ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ସନ୍ତୁଳିତ ଓ ସୁଷମ ଆହାର ବି ଜରୁରୀ

0

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଇଏମ୍‌ଏସ୍‌ ଆଣ୍ଡ ସମ୍ ହସ୍ପିଟାଲ୍‌ର ଖାଦ୍ୟ ଓ ପୋଷଣ ବିଭାଗ ପକ୍ଷରୁ ଜାତୀୟ ପୋଷଣ ମାସ ପାଳନ କରାଯାଇଛି। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଖାଦ୍ୟ ଓ ପୋଷଣ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମେଡିକାଲ୍ ସୁପରିଟେଣ୍ଡେଣ୍ଟ୍ ଡଃ ପୁଷ୍ପରାଜ ସାମନ୍ତସିଂହାର, ସୋଆ ପରିଚାଳିତ ଫ୍ୟାକଲ୍ଟି ଅଫ୍‌ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟର ଆଡ୍‌ଭାଇଜର ଓ ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର, ସମ୍‌ର ଶିଶୁ ରୋଗ ବିଭାଗର ମୁଖ୍ୟ ପ୍ରଫେସର ମମତା ଦେବୀ ମହାନ୍ତି, ଖାଦ୍ୟ ଓ ପୋଷଣ ବିଭାଗର ମୁଖ୍ୟ ପୁଷ୍ପାଞ୍ଜଳି ମିଶ୍ର, ନର୍ସିଂ ସୁପରିଟେଣ୍ଡେଂଟ୍ ମିନତୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ବର୍ତମାନ ସାରା ବିଶ୍ୱରେ ପ୍ରତ୍ୟେକ ବ୍ୟକ୍ତି କର୍ମ ବ୍ୟସ୍ତତା ଯୋଗୁଁ ଚାପରେ ଜୀବନ କଟାଉଛନ୍ତି। ଏହା ମଧ୍ୟରେ ନିଜ ଶରୀରର ଯତ୍ନ ଓ ସନ୍ତୁଳିତ, ସୁଷମ ଆହାର ଓ ପାନୀୟର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ଏହାର ଉପାଦେୟତା ଓ ଆବଶ୍ୟକତା ଉପରେ ବକ୍ତାମାନେ ଆଲୋକପାତ କରି ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ବିଭାଗ ଦ୍ୱାରା ଆୟୋଜିତ ବିଭିନ୍ନ ସୁଷମ ଖାଦ୍ୟର ନମୂନା ପ୍ରଦର୍ଶନୀ ଆୟୋଜିତ କରାଯାଇଥିଲା।

ଚଳିତ ବର୍ଷ ସେପ୍ଟେମ୍ବର ମାସର କାର୍ଯ୍ୟକ୍ରମକୁ ଚାରି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ସପ୍ତାହରେ ବୃକ୍ଷରୋପଣ, ୨ୟ ସପ୍ତାହରେ ଯୋଗ ଓ ବ୍ୟାୟାମ, ୩ୟ ସପ୍ତାହରେ ଶିଶୁମାନଙ୍କ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା କିଟ୍ ବଣ୍ଟନ ଏବଂ ୪ର୍ଥ ସପ୍ତାହରେ ଶିଶୁ ପୁଷ୍ଟିହୀନତା ରୋଗ ନିରୂପଣ ସଚେତନତା କାର୍ଯ୍ୟକ୍ରମ ରଖାଯାଇଛି।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ଓ ପୋଷଣ ବିଭାଗର ସୂର୍ଯ୍ୟାଶିଖା ମହାନ୍ତି, ସୁଗନ୍ଧା ମହାପାତ୍ର, ସୁଶ୍ରୀତନୟା ବରାଳ, ଚନ୍ଦ୍ରିମା ସେନାପତି, ରୋଜାଲିନ୍ ତ୍ରିପାଠୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସେହିପରି ଓ.ଏସ୍‌.ଡି ଡଃ ପ୍ରହଲ୍ଲାଦ ମହାନ୍ତି ଓ ରୋଗୀସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଡଃ ଲିଙ୍ଗରାଜ ରଥ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.