ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ସରକାର କହିଲେ କେମିତି ପାଳିବେ ଗଣେଷ ପୂଜା?

0

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ କଟକଣାକୁ ମଧ୍ୟ ସଂପୂର୍ଣ୍ଣ କୋହାଳ କରାଯାଇଛି। ହେଲେ ପାର୍ବଣରେ ଅଧିକ ଭିଡ଼କୁ ଦୃଷ୍ଟିରେ ରଖି ଗଣେଶ ପୂଜା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛି ବିଏମସି। କୋଭିଡ ଗାଇଡଲାଇନରେ ଗଣେଶ ପୂଜା କରିବାକୁ ପରାମର୍ଶ ଦିଆଯାଇଛି।

କଟକଣାରେ ଗଣେଶ ପୂଜା କରିବାକୁ ମଣ୍ଡପ ଗୁଡିକୁ ଅନୁମତି ଦିଆଯାଇଛି। ହେଲେ ଏଥିପାଇଁ ମଣ୍ଡପ ଗୁଡିକୁ କମିସନରେଟ ପୁଲିସର ଅନୁମତି ନେବାକୁ ପଡିବ
ବୋଲି କୁହାଯାଇଛି। ମଣ୍ଡପର ୩ ପଟକୁ ସଂପୂର୍ଣ୍ଣ ଆବଦ୍ଧ କରାଯିବ । ମୂର୍ତ୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ରହିବ। ପୂଜକଙ୍କ ସମେତ ମୋଟ ୭ ଜଣରୁ ଅଧିକଙ୍କୁ
ମଣ୍ଡପରେ ଏକାଠି ହେବାକୁ ମନା କରାଯାଇଛି। ଯେଉଁମାନେ ଦୁଇଟି ଡୋଜ ଟିକା ନେଇଥିବେ ସେମାନଙ୍କୁ କେବେଳ ଅନୁମତି ମିଳିବ। ସେହିପରି ସର୍ବସାଧାରଣଙ୍କ ପାଇଁ ଦର୍ଶନ ମନା କରାଯାଇଛି ଏବଂ ଶୋଭାଯାତ୍ରା ଉପରେ କଟକଣା ଲଗାଯାଇଛି। ତେବେ ଘର ଭିତରେ ବିଧିପୂର୍ବକ ଗଣେଶ ପୂଜା ପାଳନ କରିହେବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି।

ସେହିପରି ଶିକ୍ଷାନୁଷ୍ଠାନରେ ମଧ୍ୟ ଗଣେଶ ପୂଜା କରିବା ଉପରେ କଟକଣା ଲଗାଯାଇଛି। ଶିକ୍ଷାନୁଷ୍ଠାନରେ ମୋଟ ୨୦ ଜଣରୁ ଅଧିକ ସାମିଲ ହୋଇପାରିବେ ନାହିଁ। କୌଣସି ପ୍ରକାର ପ୍ରସାଦ ଓ ଭୋଜିକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ଏହା ପୂର୍ବରୁ ସିଏମସି ପକ୍ଷରୁ ମଧ୍ୟ ଗଣେଶ ପୂଜା ପାଇଁ ଗାଇଡଲାଇନ ଜାରି
କରାଯାଇଛି। ପେଣ୍ଡାଲରେ ପୂଜା ପାଇଁ ଡିସିପିଙ୍କ ଠାରୁ ଅନୁମତି ନେବାକୁ କୁହାଯାଇଛି।

Leave A Reply

Your email address will not be published.