ରେଡ ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର । ଦିଲ୍ଲୀ ବିମାନବନ୍ଦରକୁ ବିସ୍ପୋରଣରେ ଉଡାଇଦେବାକୁ ଆତଙ୍କବାଦୀ ଧମକ ମିଳିବା ପରେ ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆସନ୍ତା ୧୦ ଦିନ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ରେଡ ଆଲର୍ଟ ଜାରି କରାଯାଇଛି । ଦିଲ୍ଲୀ ବିମାନବନ୍ଦରକୁ ଆତଙ୍କବାଦୀଙ୍କ ଧମକ ଆସିବ ପରେ ବଢିଲା କଡ଼ା ସୁରକ୍ଷା । ଭୁବନେଶ୍ୱର ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥାର ପରିସୀମାକୁ ବଢାଯିବ । ସମସ୍ତ ଯାତ୍ରୀଙ୍କୁ ଭଲ ଭାବେ ଯା କରି ଛଡାଯିବ । ଯେହେତୁ ଧମକ ଆସିଛି ସଜାଗ ରହିବା ଜରୁରୀ ବୋଲି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ କହିଛନ୍ତି । ସ୍ୱାଧୀନତା ଦିବସ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯିବ । ସୁରକ୍ଷା ବ୍ୟବସ୍ଥା ପାଇଁ ରାଜ୍ୟ ପୁଲିସର ସହଯୋଗ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ । ଗତ କିଛି ଦିନ ତଳେ ଆତଙ୍କବାଦୀ ସଂଗଠନ ଅଲକାଏଦା ଦ୍ୱାରା ଦିଲ୍ଲୀ ପୁଲିସକୁ ଏକ ଇମେଲ ଆସିଥିଲା । ଯେଉଁଥିରେ ଆଗାମୀ ୩ ଦିନ ମଧ୍ୟରେ ଦିଲ୍ଲୀ ବିମାନବନ୍ଦରକୁ ବମରେ ଉଡାଇଦେବାକୁ ଧମକ ଦିଆଯାଇଛି । ଏହି ଇମେଲ ପାଇବା ପରେ ସବୁଆଡେ ସୁରକ୍ଷା ବ୍ୟବସ୍ଥା ବଢାଇଦେଇଛି ଦିଲ୍ଲୀ ପୁଲିସ । ଅଲକାଏଦାର ଏହି ମେଲ ପାଇବା ପରେ ବିମାନ ବନ୍ଦରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମସ୍ତ ସୁରକ୍ଷା ଏଜେନ୍ସିଙ୍କୁ ଆଲର୍ଟ କରାଯଇଛି ା ଶନିବାର ସନ୍ଧ୍ୟା ୫ଟା ୪୫ ମିନିଟରେ ଏକ ମେଲ ଆସିଥିଲା । ଏଥରେ ଲେଖାଯାଇଥିଲା କରଣବୀର ସୁରି ଓରଫ ମହମ୍ମଦ ଜଲାଲ ଓ ପତ୍ନୀ ଶୈଳୀ ଶାରଦା ଓରଫ ହସିନା ରବିବାର ଦିନ ସିଙ୍ଗାପୁରରୁ ଭାରତ ଆସୁଛନ୍ତି । ଏବଂ ୩ ଦିନ ମଧ୍ୟରେ ଇନ୍ଦିରାଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ।
ପ୍ରମୁଖ ଖବର
ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ