯାଇପାରନ୍ତି ଯୁବ ଭୋଟର, ଅକଳରେ ପଡିଯାଇପାରନ୍ତି ରାଜ୍ୟ ସରକାର

ଭୁବନେଶ୍ବର: ପ୍ରଥମେ ପୁଲିସ୍ ସଂସ୍ଥା ନିଷ୍ପତ୍ତି ନେଇଗଲା ଯେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନଙ୍କ ନିକଟରେ ସେମାନେ ଆଉ ପରୀକ୍ଷା କରିବେ ନାହିଁ। ଦୀର୍ଘ ଦୁଇ ଦଶନ୍ଧିର ସରକାରଙ୍କ ନିଷ୍ପତ୍ତିକୁ ସେମାନେ ଫୁ କରି ଉଡାଇ ଦେଲେ। ଖୋଦ୍ ପୁଲିସ ମହାନିର୍ଦେଶକଙ୍କ ଏ ସଂକ୍ରାନ୍ତ ସୁପାରିସକୁ ରାଜ୍ୟ ସରକାର ବି ଆଖିବୁଜି ମାନିନେଲେ। ନିଜର ନିଯୁକ୍ତି ବୋର୍ଡ ଗଠନ କରି ପୁଲିସ ଏସ୍‌ଆଇ ନିଯୁକ୍ତି ପ୍ରକ୍ରିୟା ଇତିମଧ୍ୟରେ ପୁଲିସ ମୁଖ୍ୟାଳୟରେ ଆରମ୍ଭ କରାଯାଇଛି। ଏହି ଘଟଣା ପ୍ରମାଣ କରିଦେଇଥିଲା ଯେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ଠିକ୍ ଠାକ୍ ପରୀକ୍ଷା କରିପାରୁନାହାନ୍ତି। କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ପୁଲିସ ସଙ୍କେତ ଦେଲା ଯେ କମିସନରେ ଥରେ ନିଯୁକ୍ତି ପାଇଁ ଆବେଦନ କରାଗଲେ, ବର୍ଷାଧିକ ଧରି ସରୁନାହିଁ। ଏହି ଘଟଣାକୁ ନେଇ ଚର୍ଚ୍ଚା ସରିନି। ଏବେ ତା ଠାରୁ ଆହୁରି ସାଂଘାତିକ କଥା ସାମ୍ନାକୁ ଆସିଗଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରତ୍ୟକ୍ଷ ତତ୍ତ୍ବବଧାନରେ ଥିବା ଆଉ ଗୋଟିଏ ସଂସ୍ଥା ତଥା ପୁଲିସର ଗୋଟିଏ ୟୁନିଟ୍ ଭିଜିଲାନ୍ସ ପୁଳା ପୁଳା ସନ୍ଦେହ ଏବେ ରାଜ୍ୟବାସୀଙ୍କ ମଧ୍ୟରେ ବିଞ୍ଛି ଦେଇଛି ଯେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ନିଯୁକ୍ତି ପରୀକ୍ଷା ସମ୍ପୂର୍ଣ୍ଣ ସ୍ବଚ୍ଛ ନୁହେଁ। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ ସଦସ୍ୟ ଜଗନ୍ନାଥ ଲେଙ୍କାଙ୍କ ବ୍ୟକ୍ତିଗତ ସଦସ୍ୟ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ଚଢଉ ପରେ ଯେଉଁ ବିପୁଳ ପରିମାଣର ସଂପତ୍ତି ଠାବ ହୋଇଯାଇଛି, ତାହା ଏବେ କମିସନଙ୍କ ସ୍ବଚ୍ଛତାକୁ ମଝିଦାଣ୍ଡକୁ ଟାଣିଆଣିଛି। କମିସନ ଯେ ଠିକ୍ ଠାକ୍ ଚାଲିନାହିଁ, ରାଜ୍ୟ ସରକାର ଜାଣିବା ପାଇଁ ସମ୍ଭବତଃ ଏତିକି ଘଟଣା ଯଥେଷ୍ଟ। କେବଳ ସେତିକି ନୁହେଁ, କମିସନ ଦ୍ବାରା ଆଉ କୌଣସି ନିଯୁକ୍ତି ପରୀକ୍ଷା କରାଯିବା ସମ୍ଭବ ନୁହେଁ।

ଏଥିସହିତ ରାଜ୍ୟ ସରକାରଙ୍କ ଗୋଟିଏ ପ୍ରମୁଖ ଚୟନ ସଂସ୍ଥା ଦେହରେ କଳଙ୍କ ଲାଗିଯାଇଛି। ତୁରନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଦି କମିସନର ଅଧ୍ୟକ୍ଷଙ୍କ ସମେତ ସମସ୍ତ ସଦସ୍ୟଙ୍କୁ ବିଦା କରୁନାହାନ୍ତି ଓ ଏହାର ନବକଳେବର କରାଯିବ ନାହିଁ, ତେବେ ରାଜ୍ୟ ସରକାରଙ୍କ ଦେହରେ ଏହାର ଛିଟା ପଡିବାର ସମ୍ଭାବନା ଯଥେଷ୍ଟ ରହିଛି। ଯେବେ ରାଜ୍ୟରେ ଲକ୍ଷ ଲକ୍ଷ ବେକାର ଚାକିରି ଅନ୍ବେଷଣରେ ଅଛନ୍ତି, ଦିନରାତି ଅହରହ ପରିଶ୍ରମ କରୁଛନ୍ତି, ସେବେ ସରକାରଙ୍କ ମୁଖ୍ୟ ଚୟନ ସଂସ୍ଥାର ସ୍ବଚ୍ଛତା ସନ୍ଦେହ ଭିତରକୁ ଚାଲିଆସିବା ଘଟଣା ଅତି ସାଧାରଣ ଭାବେ ନିଆଯାଇପାରିବ ନାହିଁ। ଏହା ଏବେ ପ୍ରତି ଘରେ ଘରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି ଏବଂ ବିରଞ୍ଚି ନାରାଯଣ ସାହୁଙ୍କ ସଂପର୍କରେ ବିଭାଗୀୟ ଅଧିକାରୀମାନେ କିଭଳି ଜାଣିପାରିଲେ ନାହିଁ, କମିସନର ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭ କରି ସଂପୃକ୍ତ ସଦସ୍ୟଙ୍କ ପର୍ଯ୍ୟନ୍ତ କିଭଳି ନିଜ କର୍ମଚାରୀଙ୍କ ସଂପର୍କରେ ଜାଣିପାରୁନଥିଲେ, ତାହା ଏବେ ଏହି ପ୍ରସଙ୍ଗକୁ ଅତି ଜଟିଳ କରିଛି।

ଏକଦା ଦୁର୍ନୀତିର ଛାଇ ପଡିଥିଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ କ୍ୟାବିନେଟର ସହଯୋଗୀଙ୍କୁ ମନ୍ତ୍ରିମଣ୍ଡଳର ବାହାର ଦରଜା ଦେଖାଇ ଦେଇଥିଲେ। ଏବେ କମିସନର ଜଣେ କର୍ମଚାରୀଙ୍କ କେଳେଙ୍କାରୀ ପରେ ପ୍ରଥମେ ସରକାର କମିସନଙ୍କ ନିକଟରେ ଥିବା ସବୁ ପରୀକ୍ଷାକୁ ବାତିଲ୍ କରିଦେବା ଦରକାର। କେବଳ ସେତିକି ନୁହେଁ, କମିସନର ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ସେଠାରୁ ବିଦା ନକଲେ ସରକାରଙ୍କ ଭାବମୂର୍ତି ଏବେ ବିପଦରେ ରହିବ। ଜୀବନ-ଜୀବିକାର ସବୁଠାରୁ ସ୍ପର୍ଶକାତର ପ୍ରସଙ୍ଗ ଅର୍ଥାତ୍ ନିଯୁକ୍ତିରେ କେଳେଙ୍କାରୀକୁ କେହି ସହଜରେ ଗ୍ରହଣ କରିବେ ନାହିଁ। ସବୁଠାରୁ ବଡ଼ କଥା ହେଲା, ଯେହେତୁ ଯୁବଗୋଷ୍ଠୀ ଏଥିରେ ସବୁଠାରୁ ବେଶୀ ପ୍ରଭାବିତ ହେବେ, ଏହା ସରକାରଙ୍କ ଭୋଟ ବ୍ୟାଙ୍କକୁ ଧ୍ବସ୍ତ ବିଧ୍ବସ୍ତ କରିଦେବା ଲାଗି ବେଶୀ ସମୟ ନେବ ନାହିଁ।

ଭିଜିଲାନ୍ସ ଏବେ ଯାଏ ଯେଉଁ ଚଢଉ କରିଛି, ସେଥିରେ ବିରଞ୍ଚିଙ୍କ ଘରୁ ଦେଢ କେଜି ପାଖାପାଖି ସୁନା, ନଗଦ ୨୫ଲକ୍ଷ ଟଙ୍କା, ୪ଟି କୋଠା, ୧୪ଟି ପ୍ଲଟ୍, ୫୬ଲକ୍ଷ ଟଙ୍କାର ବୀମା ମିଳିଛି। ସବୁଠାରୁ ବଡ କଥା ହେଲା, ଆବେଦନକାରୀଙ୍କ ଆଡମିଟ୍ କାର୍ଡ ତାଙ୍କ ଘରୁ ମିଳିଛି। ସେ ଚାରିଥର ବିଦେଶ ଯାଇଛନ୍ତି ଓ ବିଦେଶୀ ନୋଟ ବି ରଖିଛନ୍ତି। ଟଙ୍କା, ସୁନା ଯେତେ ବଡ କଥା ନୁହେଁ, କେଉଁ ପରିସ୍ଥିତିରେ ଆବେଦନକାରୀଙ୍କ ଆଡ୍‌ମିଟ୍ କାର୍ଡ ବିରଞ୍ଚିଙ୍କ ଘରୁ ମିଳିଲା? କିଏ ସିଏ ଆବେଦନକାରୀ? ତାଙ୍କ ସହିତ ବିରଞ୍ଚିଙ୍କର ସଂପର୍କ କଣ? କେଉଁ ପରୀକ୍ଷା ପାଇଁ ସେ ଆବେଦନ କରିଥିଲେ? କିଏ ତାଙ୍କର ଗଡଫାଦର, ଯିଏ ଏହି ନିଯୁକ୍ତି କରାଇଥାନ୍ତେ? ଏହି ନିଯୁକ୍ତି ପଛରେ କେତେ ଟଙ୍କାର ଡିଲ୍ ହୋଇଥିଲା? କିଏ କିଏ ଏଥିରେ ସାମିଲ ଅଛନ୍ତି?

ଆୟ ବର୍ହିଭୂତ ମାମଲା ବ୍ୟତୀତ ତୁରନ୍ତ ଭିଜିଲାନ୍ସ ଗୋଟିଏ ଆପରାଧିକ ମାମଲା ରୁଜୁ କରି ଏହା ଉପରେ ପୃଥକ୍ ତଦନ୍ତ ଆରମ୍ଭ କରିବା ଦରକାର।

ଷ୍ଟାଫ୍ ସିଲେକ୍ସନ କମିସନରେ କାର୍ଯ୍ୟରତ ଜଣେ କର୍ମଚାରୀ (ବିରଞ୍ଚି) ଏବେ ପ୍ରମାଣ କରିଦେଇଛନ୍ତି ଯେ ଷ୍ଟାଫ୍ ସିଲେକ୍ସନ କମିସନରେ କେଳେଙ୍କାରୀ ଚାଲିଥିଲା। କମିସନଙ୍କ ସଦସ୍ୟଙ୍କ ବିନା ନଜରରେ ବିରଞ୍ଚି କେବେ ବି କାହାକୁ ନିଯୁକ୍ତି ଦେଇପାରିବେ ନାହିଁ। ଏବେ ପ୍ରଶ୍ନ ଉଠୁଛି, କେଉଁ ସଦସ୍ୟ ବା ଅଧ୍ୟକ୍ଷ ଏହି କେଳେଙ୍କାରୀର ମହାନାୟକ ଥିଲେ, ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ନ କାଢିଲେ, ସରକାରଙ୍କ ସମୁଦାୟ ନିଯୁକ୍ତି ପ୍ରକ୍ରିୟା ଯାହା ଗତ କିଛି ଦିନ ମଧ୍ୟରେ ହୋଇଛି, ସେସବୁ ଉପରେ ସାଧାରଣରେ ସନ୍ଦେହ ସୃଷ୍ଟି ହେବ। ଭିଜିଲାନ୍ସ ଅତ୍ୟନ୍ତ ଦକ୍ଷତାର ସହିତ ଏହି ମାମଲାକୁ ଯେଭଳି ସାମ୍ନାକୁ ଆଣିଲା, ସେଥିପାଇଁ ସେମାନେ ଧନ୍ୟବାଦର ପାତ୍ର।

ଏବେ ବଲ୍ ରାଜ୍ୟ ସରକାରଙ୍କ କୋର୍ଟରେ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଉପରେ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ଏବେ ସାରା ଓଡ଼ିଶା ନଜର ରଖିଛି।

Leave A Reply

Your email address will not be published.