ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ମା’ହେଲେ ନୁସରତ

0

କୋଲକାତା: ଟିଏମସି ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜହାନ ମାଆ ହୋଇଛନ୍ତି। ନୁସରତ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଅଗଷ୍ଟ ୨୫ରେ ତାଙ୍କୁ କୋଲକତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଭିନେତା ୟଶ ଦାସଗୁପ୍ତା ନୁସରତଙ୍କୁ ହସ୍ପିଟାଲରେ ଆଣି ଭର୍ତ୍ତି କରିଥିଲେ । ନୁସରତ ମାଆ ହେବା ପରେ ତାଙ୍କ ଫ୍ୟାନ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

କିଛି ଦିନରୁ ନୁସରତ ଗର୍ଭବତୀ ଥିବା ଖବର ଆସୁଥିଲା । ଏହା ପରେ ନୁସରତ ଗର୍ଭବତୀ ଥିବା ନେଇ ଏକ ଫଟୋ ସେୟାର କରିବା ପରେ ସ୍ପଷ୍ଟ ହୋଇଥିଲା । ନୁସରତ ଗର୍ଭବତୀ ହେବା ଖବର ସେତେବେଳେ ଆସିଲା, ଯେତେବେଳେ ସେ ତାଙ୍କ ସ୍ୱାମୀ ନିଖିଲ ଜୈନଙ୍କଠୁ ଅଲଗା ହେବା କଥା ସାମନାକୁ ଆସିଥିଲା।

୨୦୧୯ରେ ତୁର୍କୀରେ ନୁସରତ ନିଖିଲ ଜୈନଙ୍କୁ ବିବାହ କରିଥିଲେ । ପରେ ଟିଏମସି ଟିକେଟରେ ୨୦୧୯ ଲୋକସଭା ନିର୍ବାଚନ ଜିତିଥିବା ନୁସରତ କୋଲକତାରେ ଏକ ପଞ୍ଚତାରକା ହୋଟେଲରେ ବିବାହ ଉତ୍ସବର ଭୋଜି ଆୟୋଜନ କରିଥିଲେ। ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସାମିଲ ହୋଇଥିଲେ।

ହେଲେ କିଛି ଦିନତଳେ ନୁସରତ ସ୍ୱାମୀଙ୍କଠୁ ଅଲଗା ରହୁଥିବା କହିବା ସହ ଗର୍ଭବତୀ ଥିବା ଜଣାଇଥିଲେ । ନୁସରତ ଗର୍ଭବତୀ ହେବା ନେଇ ନିଖିଲ ଜୈନ
କହିଥିଲେ କି ତାଙ୍କୁ ଏନେଇ କିଛି ଜଣାନାହିଁ। ଏପରିକି ଏ ଛୁଆ ତାଙ୍କର ନୁହେଁ ବୋଲି କହିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

ଏହା ପରେ ନୁସରତ ଜହାନ ଅଭିନେତା ୟଶ ଦାସଗୁପ୍ତାଙ୍କ ସହ ସଂପର୍କରେ ଥିବା କୁହାଯାଉଛି। ଏପରିକି ପ୍ରସବ ସମୟରେ ୟଶ ତାଙ୍କ ସହ ରହିବା ପାଇଁ ଅନୁମତି ଦେବାକୁ ନୁସରତ ଡାକ୍ତରଙ୍କୁ ନିବେଦନ କରିଥିଲେ।

Leave A Reply

Your email address will not be published.