ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ମନରେଗାରେ ୯୩୫ କୋଟିର କେଳେଙ୍କାରୀ ଅଭିଯୋଗ

0

ନୂଆଦିଲ୍ଲୀ: ମନରେଗା ଯୋଜନାରେ କେଳେଙ୍କାରୀ। ଏମିତି ସଙ୍ଗିନ୍ ଅଭିଯୋଗ ଆଣିଛି କଂଗ୍ରେସ। ଗତ ୪ବର୍ଷରେ ୯୩୫ କୋଟି ଟଙ୍କାର ଅପବ୍ୟବହାର ହୋଇଥିବା ଦର୍ଶାଇଛି ଦଳ। କଂଗ୍ରେସ ନେତା କହିଛନ୍ତି, ୨୦୦୫ରେ ମନରେଗା ଯୋଜନା ଆରମ୍ଭ ହୋଇଥିଲା, ଯେବେ କଂଗ୍ରେସ ନେତୃତ୍ବାଧୀନ ସରକାର ଥିଲା ଦେଶରେ। ବର୍ତ୍ତମାନ ସରକାର କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି ଓ ଦୁର୍ନୀତି ଯାଞ୍ଚରେ ବି।

କଂଗ୍ରେସ ମୁଖପାତ୍ର ପୱନ ଖେରା କହିଛନ୍ତି ଯେ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟର ସର୍ବସାଧାରଣଙ୍କ ନିକଟରେ ଉପଲବ୍ଧ ତଥ୍ୟକୁ ଆକଳନ କରୁଥିବା ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଗତ ଚାରି ବର୍ଷ ମଧ୍ୟରେ ମହାତ୍ମା ଗାନ୍ଧୀ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ (MGNREGA) ଅଧୀନରେ ୯୩୫ କୋଟି ଟଙ୍କା ଅପବ୍ୟବହାର କରାଯାଇଛି। ଖେରା କହିଛନ୍ତି ଯେ ସାମାଜିକ ଅଡିଟ୍ ୟୁନିଟ୍ ର ଗୁରୁତ୍ୱପୂର୍ଣ୍ଣ ଫଳାଫଳ ହେଉଛି ଯେ ଅଧିକାଂଶ କ୍ଷେତ୍ରରେ ପ୍ରାଥମିକସ୍ତରରେ ଏହି ଯୋଜନା ଅପବ୍ୟବହାର ହୋଇଛି। “ଆର୍ଥିକ ଅପବ୍ୟବହାର” କରାଯାଇଛି, ଯେଉଁଥିରେ ଲାଞ୍ଚ, ଅବାସ୍ତବ ବ୍ୟକ୍ତିଙ୍କୁ ଦେୟ ଆଦି ସାମିଲ ରହିଛି। ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱାରା ଉତ୍ତରଦାୟିତ୍ୱର ଅଭାବ ଥିବା କାରଣରୁ ଏଭଳି ହୋଇଥିବା ଆଙ୍ଗୁଠି ଦେଖାଇଛି କଂଗ୍ରେସ। ଖେରା ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ସରକାର ଅପବ୍ୟବହାର ହୋଇଥିବା ଅର୍ଥର ପୁନରୁଦ୍ଧାର କରନ୍ତୁ।

Leave A Reply

Your email address will not be published.