ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଓଃ! ମୃତ୍ୟୁ ତଥ୍ୟରୁ ଟିକେ ନିସ୍ତାର ମିଳିଲା

0

ଭୁବନେଶ୍ବର: ରାଜ୍ୟରେ ଦୀର୍ଘ ଦିନ ପରେ ମୃତ୍ୟୁସଂଖ୍ୟା ୧୦ ତଳକୁ ଆସିଛି। ଅର୍ଥାତ ବଳକା ମୃତ୍ୟୁର ହିସାବ ସରିଯାଇଛି । ଗତ ୨୪ ଘଣ୍ଟାର ନୂଆ ମୃତ୍ୟୁ ତଥ୍ୟ ଦେଇଛନ୍ତି ସରକାର। ଆଜି ରାଜ୍ୟରେ ୬ ଜଣଙ୍କ ମୃତ୍ୟୁ ନେଇ ସରକାର ତଥ୍ୟ ଦେଇଛନ୍ତି । ୬ ଜଣ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୪,ଯାଜପୁର ଓ କଟକରୁ ଜଣେ ଲେଖାଁଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ରାଜ୍ୟ ସରକାର ଜୁଲାଇ ମାସ ଆରମ୍ଭରୁ ବଳକା ମୃତ୍ୟୁର ହିସାବ ଦେଉଥିଲେ। ପ୍ରତିଦିନ ପ୍ରାୟ ୬୦ ଉପରେ ମୃତ୍ୟୁର ହିସାବ ଦେଉଥିଲେ ସରକାର। ଜୁଲାଇ
ମାସରେ ୧୨ ଶହ ୬୪ ଜଣଙ୍କ, ଅଗଷ୍ଟ ମାସରେ ୨ ହଜାର ଆକ୍ରାନ୍ତଙ୍କ ବଳକା ମୃତ୍ୟୁର ହିସାବ ଦେଇଥିଲେ ସରକାର । ରାଜ୍ୟରେ ଏବେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୨୮କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୬ ହଜାର ୯୬୭ ନମୂନା ପରୀକ୍ଷା ହୋଇଥିବା ବେଳେ ୭୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏମାନଙ୍କ ମଧ୍ୟରୁ ୪୩୮ ଜଣ ସଂଗରୋଧରୁ ଓ ୩୧୬ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଖୋର୍ଦ୍ଧାରୁ ସର୍ବାଧିକ ୨୬୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୧୮ ବର୍ଷରୁ କମ ୧୦୮ ଜଣ ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୯ ହଜାର ୨୨୩କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.