ହାରିଗଲା କିନ୍ତୁ ହୃଦୟ ଜିତିଲା। ଟୋକିଓ ଅଲିମ୍ପକ୍ସରେ ପୁରୁଷ ହକି ଦଳର ସେମିଫାଇନାଲ ଟକ୍କର ପରେ ବି ଭାରତକୁ ନିରାଶ ହେବାକୁ ପଡିଛି ।ଭାରତକୁ ହରାଇ ଫାଇନାଲକୁ ବେଲିଜୟମ ଯାଇଛି । ଭାରତକୁ ୫-୨ ଗୋଲରେ ହରାଇ ବେଲଜିୟମ ବିଜୟୀ ହୋଇଛି । ଏବେ ବ୍ରୋଞ୍ଜ ପଦକ ପାଇଁ ଭାରତୀୟଟିମ ଖେଳିବ । କିନ୍ତୁ ପରାଜୟ ସତ୍ୱେ ବି ଆଜିର ମ୍ୟାଚରେ ଭାରତୀୟ ହକି ଟିମର ପ୍ରଦର୍ଶନ ସମସ୍ତଙ୍କ ହୃଦୟ ଜିତିଯାଇଛି । ଆଜି ଆରମ୍ଭରୁ ଭାରତ ଓ ବେଲଜିୟମ ମଧ୍ୟରେ ଦେଖିବାକୁ ମିଳିଥିଲା କଡ଼ା ଟକ୍କର। ଖେଳ ଏତେ ରୋମାଚଂକର ଥିଲା ଯେ ଟିଭି ସ୍କ୍ରିନ ଆଗରେ ଅଟକିଯାଇଥିଲେ ଭାରତୀୟ । କେହି ବି ନଜର ହଟାଇ ପାରିନଥିଲେ ଟିଭି ସ୍କ୍ରିନ ଉପରୁ । ୪ ଦଶନ୍ଧି ପରେ ସେମିଫାଇନାଲକୁ ଯାଇଥିବା ଭାରତୀୟ ହକି ଟିମ ଜବରଦସ୍ତ ପ୍ରଦର୍ଶନ କରିଥିଲା । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଯବାନ ଏବଂ ସବୁଭାରତୀୟ ହକି ପ୍ରେମୀଙ୍କ ନଜର ଥିଲା ଆଜିର ମ୍ୟାଚ ଉପରେ । ପ୍ରଧାନମନ୍ତ୍ରୀ ସେମିଫାଇନାଲ ଖେଳ ଦେଖି ଟୁଇଟ କରିଥିଲେ । ଭାରତୀୟ ଖେଳାଳୀଙ୍କ ଭଲପ୍ରଦର୍ଶନ ପାଇଁ ଶୁଭେଚ୍ଚା ଜଣାଇବା ସହିତ ହକି ଟିମଙ୍କୁ ନେଇ ଗର୍ବିତ ବୋଲି କହିଥିଲେ। ଭାରତକୁ ୫-୨ ଗୋଲରେ ହରାଇ ବେଲଜିୟମ ବିଜୟୀ ହୋଇଛି । ଗୋଲ ସ୍କୋରପାଇଁ ବେଲଜିୟମକୁ ବାରମ୍ବାର ମିଳିଥିଲା ପେନାଲ୍ଟି କର୍ଣ୍ଣର । ଚତୃର୍ଥ କ୍ୱାର୍ଟରରେଲଗାତର ୩ଟି ଗୋଲ ଦେଇ ବାଜିମାତ କରିଥିଲା ବେଲଜିୟମ । ଭାରତ ପକ୍ଷରୁପ୍ରଥମ ଗୋଲ ସ୍କୋର କରିଥିଲେ ହରମନପ୍ରୀତ ସିଂହ । ସେହିପରି ଦ୍ୱିତୀୟ ଗୋଲସ୍କୋର କରିଥିଲେ ମନପ୍ରୀତ ସିଂ । ଭାରତ ପାଖାପାଖି ୯ଟି ପେନାଲଟି କର୍ଣ୍ଣର ପାଇଥିବା ବେଳେ ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇଥିଲା । ତେବେ ଭାରତ ବ୍ରୋଞ୍ଜ ପଦ ଆଣିବ ବୋଲି ଏବେ ସମସ୍ତଙ୍କର ଆଶା ରହିଛି ।
ପ୍ରମୁଖ ଖବର
ବନ୍ଧୁକ ଦେଖାଇ ଜୁଏଲାରୀ ମାଲିକଙ୍କଠୁ ଝାମ୍ପିନେଲେ ୪ କୋଟି ଟଙ୍କାର ଅଳଙ୍କାର
ବିଲ୍ ମଞ୍ଜୁରୀ ନେଇ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଲାଗି ରହିବ ନାହିଁ ସମୟ ସୀମା : ସୁପ୍ରିମକୋର୍ଟ
ଅନିଲ୍ ଅମ୍ବାନୀଙ୍କୁ ଇଡି ଝଟକା: ଭୁବନେଶ୍ବରର ସମେତ ଏକାଧିକ ସ୍ଥାନରେ ସମ୍ପତ୍ତି ଆଟାଚ୍
ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢ଼ୋଲକିଆ
ପୋଲିସ ସୁରକ୍ଷା ହଟାଇବାକୁ ପୀତବାସ ପଣ୍ଡାଙ୍କ ପତ୍ନୀଙ୍କ ଅନୁରୋଧ
ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ନୀତୀଶ କୁମାର