ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଘରୁ ହଜିଗଲାଣି, କିନ୍ତୁ କାହିଁକି ଶ୍ରୀମନ୍ଦିରରେ ରହିଛି ଢ଼ିଙ୍କି?

0

ଗାଁରେ ଆଉ ଢ଼ିଙ୍କି ଦେଖିବାକୁ ମିଳୁନି। ଢ଼ିଙ୍କିରେ କୁଟିବା ବାଲା କମିକମି ଗଲେଣି। ପୁରୀ ମଠ ଗୁଡିକରୁ ଦିନେ ଢ଼ିଙ୍କି ପାହାର ଶୁଭୁଥିଲା। ଖମାରରୁ ଧାନ ଆସିଲେ ବଗଡା ଚାଉଳ ହେଉଥିଲା ମଠରେ। ମହାପ୍ରଭୁଙ୍କୁ ବଗଡା ଚାଉଳର ଅନ୍ନ ଭୋଗ ଲାଗି ହୁଏ। ହାତ ଗଣତି କେତୋଟି ମଠରେ ଢ଼ିଙ୍କି ଅଛି,ବ୍ୟବହାର ହେଉନି।

ବଡ ଦେଉଳରେ ଆଜି ବି କୋଠଭୋଗ ପିଠା ପାଇଁ ଚାଉଳ ଚୁନା, ମଙ୍ଗଳ ଆଳତୀ ପାଇଁ ପିଠଉ,ଠା ପିଢ଼ାରେ ବ୍ୟବହୃତ ହେଉଥିବା ମୁରୁଜ ପାଇଁ ଆଜି ବି ଢ଼ିଙ୍କିରେ କୁଟା ଯାଉଛି । ମହାପ୍ରଭୁଙ୍କ ଢ଼ିଙ୍କିଶାଳ ଶ୍ରୀମନ୍ଦିର ରୋଷଶାଳାକୁ ଲାଗି ରହିଛି । ଗୁଣ୍ଡିଚା ଘରେ ସେହି ଏକା କଥା । ଏଥିପାଇଁ କାହିଁ କେଉଁକାଳ ସେବକ ନିଯୁକ୍ତ ଅଛନ୍ତି । ବିରିବଟା ସାମର୍ଥ୍ୟ ସେବକ ଭାବରେ ପରିଚିତ ସେବକ ଲୋକ ଲଗାଇ ଚୂନା କୁଟାଇ ଥାନ୍ତି।

ଦୁଇଜଣ ଢ଼ିଙ୍କି ମୁଳରେ ପାଦ ଦେଇ କୁଟିବା ବେଳେ ଢ଼ିଙ୍କିର ଆଗ ପଟେ ଭରାଣ୍ଡି ପାଖରେ ଜଣେ ରହନ୍ତି। ପାଦରେ ଗୁଡିଆ ହୋଇଥାଏ ଅଖା । କାଳେ ପାଦ ପଡିଯିବ,ଅହୁଣିଆ ମାରା ହୋଇଯିବ,ସେ ଦିଗକୁ ନଜର ରଖିଥାଆନ୍ତି । ଶ୍ରୀମନ୍ଦିର ଢ଼ିଙ୍କି ମାଲଖମ୍ବ ପଥରରେ ତିଆରି।

ଐତିହ୍ୟରୁ ଜଣାଯାଏ ଆଗେ ମନ୍ଦିରର ପଶ୍ଚିମ ପଟ ବାହାର ବେଢ଼ାରେ ଏକାଧିକ ଢ଼ିଙ୍କି ରହିଥିଲା। ଶ୍ରୀମନ୍ଦିର ବାହାରେ ଦକ୍ଷିଣ ଦିଗରେ ଏକ ବସ୍ତି ବସାଇଥିଲେ ଗଜପତି। ଧାନ କୁଟି ପ୍ରଭୁଙ୍କ ଭୋଗ ପାଇଁ ଆବଶ୍ୟକ ଚାଉଳ ଯୋଗାଇବେ। ତାହା ଏବେ ଧାନକୁଟି ସାହି ଭାବରେ ପରିଚିତ ହେଉଛି,ମାତ୍ର ସେ ସେବା ଆଉ ନାହିଁ। (ସୌଜନ୍ୟ-ଶ୍ରୀମନ୍ଦିର ସମାଚାର)

Leave A Reply

Your email address will not be published.