ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଦେଶକୁ ଫେରିଲେ ପଦକ ବିଜେତା

0

ଟୋକିଓରେ ଟେକ ରଖି ଦେଶକୁ ଫେରିଲେ ଅଲିମ୍ପିକ୍ସ ପଦକ ବିଜେତା । ଅଲିମ୍ପିକ୍ସ ଅଭିଯାନ ସଫଳ କରି ସ୍ୱଦେଶ ଫେରିଛନ୍ତି ପଦକ ବିଜେତା । ସ୍ୱାଗତ ଜଣାଇବାକୁ ଦିଲ୍ଲୀ ବିମାନବନ୍ଦର ବାହାରେ ଉତ୍ସାବର ମାହୋଲ ଦେଖିବାକୁ ମିଳିଛି । ପ୍ରଶଂସକଙ୍କ ସହ ଖେଳାଳିଙ୍କ ପରିବାର ବିମାନବନ୍ଦରରେ ିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିି ପହଞ୍ଚିଛି।ବାଜା ଓ ଢୋଲରେ କମ୍ପୁଛି ପରିବେଶ । ଟୋକିଓ ଅଲିମ୍ପିକ୍ସ ଚଳିତ ବର୍ଷ ଭାରତୀୟ ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଛନ୍ତି । ଭାରତ ଏଥର ୭ଟି ପଦକ ପାଇଛି । ୨ଟି ରୌପ୍ୟ, ୪ଟି ବ୍ରୋଞ୍ଜ ଓ ଗୋଟିଏ ସୁନା ପଦକ ହାତେଇଛି ଭାରତ । ଜାଭେଲିନ ଥ୍ରୋରେ ନିରଜ ଚୋପ୍ରା ସ୍ୱର୍ଣ୍ଣପଦକ ଜିତି ଇତିହାସ ରଚିଛନ୍ତି । ଅଲିମ୍ପିକ୍ସରେ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବା ନିରଜଙ୍କ ସଫଳତା ପରେ ତାଙ୍କ ନିକଟକୁ ଅଜସ୍ର ଶୁଭେଚ୍ଚା ସହ ପୁରସ୍କାର ଅଜାଡି ହୋଇପଡିଛି । ସେହିପରି ଭାରୋତାଳନରେ ମୀରାବାଈ ଚାନୁ ରୌପ୍ୟ ପଦକ ଆଣିଛନ୍ତି । ସେହିପରି ରେସଲିଂରେ ରୌପ୍ୟ ଦେଇଥିଲେ ରବି ଦହିୟା । ମହିଳା ବ୍ୟାଡମି ନ ସିଙ୍ଗଲ୍ସରେ ପିଭି ସିନ୍ଧୁ, ବକ୍ସିଂରେ ଲଭଲିନା,କୁସ୍ତିରେ ବଜରଙ୍ଗ ପୁନିଆ ଭାରତକୁ ବ୍ରୋଞ୍ଜ ଉପହାର ଦେଇଛନ୍ତି । ଏହା ସହ ଭାରତୀୟ ପୁରୁଷ ହକି ଦଳ ମଧ୍ୟ ବ୍ରୋଞ୍ଜ ପଦକ ଜିତି ଅଲିମ୍ପିକ୍ସାୀ ଇତିହାସ ରହିଛି ।

Leave A Reply

Your email address will not be published.