ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ଖୋଜି ଖୋଜି ଧରୁଛି ଭିଜିଲାନ୍ସ

0

ଭିଜିଲାନ୍ସ ସ୍କାନରେ ଦୁର୍ନୀତିଗ୍ରସ୍ତ ଅଧିକାରୀ । ଖୋଜି ଖୋଜି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାହାର କରୁଛି ଭିଜିଲାନ୍ସ । ଗତ କିଛି ଦିନ ରାଜ୍ୟରେ ଭିଜିଲାନ୍ସ ପକ୍ଷରୁ ଜୋରଦାର ଧରପଗଡ ଚାଲିଛି ା ଏବେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଉ ଜଣେ ଅଧିକାରୀ । କେନ୍ଦୁଝର ଯୋଡ଼ା ବ୍ଲକ ଟେକନିକାଲ କନ୍ସଲଟା ଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ସେହିପରି ଗାଇସିଲଟ ବ୍ଲକର କୋଟିପତି ପେକ୍ସ ସହ ସମ୍ପାଦକ ଘନଶ୍ୟାମ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏପଟେ ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣିଙ୍କ ଘରେ ମଧ୍ୟ ଚଢାଉ ଚାଲିଛି ।ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ କ୍ଷେତ୍ରବାସୀ ମହନ୍ତଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଏକକାଳୀନ ୪ଟି ଜାଗାରେ ଚଢାଉ କରିଛି ଭିଜିଲାନ୍ସ କେନ୍ଦୁଝର ସ୍ଥିତ ବାସଭବନ, ପୈତୃକ ଖର, ଶ୍ୱଶୁର ଘର ଓ ଯୋଡା ଅଫିସରେ ରେଡ ଚାଲିଛି । ଚଢାଉରେ ୨ ଜଣ ଡିଏସପି ୪ ଜଣ ଇନ୍ସପେକ୍ଟରଙ୍କ ସାମିଲ ଅଛନ୍ତି । ଗୋଟିଏ ଦୁଇ ମହଲା କୋଠା ଓ ଦୁଇଟି ଚାରି ଚକିଆ ଗାଡି ଠାବ କରାଯାଇଛି । ଏପଟେ ପୁରୀରେ ମଧ୍ୟ ଜିଲ୍ଳା ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣିଙ୍କ ଘରେ ରେଡ ଚାଲିଛି । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ କୃର୍ଷ୍ଣଚନ୍ଦ୍ର ଜେନାଙ୍କ ଘରେ ରେଡ ଚାଲିଛି । ଶ୍ରୀଗୁଣ୍ଡିଚା ବିହାର, ବ୍ରହ୍ମଗିରି ପୈତୃକ ବାସଭବନ,ଭୁବନେଶ୍ୱର ନୂଆ ଗାଁରେ ଥିବା ଘରେ ରେଡ ଚାଳିଛି ।ଏକକାଳୀନ ୩ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ପୂର୍ବରୁ କିରାଣି ବିରୋଧରେ ଛତୁଆ ଦୁର୍ନୀତି ଅଭିଯୋଗ ଥିଲା । ସେହିପରି ବରଗଡ ଗାଇସିଲଟ ବ୍ଲକର କୋଟିପତି ସହ ସଂପାଦକ ଗିରଫ । ପେକ୍ସ ସହ ସମ୍ପାଦକ ଘନଶ୍ୟାମ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଘନଶ୍ୟାମ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ଏକକୋଟି ୭ ଲକ୍ଷରୁ ଅଧିକ ଟଙ୍କାର ସମ୍ପତି ଜବତ କରାଯାଇଛି । ସେହିପରି ୬୨ ଲକ୍ଷ ୪୦ ହଜାର ୩୩୭ ଟଙ୍କାର ମୁଲ୍ୟର ଗୋଟିଏ ଦୁଇ ମହଲା କୋଠା ଓ ୩ଟି ପ୍ଲଟ ଠାବ କରାଯାଇଛି । ୫ ଲକ୍ଷ ୭୫ ହଜାର ୨୪ ଟଙ୍କା ମୂଲ୍ୟର ଆସବାପତ୍ର ଓ ସୁନାଗହଣା ଜବତ କରାଯାଇଛି । ୧୯ ଲକ୍ଷ ୬୨ ହଜାର ୬୦୫ ଟଙ୍କାର ସ୍କର୍ପିଓ, ଟ୍ରାକ୍ଟର ଓ ବାଇକ ଜବତ କରାଯାଇଛି । ଏତେ ଟଙ୍କା ଘନଶ୍ୟାମ ସାହୁ କେଉଁଠି ଆଣିଲେ ସେ ନେଇ ପଚରାଉଚରା ପରେ ସନ୍ତୋଷଜନକ ଉତ୍ତର ମିଳିନଥିବା ବେଳେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି।

Leave A Reply

Your email address will not be published.