ପ୍ରମୁଖ ଖବର

ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା
ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ
ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ମୃତ

ପଦକ ଆଶା ଦେଖାଇଲେ ପୁନିଆ

0

ଟୋକିଓ ଅଲିମ୍ପିକ୍ସରୁ କୁସ୍ତିରେ ଭାରତକୁ ପୂର୍ବରୁ ରୌପ୍ୟ ପଦକ ମିଳିସାରିଥିବା ବେଳେ ଆଉ ଏକ ପଦକ ଆଶା ରହିଛି। ଏବେ ବଜରଙ୍ଗ ପୁନିଆଙ୍କ ଉପରେ ରହିଛି ସାରା ଦେଶର ନଜର । ତାଙ୍କ ନିକଟରୁ ଭାରତ ଆଉ ଏକ ପଦକ ଆଶା କରୁଛି। କ୍ୱାର୍ଟର ଫାଇନାଲରେ ଦମଦାର ପ୍ରଦର୍ଶନ କରିଛନ୍ତି ପୁନିଆ। ଇରାନ ଖେଳାଳିଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି।

୬୫ କେଜି ଫ୍ରି ଷ୍ଟାଇଲ ବର୍ଗରେ କ୍ୱାର୍ଟର ଫାଇନାଲରେ ଇରାନ ଖେଳାଳିଙ୍କୁ ପରାସ୍ତ କରିଛନ୍ତି ପୁନିଆ। ଆଜି ପ୍ରି କ୍ୱାର୍ଟରରେ କିର୍ଗିଜସ୍ତାନ ଖେଳାଳି ଅକମାତାଲିଏଭଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ । କ୍ୱାର୍ଟର ଫାଇନାଲରେ ଦମଦାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ଗତକାଲି ରବି ଦହିୟା ମଧ୍ୟ କୁସ୍ତିରେ ଭାରତ ପାଇଁ ରୌପ୍ୟ ପଦକ ଆଣିସାରିଛନ୍ତି। ଫାଇନାଲରେ ଋଷ ଖେଳାଳିଙ୍କ ସହ ଲଢେଇ କରି ସେ ଅଳ୍ପକେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ ମଧ୍ୟ ରୌପ୍ୟ ପଦକ ଜିତିଥିଲେ। ଭାରତକୁ ଏଯାଏ ୫ଟି ପଦକ ମିଳିସାରିଛି । ୩ଟି ବ୍ରୋଞ୍ଜ ଓ ଗୋଟିଏ ରୌପ୍ୟ ମିଳିଛି । ଆଗକୁ ଭାରତର ପଦକ ସଂଖ୍ୟା ବୃଦ୍ଧି ପାଇପାରେ।

Leave A Reply

Your email address will not be published.