ପ୍ରମୁଖ ଖବର

ପୁରୀ ହୋଟେଲ୍‌ରୁ ଦୁଇ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ
ସ୍ୱାଧୀନତା ଦିବସ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଗଡ଼ିବ ସ୍ପେଶାଲ ଟ୍ରେନ୍
ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ବୈଷୟିକ କମିଟି ଗଠନ ହେବ: ନଗର ଉନ୍ନୟନ ମନ୍ତ୍ରୀ
ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୧୦ ମୃତ୍ୟୁ ସନ୍ଦେହ
ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ

ଆଜି ବି ଧରପଗଡ ଜାରି ରଖିଛି ଭିଜିଲାନ୍ସ

0

ଭୁବନେଶ୍ବର: ଆକ୍ଟିଭ ମୋଡରେ ଭିଜିଲାନ୍ସ । ଯେଉଁ ମାନଙ୍କ ନାଁରେ ଅର୍ଥ ହେରଫେର କି ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗ ଆସୁଛି ସେମାନଙ୍କୁ ଖୋଜିଖୋଜି ଧରୁଛି ଭିଜିଲାନ୍ସ । ଆଜି ସୁପରଭାଇଜରଙ୍କ ଘରେ ରେଡ କରିଛି ଭିଜିଲାନ୍ସ । ଭଦ୍ରକ ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜର ମଲ୍ଲଲତା ଦାସଙ୍କ ଘରେ ଭିଜିଲାନ୍ସ ରେଡ କରୁଛି । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ସୁପରଭାଇଜର ମଲ୍ଲଲତାଙ୍କ ଘର ସହିତ ୩ଟି ସ୍ଥାନରେ ବର୍ତମାନ ଭିଜିଲାନ୍ସ ଟିମ ଚଢାଉ କରିଛି ।

ମଲ୍ଲଲତାଙ୍କ ନାଁରେ ପୂର୍ବରୁ ଅର୍ଥ ହେରଫେର ଅଭିଯୋଗ ଆସିଥିଲା । ଭିଜିଲାନ୍ସର ୩ଟି ଟିମ ଚଢାଉ କରୁଥିବା ବେଳେ ଏଯାଏ କେତେ ପରିମାଣର ସଂପତ୍ତି ମିଳିଛି ସେ ନେଇ ଜଣାପଡିନି।

ସେହିପରି ବରଗଡ ଜିଲ୍ଲା କୁମ୍ଭାରୀ ପେକସରେ ବି ଭିଜିଲାନ୍ସ ଚଢାଉ କରିଛି। ପେକସ ସଂପାଦକଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ପେକସ ସଂପାଦକ
ଗୌରଚନ୍ଦ୍ର ବୁଦ୍ଧିଆଙ୍କ ଘରେ ଏବେ ରେଡ କରାଯାଉଛି । ଗୌରଚନ୍ଦ୍ରଙ୍କ ଅଫିସ ଓ ଘରେ ଚଢାଉ ଜାରି ରଖିଛନ୍ତି ଭିଜିଲାନ୍ସ ଟିମ । ଆୟ ବହିର୍ଭୂତ ସଂପତି ଠୁଳ
ଅଭିଯୋଗରେ ୨ଟି ଟିମ ଚଢାଉ କରୁଛନ୍ତି।

ଗତକାଲି ବସୁନ୍ଧରା ଜମି ଜାଲିଆଲି ଅଭିଯୋଗରେ ଭିଜିଲାନ୍ସ ୫ ସରକାରୀ ଅଧିକାରୀଙ୍କୁ ଗିରଫ କରିଛି । କୁଜଙ୍ଗର ପୂର୍ବତନ ତହସିଲଦାରଙ୍କ ସମେତ ୪ ଜଣ
ଆରଆଇଙ୍କୁ ଗିରଫ କରିଛି। ଅଧିକାରୀମାନେ ରାଜ୍ୟ ସରକାରଙ୍କ ବସୁନ୍ଧରା ଯୋଜନାରେ ଜାଲିଆତି କରି ବହୁ ଅଯୋଗ୍ୟ ହିତାଧିକାରୀଙ୍କୁ ଏଥିରେ ସାମିଲ
କରାଯାଇଥିବା ଅଭିଯୋଗ ହୋଇଥିଲା।

Leave A Reply

Your email address will not be published.