ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

୧୧ରୁ ମାଟ୍ରିକ ମୂଲ୍ୟାୟନ

0

ଭୁବନେଶ୍ବର: ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ଅଫଲାଇନ ମାଟ୍ରିକ ପରୀକ୍ଷା ଖାତା ଦେଖା। ଅଗଷ୍ଟ ୧୧ ତାରିଖରୁ ମାଟ୍ରିକ ଖାତାଦେଖା ଆରମ୍ଭ ହୋଇ ୩ ଦିନରେ ଖାତାଦେଖା ସରିବ। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ୭ ଜିଲ୍ଳାରେ ୯ଟି କେନ୍ଦ୍ରରେ ମାଟ୍ରିକ ଖାତା ଦେଖିବେ ୧୫ ଶହ ପରୀକ୍ଷକ । ଚଳିତ ବର୍ଷ ମହାମାରୀ କରୋନା ପାଇଁ ମାଟ୍ରିକ ବୋର୍ଡ ପରୀକ୍ଷା କରାଯାଇନଥିଲା । ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ମାର୍କ ଦିଆଯାଇଥିଲା । ତେବେ ପରୀକ୍ଷା ଫଳକୁ ନେଇ କିଛି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିଲେ । ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ଦିଆଯାଇଥିଲା।

କରୋନା କଟକଣା ଭିତରେ ଜୁଲାଇ ୩୦ରୁ ମାଟ୍ରିକ ଅଫଲାଇନ ପରୀକ୍ଷା ଆରମ୍ଭ ହୋଇଛି । ଆସନ୍ତା ୫ ତାରିଖରେ ପରୀକ୍ଷା ଶେଷ ପରେ ୧୧ରୁ ଆରମ୍ଭ ହେବ ମୂଲ୍ୟାୟନ । କଟକଣା ଭିତରେ ୧୫ ହଜାର ୧୫୧ ଛାତ୍ରଛାତ୍ରୀ ୫୦୪ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି । ୩୦% ସିଲାବସ ହ୍ରାସ ହୋଇଥିବାରୁ ୭୦% ମଧ୍ୟରେ ପରୀକ୍ଷା ହେଉଛି । ପରୀକ୍ଷାର ୧୫ ଦିନ ମଧ୍ୟରେ ରେଜଲ୍ଟ ବାହାର କରାଯିବ ବୋଲି ପୂର୍ବରୁ ଗଣଶିକ୍ଷାମନ୍ତ୍ରୀ କହିଥିଲେ ।

Leave A Reply

Your email address will not be published.