ପ୍ରମୁଖ ଖବର

ଫିଫା ବିଶ୍ୱକପ୍ ଫାଇନାଲ୍ ପାଇଁ କେରଳରେ ଶିକ୍ଷାନୁଷ୍ଠାନ ଛୁଟି; ଫୁଟବଲ୍ ପ୍ରେମୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ସିନେମାର ଜଲୱା; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ
ଜମ୍ମୁ-କାଶ୍ମୀରରେ ଭୟଙ୍କର ଆକସ୍ମିକ ବନ୍ୟା: ୧୬ ମୃତ, ଅନେକ ନିଖୋଜ
ମାତୃଭାଷା ସହ ଆଉ ଗୋଟିଏ ଭାରତୀୟ ଭାଷା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କଲେ ଅମିତ ଶାହ
୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆରେ କଟକଣା ଆଣିପାରନ୍ତି କେନ୍ଦ୍ର ସରକାର
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ସମ୍ମାନ ଜିତିଲା ‘ଲହରୀ’
ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା: ୧୭ ମୃତ, ହାଇ ଆଲର୍ଟ ଜାରି
ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ଥ୍ରୀଡି ସ୍କାନିଂ

ମହାପ୍ରଭୁଙ୍କର ମାଳଚୂଳ ସେବା କ’ଣ?

0

ପୁରୀ: ଶ୍ର୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ମହାପ୍ରଭୁଙ୍କର ମାଳଚୂଳ ସେବା ବିଷୟରେ ବର୍ଣ୍ଣିତ ଅଛି। ବିଶେଷ ପର୍ବପର୍ବାଣୀ ତଥା ଯାନିଯାତ୍ରା ଦିବସ ମାନଙ୍କରେ ମାଳଚୂଳ ସେବକ ସେବା ନିର୍ବାହ କରିଥାଆନ୍ତି।

ପ୍ରତିବର୍ଷ ମକରସଂକ୍ରାନ୍ତି ପୂର୍ବ ଦିନ ଶ୍ରୀଜଗନ୍ନାଥଙ୍କ ବାଡରେ ଫୁଲ, ତୁଳସୀର ଚୂଳ ଓ ଜଳା କବରୀ ବେଣୀ ତିଆରି କରି ଆଣି ଖୁଣ୍ଟିଆ ଫୁଲବଟାରେ ପାଳିଆ ଖୁଣ୍ଟିଆଙ୍କ ମାର୍ଫତରେ ପ୍ରଦାନ କରିଥାଆନ୍ତି। ସ୍ନାନ ବେଦୀରେ ଜଗନ୍ନାଥଙ୍କ ବାଡରେ ଫୁଲ ଓ ତୁଳସୀ ଚୂଳ,ରଥ,ଗୁଣ୍ଡିଚାଘର ଲାଗିରେ ସେହି ବାଡର ଚୂଳ ଓ ଜଳା କବରୀ ଯୋଗାନ୍ତି। ବାହୁଡା ଏକାଦଶୀ ଦିନ ସିଂହଦ୍ୱାରର ରଥ ଉପରେ ସେହିପରି ଦିଅନ୍ତି । ଚନ୍ଦନଯାତ୍ରାର ୪୨ ଦିନ ଗୋଟିଏ ଅଳକା ଯୋଗାନ୍ତି।

ଅତୀତରେ ସେବା ନିର୍ବାହ ନିମନ୍ତେ ଏହି ସେବକ ଜଗନ୍ନାଥ ମୌଜାରେ ଜମି ପାଇଥିଲେ ସେତେବେଳେ ଏହି ଜମିର ପରିମାଣ ଥିଲା ୧୯ବାଟି ୧୯ମାଣ । ପରେ ୧୯୫୪ମସିହା ବେଳକୁ ଏହି ଜମି ଏମାର ମଠ ଦଖଲରେ ଅଛି । ଏମାନଙ୍କର ଯାଗିରି ଯାଇଥିବାରୁ ଏମାନେ ସେବା ବନ୍ଦ କଲେ ଏମାର ମଠ ଜାଗିରି ଜମି ଭୋଗ କରୁଥିବାରୁ ଏ ସେବା ଚଳାଇବାକୁ ବାଧ୍ୟ।

Leave A Reply

Your email address will not be published.