ପ୍ରମୁଖ ଖବର

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ
ବିଜେଡି ପ୍ରତିଷ୍ଠା ଦିବସରେ ମୁଖପାତ୍ର ଈପ୍ସିତା ସାହୁଙ୍କୁ ଶକ୍ତ ଚାପୁଡା ମାରିଲେ ମହିଳା ନେତ୍ରୀ
ବିଦାୟ ନେଲେ ବିଦାୟୀ ରାଜ୍ୟପାଳ ରଘୁବର ଦାସ
ଜିରୋ ନାଇଟ ସେଲିବ୍ରେସନ ବେଳେ ଡ୍ରଙ୍କ ଆଣ୍ଡ୍ ଡ୍ରାଇଭ ଉପରେ ରହିବ ନଜର
ଖଢଡିଆଳରୁ ବିପୁଳ ପରିମାଣରେ ବଜ୍ରକାପ୍ତା କାତି ଜବତ, ୩ ଶିକାରୀ ଗିରଫ
ଆସନ୍ତା ବର୍ଷ ହେବ କଲେଜ୍ ନିର୍ବାଚନ : ମୁଖ୍ୟମନ୍ତ୍ରୀ

ସୁନା ପରି ମହଙ୍ଗା ପାଣି ଓ ଖାଇବା

0

ପାଣି ବୋତଲର ଦାମ ୩ ହଜାର..ଭାତ ଥାଳିର ଦାମ ୭୫୦୦ ଟଙ୍କା

ଗୋଟିଏ ପାଣି ବୋତଲର ଦାମ ହେଉଛି ୩ ହଜାର। ଗୋଟିଏ ଥାଳି ଭାତର ଦାମ ପାଖାପାଖି ୭ ହଜାରର ୫୦୦। ହଁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।

ତାଲିବାନ ମାନେ ଆଫଗାନିସ୍ତାନକୁ କବଜା କରିବା ପରେ ଲୋକମାନେ ଦେଶ ଛାଡିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । ଜୀବନ ବଞ୍ଚାଇବାକୁ କାବୁଲ ବିମାନବନ୍ଦରରେ ଲୋକଙ୍କ ଭିଡ ଜମୁଛି। ଏହି ବ୍ୟସ୍ତତା ଭିତରେ ଲୋକମାନେ ବିମାନବନ୍ଦରରେ ଭୋକ ଉପାସରେ ରହିବାକୁ ବାଧ୍ୟ ହୋଇଛନ୍ତି। କାରଣ ବିମାନବନ୍ଦର ବାହାରେ ସୁନା ପରି ମହଙ୍ଗା ହୋଇଯାଇଛି ପାଣି ଓ ଖାଇବା।

ଗୋଟିଏ ପାଣି ବୋତଲର ଦାମ ୩ ହଜାର ଟଙ୍କା ଥିବା ଗୋଟେ ପ୍ଲେଟ ଭାତର ଦାମ ହେଉଛି ୭ହଜାର ୫୦୦ ଟଙ୍କା। ଏହାକୁ ଏତେ ଟଙ୍କା ଦେଇ ସାଧାରଣ ଲୋକ କିଣିବା ଅସମ୍ଭବ। ଫଳରେ ଖରାରେ ଭୋକ ଉପାସରେ ପଡିରହିଛନ୍ତି ଲୋକ। କାବୁଲ ବିମାନବନ୍ଦରରୁ ଆସୁଛି ଏଭଳି ଦୟନୀୟ ଚିତ୍ର।

ଅନେକ ଲୋକ ବେହୋସ ହୋଇ ପଡିଯିବାର ମଧ୍ୟ ଖବର ଆସିଛି। କାବୁଲ ବିମାନବନ୍ଦରରେ ତାଲିବାନୀମାନେ ଯେପରି ଆଫଗାନିସ୍ତାନ ଲୋକଙ୍କୁ ନିର୍ଯାତନା ଦେଉଛନ୍ତି ତାଙ୍କୁ ଇତିହାସ କେବେ ବି କ୍ଷମା ଦେବନି। ବିମାନ ବନ୍ଦରରେ ଚାରିପଟେ ଦୁଃଖର ଚିତ୍ର। ପ୍ରତ୍ୟେକ ବ୍ୟକ୍ତି ହତାଶ ହୋଇପଡିଛନ୍ତି। ଖାଇବା ଓ ପାଣିର ଦାମ ମହଙ୍ଗା ହୋଇଯିବାରୁ ଲୋକମାନେ ଖରାରେ ଭୋକ ଉପାସରେ ଛିଡା ହୋଇ ବେହୋସ ହେଉଛନ୍ତି। କିନ୍ତୁ ତାଲିବାନ ମାନେ ସହାୟତାର ହାତ ବଢାଇବା ବଦଳରେ ଲୋକଙ୍କୁ ନିର୍ଯାତନା ଦେବା ସହ ମାରପିଟ କରୁଛନ୍ତି।

ଏଭଳି ଦୁର୍ଦ୍ଦିନ ସମୟରେ ନାଟୋ ସେନା ଆଫଗାନିସ୍ତାନ ଲୋକଙ୍କୁ ସହଯୋଗ କରୁଥିବାର ନଜର ଆସିଛି। ବିମାନବନ୍ଦର ପାଖରେ ଏକ ଅସ୍ଥାୟୀ ଘର ତିଆରି କରି ଲୋକଙ୍କୁ ଖାଇବାକୁ ଓ ପିଇବାକୁ ପାଣି ଦେଉଛନ୍ତି। ଏହା ସହ ଆମେରିକା ସେନା ମଧ୍ୟ ଛୋଟ ଛୋଟ ଛୁଆଙ୍କୁ ଚିପ୍ସ ପ୍ୟାକେଟ ବାଣ୍ଟୁଥିବାର ଦେଖାଦେଇଛି।

ଅନ୍ୟପଟେ ଆଫଗାନ ନାଗରିକଙ୍କର ସବୁଠୁ ବଡ଼ ସମସ୍ୟା ହୋଇଛି ବିଦେଶରେ ଶରଣ ନେବା। ଆମେରିକା ଜୁଲାଇରୁ ଏଯାଏ ୭୫ ହଜାର ୯୦୦ ଲୋକଙ୍କୁ କାବୁଲରୁ ଉଦ୍ଧାର କଲାଣି । ଏହା ମଧ୍ୟରୁ ୭୦ ହଜାର ୭୦୦ ଲୋକଙ୍କୁ ଗତ ୧୦ ଦିନରେ ଆମେରିକା ସେନା ଆଫଗାନିସ୍ତାନରୁ ବାହାରକୁ ଆଣିଛନ୍ତି । ଏବେ ବହୁ ସଂଖ୍ୟାର ଲୋକ ଦେଶ ଛାଡିବା ପାଇଁ କାବୁଲ ବିମାନବନ୍ଦରରେ ଭିଡ ଜମାଇଛନ୍ତି।

ସେପଟେ କାବୁଲ ବିମାନବନ୍ଦର ବାହାରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି। ତେଣୁ ବ୍ରିଟେନ,ଆମେରିକା ଓ ଅଷ୍ଟ୍ରେଲିଆ ସେନାଙ୍କୁ ହାଇଆଲର୍ଟ ଜାରି କରାଯାଇଛି। ଦୂତାବାସରୁ ସୂଚନା ନପାଇବା ଯାଏ ବିମାନବନ୍ଦର ଆସିବାକୁ ମନା କରାଯାଇଛି।

Leave A Reply

Your email address will not be published.