ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଶିକ୍ଷା କ୍ଷେତ୍ରରେ ରୂପାନ୍ତରୀକରଣ ଦାୟିତ୍ବ ଉପେନ୍ଦ୍ର ନେଲେ

0

ଭୁବନେଶ୍ବର: ଅବସରପ୍ରାପ୍ତ ପ୍ରଶାସକ ତଥା କର୍ଣ୍ଣାଟକ କ୍ୟାଡର ଆଇଏଏସ୍ ଅଫିସର ଉପେନ୍ଦ୍ର ତ୍ରିପାଠୀଙ୍କୁ ରାଜ୍ୟ ସରକାର ଆଜି ଆଦର୍ଶ ବିଦ୍ୟାଳୟ ସଂଗଠନ କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ଏବଂ କାର୍ଯ୍ୟକାରୀ ସଭାପତି ତଥା ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା (ଶିକ୍ଷା) ଭାବେ ମଧ୍ୟ କାର୍ଯ୍ୟ କରିବେ। ରାଜ୍ୟ ସରକାର ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସମସ୍ତ ସୁବିଧା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି।

କର୍ଣ୍ଣାଟକ କ୍ୟାଡରର ୧୯୮୦ ବ୍ୟାଚ୍ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଉପେନ୍ଦ୍ର ତ୍ରିପାଠୀଙ୍କର ଅଭିଜ୍ଞତା ଏବଂ ପାରଦର୍ଶିତାକୁ ଆଦାର କରି ରାଜ୍ୟ ସରକାର ଏହି ନିଯୁକ୍ତି ଦେଇଛନ୍ତି। ସେ ଆନ୍ତର୍ଜାତୀୟ ସୋଲାର ଆଲଏନ୍ସର ପ୍ରଥମ ତଥା ପ୍ରତିଷ୍ଠାତା ନିର୍ଦେଶକ ଥିଲେ। ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ ସେ ସମ୍ମାନଜନକ ପ୍ରଧାନମନ୍ତ୍ରୀ ପୁରସ୍କାର ମଧ୍ୟ ପାଇଛନ୍ତି। କେନ୍ଦ୍ର ସରକାର ବିଭିନ୍ନ ଗୁରୁତ୍ବ ପଦ ପଦବିରେ କାର୍ଯ୍ୟ କରିଛନ୍ତି। ଗଞ୍ଜାମ ଜିଲ୍ଲା ରମ୍ଭା ଅନ୍ତର୍ଗତ କାହାକାପୁର ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ଶ୍ରୀ ତ୍ରିପାଠୀ ରେଭେନ୍ସା କଲେଜରେ ପାଠ ପଢୁଥିଲେ। ପରେ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ ଏବଂ କାନାଡାରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ସେ ବିନା ବେତନରେ ଓଡ଼ିଶାର ସେବା କରିବେ ଓ ଶିକ୍ଷା କ୍ଷେତ୍ରରେ ଯେଉଁ ରୂପାନ୍ତରୀକରଣ ହେବ, ସେ ତା ଉପରେ ସରକାରଙ୍କୁ ଦିଗଦର୍ଶନ ଦେବେ।

Leave A Reply

Your email address will not be published.