ରାଜ୍ୟରେ କରୋନା ଗ୍ରାଫ ତଳମୁହାଁ ହୋଇଛି । ଅଗଷ୍ଟ ଆରମ୍ଭରୁ ସଂକ୍ରମଣ ଧୀରେ ଧୀରେ କମୁଥିବା ଦେଖାଯାଉଛି । ସୋମବାର ସଂକ୍ରମଣ ହଠାତ ହଜାରେ ତଳକୁ ଖସିଯାଇଥିବା ବେଳେ ଆଜି ସାମାନ୍ୟ ବୃଦ୍ଧିପାଇଛି । ସବୁ ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ୧୩ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କ ରହିଛି ।ହେଲେ ଖୋର୍ଦ୍ଧା କିନ୍ତୁ ସେମିତି ସଂକ୍ରମଣ କମିବାର ଦେଖିବାକୁ ମିଳିଛି । କଟକରେ ମଧ୍ୟ କେଉଁ ଦିନ ଶହେ ତଳକୁ ଖସୁଥିବା ବେଳେ ତାପରଦିନ ପୁଣି ଶହେ ଉପରେ ରହୁଛି । ମୃତ୍ୟୁ ତାଲିକା ମଧ୍ୟ ଏଯାଏ ୬୦ ତଳକୁ ଖସିନାହିଁ ।ରାଜ୍ୟରେ ଗତ ୨୪ ଘଂଟାରେ ହଜାରେ ୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସଂଗରୋଧରୁ ୬୦୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୪୩୬ ଜଣ ଅଛନ୍ତି । ଖୋର୍ଦ୍ଧରୁ ସର୍ବାଧିକ ୩୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୧୩୨, ବାଲେଶ୍ୱରରୁ ୨୩, ଅନୁଗୁଳରୁ ୫୭,ଭଦ୍ରକରୁ ୧୫ ଜଗତସିଂହପୁରରୁ ୮୧,କେନ୍ଦ୍ରାପଡାରୁ ୨୮,ମୟୂରଭଂଜରୁ ୨୮, ନୟାଗଡରୁ ୨୮,ପୁରୀରୁ ୩୪,ରାୟଗଡାରୁ ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୮ ହଜାର ୯୯୭ରେ ପହଞ୍ଚିଛି ି। ସେହିପରି ଆଉ ୬୪ ଆକ୍ରାନ୍ତଙ୍କ ମୃତ୍ୟୁର ହିସାବ ଦିଆଯାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୨୦ ଜଣ ଆଖିବୁଜିଛନ୍ତି । ସୁନ୍ଦରଗଡରୁ ୮,ବାଲେଶ୍ୱରରୁ୬,କନ୍ଧମାଳରୁ୪,କଟକ,ଯାଜପୁର,ମୟୂରଭଞ୍ଜ,ନୟାଗଡ,ପୁରୀରୁ୩ଲେଖାଁଏ,ଅନୁଗୁଳ,ଦେବଗଡ,ଝାରସୁଗୁଡାରୁ ୨ ଲେଖାଁଏ,ବଲାଙ୍ଗୀର,ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ସମ୍ବଲପୁର ଜିଲ୍ଲାରୁ ଜଲେ ଲେଖାଁଏ ପ୍ରାଶ ହରାଇଛନ୍ତି । ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୬ ହଜାର ୫୬୫କୁ ବୃଦ୍ଧି ପାଇଛି ।
ପ୍ରମୁଖ ଖବର
ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ