ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

କେଜିଏଫ-୨କୁ ନେଇ ଆସିଲା ବଡ଼ ଖବର…

0

ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର। ବହୁ ପ୍ରତୀକ୍ଷିତ ଫିଲ୍ମ କେଜିଏଫ ଟୁର ରିଲିଜ ନେଇ ତାରିଖ ଘୋଷଣା ହୋଇଛି। ମହାମାରୀ କରୋନା କାରଣରୁ ଫିଳ୍ମର
ରିଲିଜକୁ ଘୁଞ୍ଚାଇ ଦିଆଯାଇଥିଲା। ଏବେ ରିଲିଜ ତାରିଖ ଉପରୁ ପରଦା ହଟାଇଛନ୍ତି ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ‘ୟାସ’ । ଫିଲ୍ମର ନୂଆ ପୋଷ୍ଟର ସେୟାର କରିବା ସହିତ ରିଲିଜ ତାରିଖ ଘୋଷଣା କରିଛନ୍ତି ୟାସ।

୨୦୨୨ ଏପ୍ରିଲ ୧୪ ତାରିଖରେ କେଜିଏଫ -ଟୁ ସିନେମା ହଲରେ ରିଲିଜ ହେବ। ଫିଲ୍ମରେ ବଲିଉଡ ଅଭିନେତା ସଂଜୟ ଦତ୍ତ ମଧ୍ୟ ନଜର ଆସିବେ । ରକ୍ଷା ବନ୍ଧନ ଅବସରରେ ୟାସ ଓ ସଂଜୟ ଦତ୍ତ ନିଜ ଇନଷ୍ଟ୍ରାଗ୍ରାମ ଆକାଉଣ୍ଟରେ ଫିଲ୍ମର ତାରିଖ ଓ ପୋଷ୍ଟର ସେୟାର କରିଛନ୍ତି। ଫିଲ୍ୱର ପୋଷ୍ଟରଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫିଲ୍ମରେ ସଂଜୟ ଦତ୍ତ ଭୟାନକ ଲୁକରେ ନଜର ଆସିବେ। ସଂଜୟଙ୍କର ଏହି ଲୁକକୁ ନେଇ ଫ୍ୟାନମାନେ ବେଶ ଉତ୍ସାହିତ ଅଛନ୍ତି।କେଜିଏଫ ଦ୍ୱିତୀୟ ଭାଗରେ ଅନେକ ନୂଆ ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ।

କେଜିଏଫ ଟୁ ହେଉଛନ୍ତି ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚିତ୍ର । ଚଳିତବର୍ଷ ଜୁଲାଇରେ ଫିଲ୍ମ ରିଲିଜ ହେବ ବୋଲି ଆଶା କରାଯାଉଥିଲା କିନ୍ତୁ କରୋନା ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା ।ଯଦିଓ ଏହା ମୂଳତଃ କନ୍ନଡ ଭାଷାରେ ଫିଲ୍ମ, କିନ୍ତୁ ହିନ୍ଦୀ ଭାଷାରେ ଦର୍ଶକଙ୍କ ମଧ୍ୟରେ ଏହା ବେଶ ଲୋକପ୍ରିୟତା ହାସଲ କରିଛି। ସେଥିପାଇଁ ସିନେ ପ୍ରେମୀ ଫିଲ୍କକୁ ଉତ୍ସାହର ସହ ଅପକ୍ଷୋ କରିଛନ୍ତି ।୨୦୧୮ରେ କେଜିଏଫର ପ୍ରଥମ ଭାଗ ରିଲିଜ ହୋଇଥିଲା। ତାହା ବକ୍ସ ଅଫିସର
ହୁଲସ୍ତୁଲ ମଚେଇବା ସହ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା।

Leave A Reply

Your email address will not be published.