ସେପଟେ ରାଜ୍ୟରେ ପୁଣି ବଢିଛି କରୋନା ସଂକ୍ରମଣ । ସୋମବାର ହଠାତ ହଜାରକୁ ସଂକ୍ରମିତଙ୍କ ସଂଖ୍ୟା ଖସିଆସିଥିଲା । ଏହା ପରେ ଗତ ଦୁଇ ଦିନ ହେବ ପୁଣି ସଂକ୍ରମଣ ବଢିଛି ।ଦୁଇଟି ଜିଲ୍ଲା କଟକ ଓ ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ଥିବା ବେଳେ ଖୋର୍ଦ୍ଧାରେ ପୁଣି ୪୦୦ ଟପିଛି । ତେବେ ସରକାର ଗୋଟେ ପଟେ କୋଭିଡ ଗାଇଡଲାଇନକୋହଳ କରିଚାଲିଥିବା ବେଳେ ଅନ୍ୟପଟେ ସଂକ୍ରମଣ ପୁଣି ଉପରମୁହାଁ ହେବା ଚିନ୍ତା ବଢାଇଛି।
୨୪ ଘଂଟାରେ ୧୩ ଶହ ୧୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୧୩ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୯୮ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୮୯, ପୁରୀରୁ ୭୬, ଅନୁଗୁଳରୁ ୫୨,ବାଲେଶ୍ୱରରୁ ୪୩,ଭଦ୍ରକରୁ୪୯,ଜଗତସିଂହପୁରରୁ ୫୩,ମୟୂରଭଂଜରୁ ୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୨ ହଜା ୧୮୧ରେ ପହଁଚିଛି ।ସେହପରି ରାଜ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ହିସାବ ଦିଆଯାଇଛି ।ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮ ଜଣଙ୍କ ମୃତ୍ୟୁ ହୋଇଛି । କଟକରୁ ୧୦,ପୁରୀରୁ୯,ମୟୂରଭଞ୍ଜରୁ ୬, ଅନୁଗୁଳରୁ ୫, ଯାଜପୁର ଓ ଝାରସୁଗୁଡାରୁ ୩ ଜଣ ଲେଖାଁଏ ,ଭଦ୍ରକ,ବଲାଙ୍ଗୀର, ନୟାଗଡରୁ ୨ ଜଣ ଲେଖାଁଏ,ଢେଙ୍କାନାଳ, ଗଞ୍ଜାମ ଓ କଳାହାଣ୍ଡି,କନ୍ଧମାଳ ,କେନ୍ଦ୍ରାପଡା, ସୁନ୍ଦରଗଡ଼ରୁ ଜଣେ ଲେଖାଁଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟମୃତ୍ୟୁ ସଂଖ୍ୟା ୬ ହଜାର ୧୬୮କୁ ବୃଦ୍ଧି ପାଇଛି ।
ପ୍ରମୁଖ ଖବର
୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ