ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ବକ୍ସ ଅଫିସରେ ଧମାଲ କରିବ ‘ବେଲବଟମ୍‌’!

0


ମହାମାରୀ କରୋନା ପାଇଁ ଦେଶର ସବୁ କ୍ଷେତ୍ର ପ୍ରଭାବିତ ହୋଇଥିବା ବେଳେ ସିନେମା ବା ମନୋରଂଜନ ମଧ୍ୟ ଏଥିରୁ ବାଦ ପଡିନଥିଲା। ସିନେମା ସୁଟିଂ ପାଇଁ ଅନୁମତି ନଥିବା ବେଳେ ସିନେମା ହଲଗୁଡିକ ମଧ୍ୟ ବନ୍ଦ ରହିଥିଲା । ଯାହା ଫଳରେ ନୂଆ ସିନେମା ରିଲିଜ ହୋଇପାରୁନଥିଲା।

ଏବେ ସିନେ ପ୍ରେମୀଙ୍କ ପାଇଁ ଆସୁଛି ଖୁସି ଖବର। ଆସୁଛି ଖିଲାଡି କୁମାରଙ୍କ ନୂଆ ଆକ୍ସନ ଫିଲ୍ମ ‘ବେଲବଟମ୍‌’। ଆସନ୍ତା ୧୯ରେ ଫିଲ୍ମଟି ରିଲିଜ ହେବାକୁ ଯାଉଥିବା ବେଳେ ବକ୍ସ ଅଫିସରେ ଫିଲ୍ମଟି ଧମାଲ କରିବ ବୋଲି ଅନୁମାନ କରାଯାଉଛି। ଅକ୍ଷୟ କୁମାର ଓ ବେଫିକର ଗାର୍ଲ ବାଣୀ କପୁରଙ୍କ ନୂଆ ଫିଲ୍ମ ‘ବେଲବଟମ୍‌’କୁ ନେଇ ଏବେ ଚର୍ଚ୍ଚା।

କରୋନା ସମୟରେ ଏହା ହେଉଛି ଅକ୍ଷୟଙ୍କ ପ୍ରଥମ ଫିଲ୍ମ ଯାହା ହଲରେ ରିଲିଜ ହେବାକୁ ଯାଉଛି। ଲଗାତର ସୁପରହିଟ ସିନେମା ଦେଇଆସୁଥିବା ଅକ୍ଷୟଙ୍କର ଆଉ ଏକ ବ୍ଲକ ବ୍ଲାଷ୍ଟର ଫିଲ୍ମ ଅପେକ୍ଷାରେ ରହିଛନ୍ତି ଅକ୍ଷୟଙ୍କ ଫ୍ୟାନ। ସିନେମାଟିର ଟ୍ରେଲରଟି ଦର୍ଶକଙ୍କ ମନକୁ ଛୁଇଁଥିବା ବେଳେ
ଏଯାଏ ୪ କୋଟିରୁ ଅଧିକ ଲୋକ ଦେଖିସାରିଲେଣି।

ଏକ ପ୍ଲେନ ହାଇଜାକର ସତ୍ୟ ଘଟଣାକୁ ନେଇ ଫିଲ୍ମଟି ତିଆରି କରାଯାଇଛି । ଯାହା ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା ରହିଛି।

ଫିଲ୍ମ ‘ବେଲବଟମ୍‌’ର ନିର୍ଦ୍ଦେଶନା ଦେଇଛନ୍ତି ରଞ୍ଜିତ ଏମ ତିୱାରୀ। ଏହାର ଗୀତକୁ ମଧ୍ୟ ବେଶ ପସନ୍ଦ କରିଛନ୍ତି ଲୋକେ। ତେବେ ଏଥିରେ ଲାରା ଦତ୍ତଙ୍କୁ ମଧ୍ୟ ଏକ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମଟି ପ୍ରଥମେ ସାଧାରଣତନ୍ତ୍ର ଦିବସରେ ରିଲିଜ ହେବାର ଥିଲା କିନ୍ତୁ କୋଭିଡ ଯୋଗୁ ସୁଟିଂ ଶେଷ ହୋଇନପାରିବାରୁ ରିଲିଜ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ଅକ୍ଷୟଙ୍କୁ ଏହା ପୂର୍ବରୁ ଶେଷ ଥର ପାଇଁ କମେଡି ହରର ଫିଲ୍ମ ଲକ୍ଷ୍ମୀରେ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.