ପୁଣି ଜୋର ଧରିଲା ଖରସ୍ରୋତା ଆନ୍ଦୋଳନ । କାର୍ଯ୍ୟକୁ ତ୍ୱରାନିତ କରିବାକୁ ପ୍ରଶାସନ ପକ୍ଷରୁ ଗତ ରାତିରୁ ୨ ମାସ ପାଇଁ ୧୪୪ ଧାରା ଲଗାଯାଇଛି । ପ୍ରକଳ୍ପକୁ ଲାଗି ରହିଥିବା କେନ୍ଦ୍ରାପଡା ଜିଲ୍ଲା ରାଜକନିକା ନିକଟସ୍ଥ ଭାରିଗଦା, ବାଳକାଟି ଓ ବରୁଣାଡିଆ ପ ।ୟତରେ ୧୪୪ ଧାରା ଜାରି କରାଯାଇଛି । ୧୦ ଜଣ ମାଜିଷ୍ଟ୍ରେଟ ଉପସ୍ଥିତ ଥିବା ବେଳେ ୩୦ ପ୍ଲ ।ଟୁନ ଫୋର୍ସ ମୁତୟନ କରାଯାଇଛି ା ପ୍ରଶାସନ ପକ୍ଷରୁ କାମ ଆରମ୍ଭ ଲାଗି ଆଳି ଓ ରାଜକନିକା ବ୍ଲକରେ ଫୋର୍ସ ମୁତୟନ ପରେ ଏବେ ପୁଣି ଆନ୍ଦୋଳନକୁ ଓହ୍ଲାଇଛି ଖରସ୍ରୋତା ବ ।ଅ ସଂଗ୍ରାମ ସମିତି ।ଏପଟେ ଖରସ୍ରୋତା ନଦୀ ପଠାରେ ଆଳି ଓ ରାଜକନିକା ବ୍ଲକର ଶତାଧିକ ମହିଳା ଓ ପୁରୁଷ ଏକାଠି ହୋଇଛନ୍ତି । ଆନ୍ଦୋଳନକାରୀମାନେ ମରିଯିବୁ ପଛେ ପାଣି ଦେବୁ ନାହିଁ ବୋଲି ଧମକ ଦେଇଛନ୍ତି । ସୋମବାର ଆନ୍ଦୋଳନକାରୀ ନିଆରା ଢଙ୍ଗରେ ନଦୀକୁ ବନ୍ଦପନା କରି ପ୍ରତିବାଦ କରିବା ସହ ମଶାଲ ଶୋଭାଯାତ୍ରା କରିଥିଲେ । ହେେଏ ପ୍ରତିବାଦ ସତ୍ୱେ ମଧ୍ୟ ପ୍ରଶାସନ ପକ୍ଷରୁ ପ୍ରକଳ୍ପ କାମ ଆରମ୍ଭ ହୋଇଛି । ରାଜକନିକାର ଭରିଗଦାରେ ୮୯୨ କୋଟି ଟ୍ଙ୍କାର ମେଗା ପ୍ରକଳ୍ପ କରିବାକୁ ସରକାର ପୂର୍ବରୁ ଘୋଷଣା କରିଥିଲେ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭଦ୍ରକ ଜିଲ୍ଲାର ୪ ଟି ବ୍ଲକକୁ ପାନୀୟ ଜଳ ଯୋଗାଇଦିଆଯିବ । ହେଲେ ଆରମ୍ଭରୁ ଖରସ୍ରୋତା ବ ।ଅ ସମିତି ଏହାକୁ ବିରୋଧ କରିଆସୁଅଛି । କିଛି ସ୍ଥାନୀୟ ଅଂଚଳରେ ପାଣି ଲୁଣା ହୋଇଯିବା ସହ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବ । କୃଷି, କୃଷକ ଓ ଜୈବ ବିବଧତାକୁ ଛାରଖାର କରି କୌଣସି ପରିସ୍ଥିତିରେ ଖରସ୍ରୋତାରୁ ବୁନ୍ଦାଏ ବି ପାଣି ଦେବ ନାହିଁ ବୋଲି ଆନ୍ଦୋଳନକାରୀ ଅଡି ବସିଛନ୍ତି । ଖରସ୍ରୋତା ନଦୀର ତଳମୁଣ୍ଡରେ ବ୍ୟାରେଜ ନିର୍ମାଣ କରି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିବାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି ।
ପ୍ରମୁଖ ଖବର
ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ