ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ଜାତୀୟ ରାଜପଥରେ ଯୁଦ୍ଧ ବିମାନ ଅବତରଣ

0

ଜୟପୁର: ଜାତୀୟ ରାଜପଥରେ ଯୁଦ୍ଧ ବିମାନ ଅବତରଣ। ରାଜସ୍ଥାନର ଜାଲୋର ବାଡମେର ରାଜପଥରେ ଯୁଦ୍ଧ ବିମାନ ଅବତରଣ କରିଛି । ପାକିସ୍ତାନକୁ ଲାଗିଥିବା ସୀମା ପାଖରେ ଏକ ସ୍ୱତନ୍ତ୍ର ଏୟାରଷ୍ଟ୍ରିପର ଆରମ୍ଭ ହୋଇଛି। ଏଠାରେ ବାୟୁସେନାର ଜାଗୁଆର ଓ ସୁଖୋଇ ଯୁଦ୍ଧ ବିମାନ ଜରୁରୀକାଳୀନ ସ୍ଥିତିରେ ରାଜପଥରେ ଅବତରଣର ଅଭ୍ୟାସ କରିବା ସହ ନିଜର ଦମ ଦେଖାଇଛନ୍ତି । ସି-୧୩ଜେ ସୁପର ହର୍କୁଲେସ ମଧ୍ୟ ଅବତରଣ କରିଥିଲା।

ଭାରତମାଳା ପ୍ରକଳ୍ପ ଅନ୍ତର୍ଗତ ଜାତୀୟ ରାଜପଥରେ ବିମାନ ଅବତରଣ କାର୍ଯ୍ୟକ୍ରମ କରାଯାଇଛି । ଆପତକାଳୀନ ସ୍ଥିତିରେ ଯୁଦ୍ଧ ବିମାନ କିଭଳି ରାଜପଥରେ ଅବତରଣ କରିପାରିବ ସେହି ଋଣକୌଶଳର ଏକ ଡେମୋ ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଡ଼କ ପରିବହନ ମନ୍ତ୍ରୀ , ସିଡିଏସ ବିପିନ ରାୱତ ଓ ବାୟୁସେନା ମୁଖ୍ୟ ଆରକେଏସ ଭଦୌରିଆ ଉପସ୍ଥିତ ଥିଲେ।

ତେବେ ବଡ଼ କଥା ହେଲା ଯେ, ଦୁଇ କେନ୍ଦ୍ର ମନ୍ତ୍ରୀ ମଧ୍ୟ ବାୟୁସେନାର ଏହି ସ୍ୱତନ୍ତ୍ର ବିମାନରେ ଆସି ଏହି ଏୟାରଷ୍ଟ୍ରିପରେ ଅବତରଣ କରିଥିଲେ। ପାକିସ୍ତାନ ସୀମାଠୁ ମାତ୍ର ୪ କିଲୋମିଟର ଦୂରରେ ଏହି ଲମ୍ବା ଏୟାରଷ୍ଟ୍ରିପରେ ବାୟୁସେନାର ଯୁଦ୍ଧ ବିମାନ ଅବତରଣ କରିପାରିବ। ଆଜି ଏହି ରନୱେରେ ସୁଖୋଇ ଯୁଦ୍ଧ ବିମାନ ଅବତରଣ ବେଳର ଡେମୋ ଦେଖାଇଥିଲା। ଜାଗୁଆର ଓ ଅନ୍ୟ ଯୁଦ୍ଧ ବିମାନଙ୍କୁ ମଧ୍ୟ ଏଠାରେ ଦେଖିବାକୁ ମିଳିଥିଲା।

ରାଜପଥରେ ଏହି ପରି ଏୟାରଷ୍ଟ୍ରିପର ବହୂ ମୁଖ୍ୟ ଭୁମିକା ରହିଥାଏ । ଏଠାରେ ପାଖାପାଖି ୪ଟି ଯୁଦ୍ଧ ବିମାନକୁ ଅବତରଣ କରିବାର ସୁବିଧା ରହିବ।ବାୟୁସେନା ଗତ କିଛି ଦିନରୁ ଲଗାତର ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥରେ ଏହି ପରି ଏୟାରଷ୍ଟ୍ରିପ କରିବାକୁ ଫୋକସ କରୁଛି । ଏହା ପ୍ରଥମ ଜାତୀୟ ରାଜପଥ , ଯେଉଁଥିରେ ଏଭଳି ଏୟାରଷ୍ଟ୍ରିପ ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.