ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ଆଫଗାନ୍କୁ ଦୋଷ ଦେଲେ, ତାଲିବାନଙ୍କୁ ଧମକାଇଲେ ବାଇଡେନ୍

0

ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଏଭଳି ସ୍ଥିତି ପାଇଁ ଆଫଗାନୀ ନେତାଙ୍କୁ ଦାୟୀ କରିଛନ୍ତି ବାଇଡେନ। ଦେଶବାସୀଙ୍କୁ ସମ୍ବୋଧନ କରି ବାଇଡେନ କହିଛନ୍ତି, ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ନିଷ୍ପତି ସପକ୍ଷରେ ସେ ଏବେ ବି ଅଛନ୍ତି। ଆଫଗାନିସ୍ତାନର ସ୍ଥିତି ପାଇଁ ସେ ପଳାତକ ରାଷ୍ଟ୍ରପତି ଅସରଫ ଘନିଙ୍କୁ ଦାୟୀ କହିଛନ୍ତି । ବିନା ଲଢେଇରେ ସେ ଆଫଗାନିସ୍ତାନରୁ ପଳାଇଥିଲେ। ତେବେ ଆଫଗାନିସ୍ତାନରେ ଯଦି ଆମେରିକୀୟଙ୍କୁ ଆକ୍ରମଣ ହୁଏ ସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ବାଇଡେନ।

ବାଇଡେନ କହିଛନ୍ତି, ଆଫଗାନ୍ ସୈନ୍ୟ ସେଠାରେ ଯୁଦ୍ଧ ଲଢିବାକୁ ଚାହୁଁନଥିବା ବେଳେ ଆମେରିକୀୟ ସୈନ୍ୟଙ୍କୁ ସେଠାରେ ମରିବାକୁ ଛାଡିଦିଆଯିବନି ।ଆଫାଗାନିସ୍ତାନ ସରକାରର ଆଗୁଆ ପତନ ହୋଇଛି। ଆଫଗାନିସ୍ତାନରେ ଆମେରିକା ସୈନ୍ୟ ଅଧିକ ଦିନ ଧରି ଲଢିଥିଲେ ଏହାର ଫାଇଦା ଚୀନ ଓ ଋଷକୁ ହୋଇଥାନ୍ତା। ପୁରୁଣା ଭୁଲକୁ ଆଉ ଥରେ ଦୋହାରାଇବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି ବାଇଡେନ।

ସେପଟେମ୍ବର ୧୧, ୨୦୦୧ରେ ଆମେରିକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିରୋଧରେ ଆମେ ଆଫଗାନିସ୍ତାନ ଯାଇଥିଲୁ। ଅଲକାଏଦା ଆତଙ୍କବାଦୀ ସଂଗଠନ ଯେମିତି ଆଫଗାନ ମାଟିକୁ ଆମେରିକା ବିରୋଧରେ ବ୍ୟବହାର କରିବନାହିଁ ତାକୁ ନିଶ୍ଚିତ କରିବାକୁ ଆଫଗାନିସ୍ତାନରେ ବସିଥିଲା ଆମେରିକା । ୧୦ ବର୍ଷ ତଳୁ ଆମେ ଆମ ଲକ୍ଷ୍ୟ ପୂରଣ କରିସାରିଥିବା ବାଇଡେନ କହିଛନ୍ତି। ତେବେ ଆଫଗାନିସ୍ତାନ ଉପରେ ତୀକ୍ଷଣ ନଜର ରଖାଯାଇଥିବା ବାଇଡେନ ସୂଚନା ଦେଇଛନ୍ତି।

ବାଇଡେନ ଆହୁରି କହିଛନ୍ତି , ଗତ ୨୦ ବର୍ଷ ମଧ୍ୟରେ ଆଫଗାନିସ୍ତାନ ପାଇଁ ଆମେରିକା ଅନେକ ତ୍ୟାଗ କରିଛି। ଭବିଷ୍ୟତରେ ମଧ୍ୟ ଆଫଗାନିସ୍ତାନ ଲୋକଙ୍କୁ
ଆମେରିକା ସହାୟତା ଯୋଗାଇଦେବ। ଆତଙ୍କବାଦ ବିରୋଧରେ ଲଢେଇ ଜାରି ରହିଛି। ଆଫଗାନିସ୍ତାନରେ ସ୍ଥିତି ଗମ୍ଭୀର ଥିବା ବେଳେ ଏହାର ପ୍ରଭାବ ଅନେକ ଦେଶ ଉପରେ ପଡିଛି ବୋଲି କହିଛନ୍ତି ବାଇଡେନ।

ଆଫଗାନିସ୍ତାନ ସ୍ଥିତି ନେଇ ମିଳିତ ଜାତିସଂଘର ଜରୁରୀ ବୈଠକ ବସିଥିଲା । ସବୁ ଦେଶ ଏବେ ଏକାଠି ହେବାର ସମୟ ଆସଥିବା ଜାତିସଂଘ ମହାସଚିବ କହିଛନ୍ତି। ଶରଣାର୍ଥୀଙ୍କୁ ଗ୍ରହଣ କରିବା ପାଇଁ ସବୁଦେଶ ଆଗକୁ ଆସନ୍ତୁ। ଲୋକଙ୍କ ଜୀବନ ରକ୍ଷା ପ୍ରତି ତାଲିବାନ ଗରୁତ୍ୱ ଦେଉ ବୋଲି କହିଛନ୍ତି ଜାତିସଂଘ ମହାସଚିବ।

କେବଳ ସେତିକି ନୁହେଁ, ତାଲିବାନ ସଞ୍ଜମ ରକ୍ଷା କରୁ ବୋଲି ଜାତିସଂଘ ମହାସଚିବ କହିଛନ୍ତି। ସେପଟେ ଆଫଗାନିସ୍ତାନରୁ ଭାରତୀୟଙ୍କ ଫେରିବା ନେଇ ଚିନ୍ତା ବଢିଛି । କାବୁଲ ଏୟାରପୋର୍ଟ ବନ୍ଦ ଥିବାରୁ ଭାରତୀୟ ମାନେ ଫେରିପାରୁନାହାନ୍ତି ।ବିମାନବନ୍ଦର କାର୍ଯ୍ୟକ୍ଷମ କରିବାକୁ ଆମେରିକା ସହ ବିଦେଶ ମନ୍ତ୍ରୀ କଥା ହୋଇଛନ୍ତି। ସହାୟତା ପାଇଁ ମେଲ ଆଇଡି ଓ ଫୋନନମ୍ବର ଜାରି କରାଯାଇଛି ।

Leave A Reply

Your email address will not be published.