ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଫୋନରୁ ତୁରନ୍ତ ଡିଲିଟ୍ କରନ୍ତୁ ଏହି ୮ ଆପ୍ସ

0

ଭୁବନେଶ୍ବର: ଆପଣ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। ତେବେ ନିଜର ଫୋନ ତୁରନ୍ତ ଯାଞ୍ଚ କରନ୍ତୁ। ଯଦି ଏହି ୮ଟି ଆପ୍ସ ଆପଣଙ୍କ ଫୋନରେ ଅଛି ତେବେ ତୁରନ୍ତ ଏହାକୁ ଡିଲିଟ୍ କରନ୍ତୁ। ଗୁଗୁଲ ପ୍ଲେ ଷ୍ଟୋରରୁ ଏହି ୮ଟି ଆପ୍ସ ହଟାଇଦେଇଛି। ଏହି ଆପ୍ସ ହେଉଛି କ୍ରିପ୍ଟୋକରେନ୍ସି ମାଇନିଂଗକୁ ନେଇକି, ଯାହା ୟୁଜର୍ସଙ୍କୁ କ୍ଷତି ପହଞ୍ଚାଇପାରେ।

ଗୁଗୁଲ ବ୍ୟାନ କରିଥିବା ୮ଟି ଆପ୍ସ ହେଲା-
ବିଟଫଣ୍ଡସ: କ୍ରିପଟୋ କ୍ଲାଉଡ ମାଇନିଂ
ବିଟକଏନ ମାଇନର: କ୍ଲାଉଣ୍ଡ ମାଇନିଂ
ବିଟକଏନ(ବିଟିସି): ପୁଲ ମାଇନିଂ କ୍ଲାଉଡ଼ ୱାଲେଟ
କ୍ରିପଟୋ ହଲିକ:ବିଟକଏନ କ୍ଲାଉଡ ମାଇନିଂ
ଡେଲି ବିଟକଏନ ରିୱାର୍ଡସ: କ୍ଲାଉଡ଼ ବେସଡ ମାଇନିଂ ସିଷ୍ଟମ
ବିଟକଏନ ୨୦୧
ମାଇନବିଟ ପ୍ରୋ: କ୍ରିପଟୋ କ୍ଲାଉଡ ମାଇନିଂ ଆଣ୍ଡ ବିଟିସି ମାଇନର
ଇଥରିୟମ(ଇଟିଏଚ) :ପୁଲ ମାଇନିଂ କ୍ଲାଉଡ଼

ଗୁଗୁଲ ପ୍ଲେ ଷ୍ଟୋରରେ ଥିବା ଏହି ୮ଟି ଆପ୍ସ ଉପରେ ପ୍ରତିବନ୍ଧକ ଲଗାଇସାରିଛି। ଏହି ଆପ ବ୍ୟବହାର କରୁଥିବା ୟୁଜର୍ସଙ୍କୁ ହାକର୍ସ ଫସାଇବା ସହ ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିଲା। ସିକ୍ୟୁରିଟି ଫାର୍ମ ଆଣ୍ଡ ମାଇକ୍ରୋର ଏକ ରିପୋର୍ଟ ଅନୁସାରେ ହାକର୍ସ ଏହି ୮ ଆପସ ଜରିଆରେ ୟୁଜର୍ସକୁ ବିଜ୍ଞାପନ ଦେଖାଏ। ଏହା
ସହ ସବକ୍ରିପସନ ସର୍ଭିସ ପାଇଁ ପ୍ରତି ମାସରେ ୧୫ ଡଲାର(ପାଖାପାଖି ୧୫୦୦)ଟଙ୍କା ଦେବା ଭଳି କାମ କରିବା ସହ ଫସେଇ ଚାଲିଥିଲା।

ସିକ୍ୟୁରିଟି ଫାର୍ମ ଏହି ଆପସ ନେଇ ଗୁଗୁଲକୁ ଜଣାଇବା ପରେ , ଗୁଗୁଲ ପ୍ଲେଷ୍ଟୋରରୁ ଏହି ଆପ୍ସକୁ ହଟାଇଦେଇଛି। ହେଲେ ଯେଉଁମାନଙ୍କ ଫୋନରେ ଏହି
ଆପ୍ସ ଅଛି,ସେମାନେ ତୁରନ୍ତ ଏହାକ ହଟାଇଦେବା ଦରକାର।

ରିପୋର୍ଟ ମୁତାବକ, ଏବେ ୧୨୦ରୁ ଅଧିକ ଜାଲ କ୍ରିପ୍ଟୋକରେନ୍ସିଂ ମାଇନିଂ ଅନଲାଇନରେ ମହଜୁଦ ଅଛି। ସୂଚନା ଅନୁସାରେ ଗତ ଜୁଲାଇରୁ ଏହି ଜୁଲାଇ
ମଧ୍ୟରେ ୪୫୦୦ରୁ ଅଧିକ ୟୁଜର୍ସ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି।

Leave A Reply

Your email address will not be published.