ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଏଇ ମାସରେ ଖୋଲିବ ଶ୍ରୀମନ୍ଦିର?

0

ଅଗଷ୍ଟ ମାସରେ କଟକଣା କୋହଳ ହେବା ପରେ ଧିରେ ଧିରେ ସମସ୍ତ ଜିଲ୍ଲାର ଖୋଲୁଛି ଧର୍ମାନୁଷ୍ଠାନ । ତେବେ ଆଜି ଶ୍ରୀମନ୍ଦିର ଖୋଲିବା ନେଇ ବଡ଼ ନିଷ୍ପତି ଆସିପାରେ ।ଶ୍ରୀମନ୍ଦିର କେବେ ଖାଲିବ ସେ ନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକ ବସିବ । ବୈଠକରେ ମନ୍ଦିର ଖୋଲିବା ନେଇ ନିଷ୍ପତି ନିଆଯାଇପାରେ । ତେବେ ମିଳିଥିବା ସୂଚନା ଅୁନସାରେ ଅଗଷ୍ଟ ୧୬ ପରେ ଖୋଲାଯାଇପାରେ ମନ୍ଦିର । ମନ୍ଦିର ଖୋଲିବା ନେଇ ସରକାରଙ୍କ ସବୁଜ ସଂକେତ ମିଳିବା ପରେ ଏବେ କାଳିଆ ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ ହୋଇପଡିଛନ୍ତି । କେବେ ଖୋଲିବ ମନ୍ଦିର ଆଉ ଜଗାକୁ ଦର୍ଶନ କେବେ କରିବେ ସେ ନେଇ ଅନାଇବସିଛନ୍ତି । ତେବେ ଏଇମାସରେ ଶ୍ରୀମନ୍ଦିର ଖୋଲିବାର ସମ୍ଭାବନା ଥିବା ବେଳେ ସିଂହଦ୍ୱାର ଆଗରେ ଭକ୍ତଙ୍କ ପାଇଁ ଅସ୍ଥାୟୀ ସେଡ ବ୍ୟବସ୍ଥା ଆରମ୍ଭ ହୋଇଛି ।

ବିଶେଷ କରି କୋଭିଡ ପ୍ରଥମ ଲହରରେ ଯେପରି କଟକଣାରେ ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରୁଥିଲେ ସେଭଳି ବ୍ୟବସ୍ଥା କରାଯାଇପାରେ । ସେପଟେ ଆଜିଠୁ କଟକ,କେନ୍ଦ୍ରାପଡା,କୋରାପୁଟରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିଛି । ଯାଜପୁର ବିରଜା ମନ୍ଦିର ବି ଖୋଲିଛି । କୋଭିଡ କଟକଣାରେ ଭକ୍ତ ମାନେ ଠାକୁର ଦର୍ଶନ କରିବେ । କିନ୍ତୁ ମନ୍ଦିର ଭିତରକୁ ଭୋଗ,ଫୁଲ , ଦୀପ ନେବା ଉପରେ କଟକଣା ରହିଛି ।

Leave A Reply

Your email address will not be published.