ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ମନରେଗାରେ ୯୩୫ କୋଟିର କେଳେଙ୍କାରୀ ଅଭିଯୋଗ

0

ନୂଆଦିଲ୍ଲୀ: ମନରେଗା ଯୋଜନାରେ କେଳେଙ୍କାରୀ। ଏମିତି ସଙ୍ଗିନ୍ ଅଭିଯୋଗ ଆଣିଛି କଂଗ୍ରେସ। ଗତ ୪ବର୍ଷରେ ୯୩୫ କୋଟି ଟଙ୍କାର ଅପବ୍ୟବହାର ହୋଇଥିବା ଦର୍ଶାଇଛି ଦଳ। କଂଗ୍ରେସ ନେତା କହିଛନ୍ତି, ୨୦୦୫ରେ ମନରେଗା ଯୋଜନା ଆରମ୍ଭ ହୋଇଥିଲା, ଯେବେ କଂଗ୍ରେସ ନେତୃତ୍ବାଧୀନ ସରକାର ଥିଲା ଦେଶରେ। ବର୍ତ୍ତମାନ ସରକାର କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି ଓ ଦୁର୍ନୀତି ଯାଞ୍ଚରେ ବି।

କଂଗ୍ରେସ ମୁଖପାତ୍ର ପୱନ ଖେରା କହିଛନ୍ତି ଯେ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟର ସର୍ବସାଧାରଣଙ୍କ ନିକଟରେ ଉପଲବ୍ଧ ତଥ୍ୟକୁ ଆକଳନ କରୁଥିବା ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଗତ ଚାରି ବର୍ଷ ମଧ୍ୟରେ ମହାତ୍ମା ଗାନ୍ଧୀ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ (MGNREGA) ଅଧୀନରେ ୯୩୫ କୋଟି ଟଙ୍କା ଅପବ୍ୟବହାର କରାଯାଇଛି। ଖେରା କହିଛନ୍ତି ଯେ ସାମାଜିକ ଅଡିଟ୍ ୟୁନିଟ୍ ର ଗୁରୁତ୍ୱପୂର୍ଣ୍ଣ ଫଳାଫଳ ହେଉଛି ଯେ ଅଧିକାଂଶ କ୍ଷେତ୍ରରେ ପ୍ରାଥମିକସ୍ତରରେ ଏହି ଯୋଜନା ଅପବ୍ୟବହାର ହୋଇଛି। “ଆର୍ଥିକ ଅପବ୍ୟବହାର” କରାଯାଇଛି, ଯେଉଁଥିରେ ଲାଞ୍ଚ, ଅବାସ୍ତବ ବ୍ୟକ୍ତିଙ୍କୁ ଦେୟ ଆଦି ସାମିଲ ରହିଛି। ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱାରା ଉତ୍ତରଦାୟିତ୍ୱର ଅଭାବ ଥିବା କାରଣରୁ ଏଭଳି ହୋଇଥିବା ଆଙ୍ଗୁଠି ଦେଖାଇଛି କଂଗ୍ରେସ। ଖେରା ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ସରକାର ଅପବ୍ୟବହାର ହୋଇଥିବା ଅର୍ଥର ପୁନରୁଦ୍ଧାର କରନ୍ତୁ।

Leave A Reply

Your email address will not be published.