ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

କେମିତି କରୁଥିଲେ ଏଟିଏମରୁ ଲୁଟ୍, ଡେମୋ ଦେଖାଇଲେ

0

ଭୁବନେଶ୍ବର: ପୁରୁଣା ଏଟିଏମକୁ ଟାର୍ଗେଟ କରୁଥିଲେ। ଆଉ ଲୁଟ କରି ଚମ୍ପଟ ମାରୁଥିଲେ। ଭୁବନେଶ୍ୱର ବଢେଇବାଙ୍କ ଏସ୍‌ବିଆଇ ଏଟିଏମ ଲୁଟ ଘଟଣାରେ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଜି ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଇଥିଲା। ସ୍ପଟରେ ସେମାନେ କେମିତି ଉପାୟରେ ଲୁଟ କରିଥିଲେ ତାହା ଡେମୋ କରାଇଛି କମିସନରେଟ ପୁଲିସ।

ବଢେଇବାଙ୍କ ଏଟିଏମ ଲୁଟ ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠୁ ଏକ ଦାମୀ କାର ଓ ଟଙ୍କା ଜବତ କରାଯାଇଛି। ଏଟିଏମରେ ଏକ ସ୍ୱତନ୍ତ୍ର ଡିଭାଇସ ଲଗାଇ ଏମାନେ ଟଙ୍କା ଲୁଟି ନେଉଥିଲେ। ଡିଭାଇସ ଲଗାଇବାକୁ ଏମାନଙ୍କୁ ମାତ୍ର ୨ ରୁ ୩ ମିନିଟ ସମୟ ଲାଗୁଥିଲା । ଏହି ଡିଭାଇସ ଲଗାଇବା ପରେ ଏଟିଏମରୁ ଟଙ୍କା ଉଠାଇଲେ ଆଉ ଟଙ୍କା ବାହାରେନାହିଁ। ଗ୍ରାହକ ମାନେ ପଳାଇବା ପରେ ସେହିଟଙ୍କା ଏମାନେ ଡିଭାଇସ ଦ୍ୱାରା ବାହାରକୁ ବାହର କରନ୍ତି।

ତେବେ କଟକ, ପୁରୀ ଓ ଭୁବନେଶ୍ୱରର କିଛି ଏଟିଏମକୁ ଏମାନେ ଟାର୍ଗେଟ କରୁଥିଲେ । ଗତ ୬ ମାସ ମଧ୍ୟରେ ଏମାନେ ପ୍ରାୟ ୮ କୋଟି ଟଙ୍କା ଏଟିଏମରୁ ଲୁଟି ନେଇଥିବା ସୂଚନା ରହିଛି । ଗିରଫ ଅଭିଯୁକ୍ତମାନେ ଉତ୍ତରପ୍ରଦେଶର ବୋଲି ଜଣାପଡିଛି।। ଏମାନେ କେବଳ ଓଡିଶାରେ ନୁହେଁ ବିଭିନ୍ନ ରାଜ୍ୟରେ ଏଭଳି ଏଟିଏମରୁ ଲୁଟ କରୁଥିବା ଜଣାପଡିଛି ।

Leave A Reply

Your email address will not be published.