ଟୋକିଓ ଅଲିମ୍ପିକ୍ସରେ ଭାରତ ଦମଦାର ପ୍ରଦର୍ଶନ କରିଛି । ରେସଲିଂରେ ସେମିଫାଇନାଲକୁ ଗଲେ ରବି ଦାହିଆ ଓ ଦୀପକ ପୁନିଆ । କ୍ୱାର୍ଟର ଜିତି ସେମିଫାଇନାଲରେ ଏଂଟ୍ରି କରିଛନ୍ତି ଦୀପକ ପୁନିଆ ଓ ରବି ଦାହିଆ । ୮୬ କେଜି ଫ୍ରି ଷ୍ଟାଇଲରେ ଚାଇନା ପ୍ରତିଦ୍ୱନ୍ଦୀଙ୍କୁ ହରାଇଲେ ଦୀପକ । ୬-୩ରେ ସେ ଚାଇନ ଖେଳାଳିଙ୍କୁ ପରାସ୍ତ କରିଛନ୍ତି ।ସେମିଫାଇନାଲ ୟୁଏସ ପ୍ରତିଦ୍ୱନ୍ଦୀଙ୍କ ସହ ଦୀପକଙ୍କ କଡା ମୁକାବିଲା ହେବ । ସେହିପରି ୫୭ କେଜି ଫ୍ରି ଷ୍ଟାଇଲରେ ବୁଲଗେରିଆ ପ୍ରତିଦ୍ୱନ୍ଦୀଙ୍କୁ ହରାଇଲେ ରବି ଦାହିଆ ।
ବୁଲଗେରିଆ ଖେଳାଳିଙ୍କୁ ସେ ୧୪-୪ରେ ହରାଇ ସେମିରେ ପ୍ରବେଶ କରିଛନ୍ତି । ସେହିପରି କୁସ୍ତିରେ କମାଲ କରିଛି ଟିମ ଇଣ୍ଡିଆ ।ସେହିପରି ଆଜି ଜାଭଲିନ ଥ୍ରୋରେ ରୋମାଞ୍ଚକ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି ନିରଜ ଚୋପ୍ରା । ଗ୍ରୁପ ‘ଏ’ର ପ୍ରଥମ ସ୍ଥାନରେ ସେ ରହିଛନ୍ତି । ଫାଇନାଲରେ ପହ ିବା ପାଇଁ କ୍ୱାଲିଫାଇଙ୍ଗ ରାଉଣ୍ଡରେ ଟାର୍ଗେଟ ୮୩.୫ ମିଟର ଥିବା ବେଳେ ୮୬.୬୫ ମିଟର ଥ୍ରୋ କରି ଫାଇନାଲରେ ପ୍ରବେଶ କରିଛନ୍ତି ନିରଜ ।
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା