ଗଡିଲା ମୋ ବସ । ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ମୋ ବସ କର୍ମଚାରୀ । ଆସନ୍ତା ୭ ତାରିଖ ମଧ୍ୟରେ ଦରମା ବୃଦ୍ଧି ନେଇ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି କର୍ମଚାର । ତେବେ ଯଦି ୭ ତାରିଖ ସୁଦ୍ଧା କୌଣସି ନିଷତ୍ତି ନନିଆଯାଏ ଆନ୍ଦୋଳନକୁ ପୁଣି ଓହ୍ଲାଇବ ସଂଘ । ମୋ ବସ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ୧୦୦ରୁ ଅଧିକ ବସ ବନ୍ଦ ଥିଲା । ଆନ୍ଦୋଳନ କରୁଥିବା ‘ମୋ ବସ’ କର୍ମଚାରୀଙ୍କ ଅଭିଯୋଗ ଅନୁସାରେ , ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକର ଦରଦାମ ବଢିବାରେ ଲାଗିଛି ।ପେଟ୍ରୋଲ ମଧ୍ୟ ଶହେ ଟପିଲାଣି । ୧୨ ହଜାର ଟଙ୍କା ଦରମା ମିଳୁଥିବା ବେଳେ ଏବେ ଦିନକୁ ୮ ଘଂଟା ହିସାବରେ ୨୬ ଦିନକୁ ୧୮ ହଜାର ଟଙ୍କା ଦରମା ଦେବାକୁ ସେମାନେ ଦାବି କରିଛନ୍ତି । ଏନେଇ ସରକାର ଲିଖିତି ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ଚେତାବନୀ ଦେଇଥିଲେ । ତେବେ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ପ୍ରମୁଖ ଖବର
ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ