ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

୧୧ରୁ ମାଟ୍ରିକ ମୂଲ୍ୟାୟନ

0

ଭୁବନେଶ୍ବର: ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ଅଫଲାଇନ ମାଟ୍ରିକ ପରୀକ୍ଷା ଖାତା ଦେଖା। ଅଗଷ୍ଟ ୧୧ ତାରିଖରୁ ମାଟ୍ରିକ ଖାତାଦେଖା ଆରମ୍ଭ ହୋଇ ୩ ଦିନରେ ଖାତାଦେଖା ସରିବ। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ୭ ଜିଲ୍ଳାରେ ୯ଟି କେନ୍ଦ୍ରରେ ମାଟ୍ରିକ ଖାତା ଦେଖିବେ ୧୫ ଶହ ପରୀକ୍ଷକ । ଚଳିତ ବର୍ଷ ମହାମାରୀ କରୋନା ପାଇଁ ମାଟ୍ରିକ ବୋର୍ଡ ପରୀକ୍ଷା କରାଯାଇନଥିଲା । ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ମାର୍କ ଦିଆଯାଇଥିଲା । ତେବେ ପରୀକ୍ଷା ଫଳକୁ ନେଇ କିଛି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିଲେ । ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ଦିଆଯାଇଥିଲା।

କରୋନା କଟକଣା ଭିତରେ ଜୁଲାଇ ୩୦ରୁ ମାଟ୍ରିକ ଅଫଲାଇନ ପରୀକ୍ଷା ଆରମ୍ଭ ହୋଇଛି । ଆସନ୍ତା ୫ ତାରିଖରେ ପରୀକ୍ଷା ଶେଷ ପରେ ୧୧ରୁ ଆରମ୍ଭ ହେବ ମୂଲ୍ୟାୟନ । କଟକଣା ଭିତରେ ୧୫ ହଜାର ୧୫୧ ଛାତ୍ରଛାତ୍ରୀ ୫୦୪ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି । ୩୦% ସିଲାବସ ହ୍ରାସ ହୋଇଥିବାରୁ ୭୦% ମଧ୍ୟରେ ପରୀକ୍ଷା ହେଉଛି । ପରୀକ୍ଷାର ୧୫ ଦିନ ମଧ୍ୟରେ ରେଜଲ୍ଟ ବାହାର କରାଯିବ ବୋଲି ପୂର୍ବରୁ ଗଣଶିକ୍ଷାମନ୍ତ୍ରୀ କହିଥିଲେ ।

Leave A Reply

Your email address will not be published.