ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ତାଲିବାନ ଗଢିବ ସରକାର: ଏକାଠି ହେବେ ଆମେରିକାର ସବୁ ଶତ୍ରୁ

0

ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ।ଆଜି ସମସ୍ତ ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପହ ିଛି । ସରକାର ଗଠନ ନେଇକାବୁଲରେ ତାଲିବାନଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରିବାର ସମ୍ଭାବନାରହିଛି । ତେବେ ଏହି କାର୍ଯ୍ୟକ୍ରମର ଆମେରିକାର ସମସ୍ତ ଶତ୍ରୁ ଦେଶ ଏକାଠି ହୋଇପାରନ୍ତି । ଆମେରିକା ସହିତ ବିବାଦ ଲାଗିରହିଥିବା ଦେଶକୁ ସରକାର ଗଠନରେ ସାମିଲ ହେବାକୁ କାବୁଲକୁ ନିମନ୍ତ୍ରଣ କରିଛି ତାଲିବାନ ।
ସୂଚନା ଅନୁସାରେ , ଆଫଗାନିସ୍ତାନରେ ସରକାର ଗଠନରେ ସାମିଲ ହେବାକୁ ତାଲିବାନ ନିଜର ମିତ୍ର ୬ଟି ଦେଶକୁ ନିମନ୍ତ୍ରଣ ପଠାଇଛି । ତୁର୍କୀ, ଚୀନ,ଋଷ, ଇରାନ, ପାକିସ୍ତାନ ଏବଂ କତାର । ଏ ସମସ୍ତ ଦେଶ ଲଗାତର ଭାବେ ତାଲିବାନକୁ ସମର୍ଥନ କରିଆସୁଛନ୍ତି । ତେଣୁ ସରକାର ଗଠନରେ ଏହି ସବୁ ଦେଶକୁ ସାମିଲ ପାଇଁ ନିମନ୍ତ୍ରଣ କରିଛି ତାଲିବାନ ।

ତାଲିବାନ ପକ୍ଷରୁ ଯେଉଁ ଦେଶ ମାନଙ୍କୁ ନିମନ୍ତ୍ରଣ କରାଯାଇଛି ସେମାନଙ୍କ ମଧ୍ୟରେ କତାରକୁ ଛାଡି ବାକି ସମସ୍ତ ଦେଶର ଆମେରିକା ସହିତ କିଛି ନା କିଛି ବିବାଦ ଲାଗିରହିଛି । ଆମେରିକାର ତାଲିବାନ ସହ ଯେଉଁ କଥାବାର୍ତା ହୋଇଥିଲା ତାହା କତାର ମାଧ୍ୟମରେ ହିଁ ହୋଇଥିଲା । ଚୀନ-ଋଷ ସହ ଆମେରିକାର ଶୀତଳ ଯୁଦ୍ଧ ଲାଗି ରହିଛି । ପାକସ୍ତାନ ଓ ଇରାନ ଉପରେ ମଧ୍ୟ ଆମେରିକା ବିଭିନ୍ନ ପ୍ରତିବନ୍ଧକ ଲଗାଇଛି । ତୁର୍କୀ ସହ ବି ଟ୍ରମ୍ପ ପ୍ରଶାସନର ସଂପର୍କ ମଧ୍ୟ କିଛି ଏପଟ ସେପଟ ରହିଛିା

କାବୁଲ ରାଷ୍ଟ୍ରପତି ଭବନରେ ତାଲିବାନ ସରକାର ଗଠନ ହେବା ନିଷ୍ପତି ହୋଇଛି । ମୁଲ୍ଲା ବରାଦରଙ୍କୁ ତାଲିବାନ ସରକାରଙ୍କ ମୁଖ୍ୟ କରାଯିବାର ସମ୍ଭାବନା ରହିଛି । ତେବେ ମୁଲ୍ଲା ହିବୁତୁଲ୍ଲା ଅଖୁନ୍ଦଜାଦାଙ୍କୁ ସର୍ବୋଚ୍ଚ ନେତା କରାଯାଇପାରେ । ଅନ୍ୟପଟେ ଆଫାଗାନିସ୍ତାନକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରି ତାଲିବାନ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ପଞ୍ଜଶୀରକୁ ନେଇ ଏଯାଏ ଛକାପଞ୍ଝା ଲାଗି ରହିଛି । ତାଲିବାନ ପଞ୍ଜଶୀର ଘାଟିକୁ କବଜା କରିଥିବା ଦାବି କରୁଥିବା ବେଳେ ନର୍ଦ୍ଦନ ଆଲାୟନ୍ସ ଏହାକୁ ଖଣ୍ଡନ କରିଛି । ଆଫଗାନିସ୍ତାନ ଉପରାଷ୍ଟ୍ରପତି ଅମରଉଲ୍ଲା ସାଲେହଙ୍କ କହିବା ଅନୁସାରେ ନର୍ଦ୍ଦନ ଆଲାୟନ୍ସ ଏବେ ବି ପାହାଡି ଅଂଚଳରେ ଯୁଦ୍ଧ ଜାରି ରଖିଛି ।

Leave A Reply

Your email address will not be published.