ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

କନ୍ଦେଇଦେଲେ ସିଦ୍ଧାର୍ଥ ଶୁକ୍ଳା

0

ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ପରଲୋକ। ହୃଦଘାତରେ ସିଦ୍ଧାର୍ଥଙ୍କ ପରଲୋକ ହୋଇଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିଲା।

ସିଦ୍ଧାର୍ଥଙ୍କ ଏତେ କମ ବୟସରେ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ସିଦ୍ଧାର୍ଥଙ୍କ ଫ୍ୟାନଙ୍କୁ ତାଙ୍କ ମୃତ୍ୟୁ ଖବର ସ୍ତବ୍ଧ କରିଦେଇଛି। କେହି ଏହି ଉଦୀୟମାନ କଳାକାରଙ୍କ ଅକାଳ ମୃତ୍ୟୁକୁ ଗ୍ରହଣ କରିପାରୁନାହାନ୍ତି। ସୁଶାନ୍ତ ରାଜପୁତଙ୍କ ପରେ ଏହି କଳାକାରଙ୍କୁ ନେଇ ପ୍ରଶଂସକଙ୍କ ଆଖି କୋଣରେ ଲୁହ ଜମିଯାଇଛି।

ବିଗ ବସ୍ ବିଜେତା ହେଉଛନ୍ତି ସିଦ୍ଧାର୍ଥ ଶୁକ୍ଳା। ବାଳିକାବଧୂରେ ମଧ୍ୟ ମୁଖ୍ୟ ଅଭିନୟ କରିଥିଲେ। ଏହା ସହ ସିଦ୍ଧାର୍ଥ ଏକାଧିକ ହିନ୍ଦୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ୧୯୮୦ ଡିସେମ୍ବର ୧୨ରେ ଜନ୍ମଗ୍ରହଣ କରିଥିଲେ ସିଦ୍ଧାର୍ଥ । ମଡେଲିଂରୁ କ୍ୟାରିୟର ଆରମ୍ଭ କରିଥିବା ସିଦ୍ଧାର୍ଥ ୨୦୦୪ରେ ସେ ଟିଭି ଡେବ୍ୟୁ କରିଥିଲେ।ବାଳିକା ବଧୂ ସିରିଏଲରୁ ସିଦ୍ଧାର୍ଥ ଘରେ ଘରେ ପରିଚିତ ହୋଇଥିଲେ । ୨୦୦୮ରେ ବାବୁଲ କା ଆଙ୍ଗନ ଛୁଟେନାରେ ତାଙ୍କୁ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.