ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ବିଦ୍ୟାଭାରତୀଙ୍କୁ ପୁଣି ଜେରା

0

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲା ଏବେ ଅଡୁଆ ସୂତାରେ ଛନ୍ଦି ହୋଇରହିଛି । ମୃତ୍ୟୁର ଏତେଦିନ ପରେ ବି ଘଟଣା ଉପରୁ ପରଦାଉଠାଇପାରିନି ପୁଲିସ । ତେବେ ଆଜି ପୁଣି ଥରେ ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରାଯାଉଛି । କପ୍ତିପଦାରେ ପାରଳାଖେମୁଣ୍ଡି ପୁଲିସ ପହଚିଂ
ତଦନ୍ତ କରୁଛି । ଗଉଡ ଗାଁ ସ୍ଥିତ ଘରକୁ ଯାଇ ବିଦ୍ୟାଭାରତୀଙ୍କୁ ଜେରା କରୁଛି ପୁଲିସ । ଦ୍ୱିତୀୟ ଧର ପାଇଁ ବିଦ୍ୟାଭାରତୀକୁ ଜେରା କରୁଛନ୍ତି ୪ ଜଣିଆ ଟିମ ।
ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଆଜି ପୁଣି ଥରେ ପଚରାଉଚରା କରୁଛନ୍ତି ୪ ଜଣିଆ ଟିମ । ପୂର୍ବରୁ ମଧ୍ୟ ଥରେ ମାରାଥନ ଜେରା କରାଯାଇଥିଲା । ସୌମ୍ୟରଂଜନଙ୍କ ପରିବାର ଲୋକ ଆରମ୍ଭରୁ ମୃତ୍ୟୁ ପଛରେ ବିଦ୍ୟାଭାରତୀଙ୍କ ହାତ ଥିବା ଅଭିଯୋଗ କରି ତାଙ୍କ ଗିରଫ ଦାବି କରି ଆସୁଛନ୍ତି ।

ଡିଏଫଓଙ୍କୁ ଏହି ମାମଲାରେ କ୍ଲିନ ଚିଟ ମିଳିସାରିଛି । ଡିଏଫଓଙ୍କର ବିଦ୍ୟାଭାରତୀଙ୍କ ସହ କୌଣସି ସଂପର୍କ ନଥିବା ପୁଲିସ କହିସାରିଛି । ତେବେ ସୌମ୍ୟରଂଜନଙ୍କ ମୃତ୍ୟୁର ଏତେ ଦିନ ପରେ ବି ପୁଲିସ କାହାକୁ ଗିରଫ କରିନଥିବା ବେଳେ ପୁଲିସ ତଦନ୍ତ ଉପରୁ ଭରସା ଉଠିଯାଇଥିବା ତାଙ୍କ ପରିବାର ଲୋକ କହିଛନ୍ତି । ତେଣୁ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ସୌମ୍ୟଙ୍କ ପରିବାର ।

Leave A Reply

Your email address will not be published.