ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ତାଲିବାନଙ୍କ ବିରୋଧରେ ତାତିଲେ ସେନା

0

ଗୃହ ଯୁଦ୍ଧ ଆଡକୁ ମୁହାଁଉଛି ଆଫଗାନିସ୍ତାନ। ତାଲିବାନଙ୍କ ବିରୋଧରେ ଉଠିଲା ଅସ୍ତ୍ର। ଆଫଗାନିସ୍ତାନର ସମ୍ପୂର୍ଣ୍ଣ ଅଞ୍ଚଳ ଏବେ ବି ତାଲିବାନଙ୍କ କବଜାକୁ ପୂରା ଆସିପାରିନାହିଁ। ଅଭେଦ୍ୟ ଗଡ଼ ପଞ୍ଜଶୀର ପ୍ରାନ୍ତକୁ ନିୟନ୍ତ୍ରଣକୁ ନେଇପାରିନାହାନ୍ତି ତାଲିବାନ। ଅନ୍ୟପଟେ ତାଲିବାନଙ୍କୁ କଡା ଟକ୍କର ପାଇଁ ପ୍ରସ୍ତୁତ କରାଯାଉଛି। ଆତ୍ମସମର୍ପଣ କରିବାକୁ ମନା କରିଛନ୍ତି ପଞ୍ଜଶୀରର ସିଂହ କୁହାଯାଉଥିବା ଅହମ୍ମଦ ଶାହା ମାସୁଦଙ୍କ ପୁଅ ଅହମ୍ମଦ ମାସୁଦ।

ଆଫଗାନିସ୍ତାନରେ ପୁଣି ନିଜ ସରକାର ବନାଇବାକୁ ଉଦ୍ୟମ କରୁଥିବା ତାଲିବାନଙ୍କୁ କଡ଼ା ଜବାବ ମିଳିଛି। ତାଲିବାନୀମାନେ ପଞ୍ଜଶୀର ଦଖଲ କରିବା ଯୋଜନାରୁ ହିଁ ଆରମ୍ଭ ହୋଇଛି ବିରୋଧ। ତାଲିବାନଙ୍କୁ ପାଲଟା ଜବାବ ଦେଇଛନ୍ତି ଅହମ୍ମଦ ମାସୁଦଙ୍କ ସେନା। ବାଗଲନର ଅନ୍ଦ୍ରାବରେ ୩୦୦ ତାଲିବାନଙ୍କୁ ମରାଯାଇଥିବା ସହ କିଛି ଜଣଙ୍କୁ କବଜା କରି ନିଆଯାଇଥିବା ଦାବି କରାଯାଇଛି।

ବିବିସିର ସାମ୍ବାଦିକ ୟଲଦା ହକିମ ଟୁଇଟରେ ଦାବି କରିଛନ୍ତି ଯେ, ବାଗଲାନର ଅନ୍ଦ୍ରାବରେ ଲୁଚିକି ତାଲିବାନଙ୍କ ଉପରେ ଏକ ବଡ଼ ଆକ୍ରମଣ କରାଯାଇଛି। ଆକ୍ରମଣରେ ତାଲିବାନଙ୍କର ବଡ଼ କ୍ଷତି ହୋଇଛି। ୩୦୦ ତାଲିବାନଙ୍କୁ ମରାଯିବା ସହ କିଛି ଜଣଙ୍କୁ କବଜା କରି ନିଆଯାଇଥିବା ଖବର ରହିଛି । ସେହିପରି ଆଫଗାନିସ୍ତାନ ଉପରାଷ୍ଟ୍ରପତି ମଧ୍ୟ ଏହି ଆକ୍ରମଣ ନେଇ ଏକ ଇସାରା ଦେଇଛନ୍ତି। ଟୁଇଟ କରି ସେ କହିଛନ୍ତି, ଯେ ଯେବେଠୁ ତାଲିବାନଙ୍କ ଉପରେ ଆକ୍ରମଣ ଆରମ୍ଭ ହେଲା, ସେବେଠୁ କେହି ଜଣେ ବଞ୍ଚିକି ଆସିବା ପାଇଁ ତାଙ୍କ ବଡ଼ କଥା। ଏବେ ପଞ୍ଜଶୀରରେ ତାଲିବାନ ଅଧିକ ସଂଖ୍ୟାର ବିଦ୍ରୋହୀଙ୍କୁ ମୁତୟନ କରିଥିବା ସେ କହିଛନ୍ତି।

ତାଲିବାନ ବିରୋଧୀ ବିଦ୍ରୋହୀ ମାନେ ଆଫଗାନିସ୍ତାନର ଉତ୍ତର ବାଗଲାନ ପ୍ରାନ୍ତର ୩ ଜିଲ୍ଲାରୁ ତାଲିବାନଙ୍କୁ ବାହାର କରିଦେଇଛନ୍ତି। ପୁଲ ଏ ହିସାର, ଦେହ ସଲାହ ଏବଂ ବାନୁ ଜିଲ୍ଲାକୁ କବଜା କରିବାରେ ତାଲିବାନ ବିଫଳ ହେବା ପରେ ପୁନର୍ବାର ଯୁଦ୍ଧ ଚଳାଇଛି । ସେପଟେ ପଞ୍ଜଶୀର ଘାଟିରେ ଉଭୟ ପଟୁ ଜବରଦସ୍ତ ଗୁଳିଗୋଳା ଜାରି ରହିଛି । ଅହମ୍ମଦ ମାସୁଦ ଲଢେଇ ପାଇଁ ଆହ୍ୱାନ ଦେଇଥିଲେ।

Leave A Reply

Your email address will not be published.